ନୂଆଦିଲ୍ଲୀ: ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ଶୁକ୍ରବାର ବିଭିନ୍ନ ନିଗମ ଏବଂ ସରକାରୀ କମ୍ପାନୀ ସହିତ ପାଞ୍ଚଟି ସ୍ମାରକପତ୍ର (ଏମଓୟୁ) ସ୍ବାକ୍ଷର କରିଛି । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଏହାଦ୍ବାରା ସରକାରଙ୍କ ପ୍ରାଥମିକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ଏହି ଚୁକ୍ତିନାମା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ଆଦିବାସୀ ସମବାୟ ମାର୍କେଟିଂ ଡେଭଲପମେଣ୍ଟ ଫେଡେରେସନ୍ ଲିମିଟେଡ୍ (ଟ୍ରାଇଫେଡ ), ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR), ଜାତୀୟ ଅନୁସୂଚିତ ଜାତି ଅର୍ଥ ଏବଂ ବିକାଶ ନିଗମ (NSFDC), ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଲିମିଟେଡ୍ (NAFED) ଏବଂ ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି) ସହିତ କରିଛି ।
ଏହି ଅବସରରେ ତୋମାର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱାରଚାନ୍ଦ ଗେହଲଟ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ରାମେଶ୍ବର ତେଲି ମଧ୍ୟ ଉପସ୍ଥିତ ଥିଲେ ।
ତୋମାର କହିଛନ୍ତି କି, ‘‘ଏହି ଏମଓୟୁ ମାଧ୍ୟମରେ ସରକାରଙ୍କ ପ୍ରାଥମିକତା ରହୁଥିବା ସେକ୍ଟରରେ ରୋ ଜଗାର ଉପଲବ୍ଧ କରିବା, ଜୀବନ ସ୍ତରରେ ପରିବର୍ତ୍ତନ ଆଣିବା ଏବଂ ସରକାରଙ୍କ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କ ଜୀବନରେ ଉନ୍ନତି ଆଣିବାରେ ସହାୟକ ହେବ ।
ସାଧାରଣ ଲୋକ ଖାସକରି ଗରିବଙ୍କ ପାଖରେ ଲାଭ ପହଞ୍ଚାଇବା ପାଇଁ ଫୁ଼ଡ ପ୍ରୋସେସିଂ ମନ୍ତ୍ରାଳୟ ସମସ୍ତ ବିଭାଗର ସମନ୍ବୟ ଗଠନ ପାଇଁ ପ୍ରଚେଷ୍ଟା କରିଛି । ଆଉ PM FME ( ପ୍ରଧାନମନ୍ତ୍ରୀ ଫର୍ମାଲାଇଜେସନ ମାକ୍ରୋ ଫୁଡ ପ୍ରୋସେସିଂ ଏଣ୍ଟରପ୍ରାଇଜେସ) ସ୍କିମରେ 10 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ସେହିଭଳି କେନ୍ଦ୍ରମନ୍ତ୍ରୀ ଗେହଲଟ କହିଛନ୍ତି କି ଏହି ସ୍କିମରେ 800 କୋଟି ଟଙ୍କାର ଉପଲବ୍ଧତା ଅନୁସୂଚିତ ଜାତି ଲୋକଙ୍କ ପାଇଁ ରହିଛି । ଯାହା ଦ୍ବାରା ସେମାନଙ୍କୁ ବହୁତ ଲାଭ ମିଳିବ । ଆଉ ସେମାନେ ସ୍ବାବବଲମ୍ବୀ ଓ ଆତ୍ମନିର୍ଭର ହେବା ଦିଗରେ ଆଗକୁ ବଢିପାରିବେ ।