ETV Bharat / business

ଆର୍ଥିକ ପ୍ୟାକେଜରେ ହର୍ବାଲ ଚାଷକୁ ପ୍ରୋତ୍ସାହନ, ଖର୍ଚ୍ଚ ହେବ 4 ହଜାର କୋଟି - herbal cultivation

ଦେଶରେ ହର୍ବାଲ ଚାଷ ପାଇଁ ମଞ୍ଜୁର ହୋଇଛି 4 ହଜାର କୋଟି ଟଙ୍କା । ଏହା ଦ୍ବାରା ଚାଷୀ ଆୟ ପ୍ରାୟ 5 ହଜାର କୋଟି ବଢିବ ।

herbal cultivation
ଆର୍ଥିକ ପ୍ୟାକେଜରେ ହର୍ବାଲ ଚାଷକୁ ପ୍ରୋତ୍ସାହନ
author img

By

Published : May 15, 2020, 7:23 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 20 ଲକ୍ଷ କୋଟି ପ୍ୟାକେଜର ତୃତୀୟ ରାଉଣ୍ଡରେ ଦେଶର ମେରୁଦଣ୍ଡ ଚାଷକୁ ଦେଇଛନ୍ତି ପ୍ରାଧାନ୍ୟ । ପନିପରିବା, ଖାଦ୍ୟ ଶସ୍ୟ ସହ ହର୍ବାଲ ଚାଷ ପାଇଁ କରିଛନ୍ତି ଆର୍ଥିକ ଘୋଷଣା । ଏଥିପାଇଁ 4 ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଅର୍ଗାନିକ ଓ ହର୍ବାଲ ଉତ୍ପାଦକୁ ବୈଷିକ ସ୍ତରରେ ପରିଚିତ କରାଯିବ । ଏଥିପାଇଁ ଏହାର ଉତ୍ପାଦ ବୃଦ୍ଧି ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ । ଆସନ୍ତା 2 ବର୍ଷରେ 10,00,000 ହେକ୍ଟର ଜମିରେ ହର୍ବାଲ ଚାଷ କରାଯିବ ।

ସରକାରଙ୍କ ଏହି ଯୋଜନା ଦ୍ବାରା କୃଷକଙ୍କ ଆୟ ପାଖାପାଖି 5 ହଜାର କୋଟି ବଢିବ । ଏହାର ପ୍ରମୋସନ ପାଇଁ ଭିତ୍ତିଭୂମି ସୁଦୃଢ କରାଯିବ । ଏଥିସହ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଗଙ୍ଗାକୂଳରେ 800 ହେକ୍ଟର ଜମିରେ ହର୍ବାଲ ଉତ୍ପାଦ ପାଇଁ କରିଡର ତିଆରି ହେବ ।

ସେହିପରି ନ୍ୟାସନାଲ ମେଡିକାଲ ପ୍ଲାନ ବୋର୍ଡ ପକ୍ଷରୁ 2.25 ଲକ୍ଷ ହେକ୍ଚର ଜମିରେ ଔଷଧିୟ ଗଛର ଚାଷ ପାଇଁ ସହଯୋଗ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.