ETV Bharat / business

ସୀତାରମଣଙ୍କ ପ୍ରତିଶ୍ରୃତି, 'ସମ୍ପୂର୍ଣ୍ଣ ସ୍ବତନ୍ତ୍ର ହେବ ଆଗାମୀ ବଜେଟ ’ - ଅର୍ଥମନ୍ତ୍ରୀଙ୍କ ବଜେଟ ପ୍ରତିଶ୍ରୁତି

ମାରାତ୍ମକ ମହାମାରୀ ପ୍ରଭାବରେ ଅର୍ଥବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇଥିବା ବେଳେ ସେସବୁ ସେକ୍ଟରକୁ ବୁଷ୍ଟର ଜରୁରୀ । ଆଉ ଏଭଳି ଆର୍ଥିକ ସଙ୍କଟ ମଧ୍ୟରେ ଏକ ଯୁଗାନ୍ତକାରୀ ବଜେଟ ଆସିବାକୁ ଯାଉଛି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଅଧିକ ପଢନ୍ତୁ..

ସୀତାରମଣଙ୍କ ପ୍ରତିଶ୍ରୃତି , ‘  ସମ୍ପୁର୍ଣ୍ଣ ସ୍ବତନ୍ତ୍ର ହେବ ଆଗାମୀ ବଜେଟ ’

author img

By

Published : Dec 19, 2020, 5:13 PM IST

ନୂଆଦିଲ୍ଲୀ: ପୂର୍ବ ତୁଳନାରେ ସମ୍ପୂର୍ଣ୍ଣ ଅଲଗା ହେବ କେନ୍ଦ୍ରୀୟ ବଜେଟ । ଏ ନେଇ ଶୁକ୍ରବାର ପ୍ରତିଶ୍ତୁତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମହାମାରୀରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ ଓ ଗ୍ରୋଥକୁ ପ୍ରୋତ୍ସୋହିତ ଦେବା ପାଇଁ ସରକାର ପ୍ରଚେଷ୍ଟା କରୁଛନ୍ତି । ଏଥିରେ ସ୍ବାସ୍ଥ୍ୟ, ମେଡିକାଲ ରିସର୍ଚ୍ଚ ଓ ଡେଭଲପମେଣ୍ଟ ଓ ଟେଲିମେଡିସିନ ପାଇଁ ସୁଦୃଢ ସ୍କିଲକୁ ବିକଶିତ କରିବା ଗୁରୁତ୍ବପୂର୍ଣ୍ଣ ରହିବ ।

ସେହିପରି ଏଥିସହ ରୋଜଗାର ଚ୍ୟାଲେଞ୍ଜକୁ ନୂଆ ଦୃଷ୍ଟିରେ ଦେଖିବାକୁ ପଡିବ । ଯାହା ସହ ଭୋକେସନାଲ ଟ୍ରେନିଂ ଓ ସ୍କିଲ ଡେଭଲପମେଣ୍ଟ ଉପରେ ନୂଆ ଦୃଷ୍ଟିକୋଣ ଜରୁରୀ ହେବ ।

ସୀତାରମଣ ସିଆଇଆଇ ପାର୍ଟନରସିପ ସମିଟ 2020 ସମ୍ବୋଧିତ କରି କହିଛନ୍ତି କି, ଆପଣମାନେ ମତେ ଇନପୁଟ ପଠାନ୍ତୁ , ଯାହା ଦ୍ବାରା ଆମେ ଏଭଳି ବଜେଟ କରିବୁ , ଯାହାକି ପୂର୍ବରୁ କେବେ ଦେଖାଯାଇନଥିବ । ଭାରତର 100 ବର୍ଷର ଏଭଳି ମହାମାରୀ ପରେ ବଜେଟ ପ୍ରସ୍ତୁତ ହେବା ଦେଖିବାକୁ ମିଳିନାହିଁ । କାରଣ ଏହା ସମ୍ଭବ ହୋଇନଥିବ ।

2020-22 ର କେନ୍ଦ୍ରୀୟ ବଜେଟକୁ 2021 ଫେବୃଆରୀ ପହିଲାରେ ସଂସଦରେ ଉପସ୍ଥାପନ କରାଯିବା ସମ୍ଭାବନା ଅଛି । ତେବେ ଦେଶର ଅଭିବୃ୍ଦ୍ଧି ପାଇଁ ଆଗାମୀ ବଜେଟରେ ସେସବୁ ସେକ୍ଟରକୁ ବୁଷ୍ଟର ଦେବାକୁ ହେବ, ଯାହା ସବୁ କୋଭିଡ-19 ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଛି । ଏଥିସହ ସେସବୁ କ୍ଷେତ୍ର, ଯାହା ନୂଆ ଚାହିଦା ଓ କେନ୍ଦ୍ରୀୟ ଗ୍ରୋଥର ଇଞ୍ଜିନ ହେବାକୁ ଯାଉଛି ।

ସେ କହିଛନ୍ତି କି, ‘‘ଭାରତ ପାଖରେ ଭଲ ଅଭିବୃଦ୍ଧି ଓ ଅର୍ଥବ୍ୟବସ୍ଥାର ବିକାଶ ପାଇଁ ଯେଉଁ ଆକାର, ଜନସଂଖ୍ୟା ଓ କ୍ଷମତା ଅଛି, ତାହାକୁ ଦେଖିବାକୁ ଗଲେ , ଆମ ଅନ୍ୟ ଦେଶ ସହ ସମକକ୍ଷ ହୋଇ ବୈଶ୍ବିକ ଗ୍ରୋଥର ଇଞ୍ଜିନ ହେବାକୁ ସଙ୍କୋଚ କରିବା ନାହିଁ । ଆମେ ବୈଶ୍ବିକ ଅର୍ଥବ୍ୟବସ୍ଥାର ରିଭାଇବଲରେ ବଡ ଯୋଗଦାନ କରିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.