ETV Bharat / business

ସଂକ୍ଷିପ୍ତରେ ଡିଜିଟାଲ ବଜେଟ: ଫୋକସରେ ସ୍ବାସ୍ଥ୍ୟ-କୃଷି-ଇନଫ୍ରା, ଅପରିବର୍ତ୍ତିତ ଆଇଟି ସ୍ଲାବ

author img

By

Published : Feb 1, 2021, 8:21 PM IST

ଅସାଧାରଣ ପରିସ୍ଥିତିରେ ଆଗତ ହୋଇଛି 2021 ସାଧାରଣ ବଜେଟ । ଇତିହାସରେ ପ୍ରଥମ ଥର ପାଇଁ ଆଗତ ହୋଇଥିବା ଡିଜିଟାଲ ବଜେଟରେ ବହୁ ସେକ୍ଟରକୁ ଭିଟାମିନ ମିଳିଥିବା ବେଳେ ପୂରଣ ହେଲାନି ଟିକସ ସ୍ଲାବ ହ୍ରାସ ଆଶା । ଅଧିକ ପଢନ୍ତୁ..

ସଂକ୍ଷୀପ୍ତରେ ଡିଜିଟାଲ ବଜେଟ: ଫୋକସରେ ସ୍ବାସ୍ଥ୍ୟ-କୃଷି- ଇନଫ୍ରା, ଅପରିବର୍ତ୍ତିତ ଆଇଟି ସ୍ଲାବ

ନୂଆଦିଲ୍ଲୀ: ଉପସ୍ଥାପିତ ହେଲା ଶତାବ୍ଦୀର ପ୍ରଥମ ସାଧାରଣ ବଜେଟ୍ । ମହାମାରୀ କାଳରେ ଅର୍ଥନୀତିକୁ ବଳ ଦେବାକୁ ଆସିଲା ଇକୋନୋମିକ୍ ଭ୍ୟାକ୍ସିନ୍ । ମେଡ୍ ଇନ୍ ଇଣ୍ଡିଆ ଟ୍ୟାବଲେଟ ମାଧ୍ୟମରେ 2021-22 ଆର୍ଥିକ ବର୍ଷର ଆୟବ୍ୟୟ ବ୍ଲୁପ୍ରିଣ୍ଟ ବିଛାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 6ଟି ସ୍ତମ୍ବ ଉପରେ ଆଧାରିତ ପରବର୍ତ୍ତୀ ଆର୍ଥିକ ବର୍ଷର ବଜେଟ ଅଟକଳ । ଏଥର ଆତ୍ମନିର୍ଭର ଭାରତ ଭିଜନ ସହ ସ୍ବାସ୍ଥ୍ୟସେବା, ଭିତ୍ତିଭୂମି ଓ ପ୍ରତିରକ୍ଷା ବ୍ୟୟବରାଦ ବଢାଇ ଦୁଃସ୍ଥ ଅର୍ଥନୀତିକୁ ଗତିଶୀଳ ପାଇଁ ଦିଆଯାଇଛି ଗୁରୁତ୍ବ । ଏଥର ବଜେଟ ଅଟକଳ 34.5 ଲକ୍ଷ କୋଟି ଟଙ୍କା ରହିଛି ।

ଏଥରର ପେପରଲେସ ବଜେଟରେ ନିଯୁକ୍ତି ଓ ଗ୍ରାମୀଣ ବିକାଶ, ପ୍ରବାସୀ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ଦିଆଯାଇଛି ପ୍ରାଥମିକତା । କିନ୍ତୁ 108 ମିନିଟର ବଜେଟ ଭାଷଣରେ 48 ଥର ଟିକସ ଶବ୍ଦ ବ୍ୟବହାର କରିଥିବା ବେଳେ ଆଇଟି ସ୍ଲାବରେ ସାଧାରଣ ଲୋକଙ୍କୁ ମିଳିନି କୌଣସି ଉପଶମ । ଏପରିକି ବହୁ ଆଶା ବାନ୍ଧି ରଖିଥିବା ମଧ୍ୟବିତ୍ତଙ୍କୁ ମଧ୍ୟ ଏତେଟା କିଛି ପ୍ରଫିଟ ମିଳିନି । ହେଲେ ସୁପର ସିନିୟର ସିଟିଜନଙ୍କୁ ରିଲିଫ ଦେଇ ଆଇଟିଆର ରିଟର୍ଣ୍ଣ ଛାଡ ହୋଇଛି ।

ସେପଟେ ସରକାରୀ ଖର୍ଚ୍ଚ ପରିସର ବଢିଥିବାରୁ ଆର୍ଥିକ ନିଅଣ୍ଟ ସ୍ତର ବୃଦ୍ଧି ହୋଇଛି ବୋଲି ଦାବି କରିଛନ୍ତି ସୀତାରମଣ । ଆଉ ଏଥିପାଇଁ ପୁଞ୍ଜି ପ୍ରତ୍ୟାହାରକୁ ଅଧିକ ଗୁରୁତ୍ବ ସହ ସରକାରୀ ବ୍ୟାଙ୍କ ଓ ବୀମା କମ୍ପାନୀରେ କରାଯିବ ବିନିବେଶ । ଏହାଦ୍ବାରା 1.75 ଲକ୍ଷ କୋଟି ଟଙ୍କା ସଞ୍ଚୟ ଲକ୍ଷ୍ୟ ରହିଛି । ଏସବୁ ବାଦ ସ୍ବଦେଶୀ ସାମଗ୍ରୀକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଦେଶରୁ ଆସୁଥିବା ବହୁତ ସାମଗ୍ରୀ ଦାମ ବଢାଇଛନ୍ତି । ହେଲେ ସୁନା ଓ ରୂପା ଦାମ କମିବ ।

ଏହାସହ ଇଲେକଟ୍ରୋନିକ ସାମଗ୍ରୀ, ମୋବାଇଲ ଫୋନ, ଚାର୍ଜର, ଚମଡା ଜୋତା ମହଙ୍ଗା ହୋଇଛି । ସେହିପରି ଡାଲି ଓ ୟୁରିଆ ଶସ୍ତା ହୋଇଥିବା ବେଳେ ଅଟୋମୋବାଇଲ ପାର୍ଟ ମହଙ୍ଗା ହୋଇଛି । ରତ୍ନପଥର , ପେଟ୍ରୋଲ ଓ ଡିଜେଲ ମଧ୍ୟ ମହଙ୍ଗା ହେବ । ଲୁହା, ଷ୍ଟିଲ, ଆଇରନ, ନାଇଲନ କପଡା, ତମ୍ବା ସାମଗ୍ରୀ, ଇନ୍ସୁରାନ୍ସ ,ବିଜୁଳି, ଡ୍ରାଏକ୍ଲିନ, ଷ୍ଟିଲ ଓ କଂସା ବାସନ ଓ କୃଷି ଉପକରଣ ଶସ୍ତା ହେବ ।

ସେହିପରି ଡିଜିଟାଲ ପେମେଣ୍ଟକୁ ତ୍ବରାନ୍ବିତ ସହ ଆଫର୍ଡେବଲ ହାଉସିଂ ସ୍କିମ ଅବଧି ବର୍ଷେ ବଢିଛି । ଷ୍ଟାର୍ଟଅପ ପାଇଁ ଟିକସ ରିହାତି 1 ବର୍ଷ ଲମ୍ବିଛି । କୋରୋନା କାଳରେ ବଡ ଚ୍ୟାଲେଞ୍ଜିଂ ସାଜିଥିବା ହେଲଥ ସେକ୍ଟର ପାଇଁ ବଜେଟରେ 137 ପ୍ରତିଶତ ଅଧିକ ବରାଦ ସହ 2.23 ଲକ୍ଷ କୋଟିର ଆବଣ୍ଟନ ହୋଇଛି । ଲିଟର ପିଛା ପେଟ୍ରୋଲ ଓ ଡିଜେଲରେ ଯଥାକ୍ରମେ ଅଢେଇ ଓ 4 ଟଙ୍କା ଲାଗିବ ସେସ । କୃଷି ଋଣ ଟାର୍ଗେଟ 16.5 କୋଟିକୁ ବଢିଛି । ସେହିପରି ଶିକ୍ଷା କ୍ଷେତ୍ରର ମାନ ବଢାଇବାକୁ ଗଠନ ହେବ ଉଚ୍ଚଶିକ୍ଷା କମିଶନ । 100 ନୂଆ ସୈନିକ ସ୍କୁଲ , 15 ହଜାର ସ୍କୁଲର ଗୁଣାତ୍ମକ ବିକାଶ, ଲଦାଖର ଲେହରେ ହେବ ବିଶ୍ବ ବିଦ୍ୟାଳୟ । ଏପଟେ ଐତିହାସିକ ପଦକ୍ଷେପ ସ୍ବରୂପ ପ୍ରତିରକ୍ଷା ବଜେଟ୍ 19 ପ୍ରତିଶତ ବଢି 15 ବର୍ଷର ସର୍ବାଧିକ ବ୍ୟୟ ଅଟକଳ ହୋଇଛି । ଏଥର ସରକାର ସୀମାରେ ଅଶାନ୍ତି ଭିତରେ ସାମରିକ ଶକ୍ତି ବୃଦ୍ଧି ପାଇଁ 4 ଲକ୍ଷ 78 ହଜାର କୋଟିରୁ ଉର୍ଦ୍ଧ୍ବ ବ୍ୟୟ ବରାଦ ହୋଇଛି ।

ଏପଟେ ବଜେଟ ଭାଷଣ ପରେ ବଜାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ଲଗାତାର ହ୍ରାସରେ ବନ୍ଦ ହେଉଥିବା ସେନସେକ୍ସ ଆଜି 2,315 ପଏଣ୍ଟ ଉଛୁଳିଛି ।

ଅନ୍ୟପଟେ କୋରୋନା କାଳର ଏହି ଐତିହାସିକ ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ଆସିଛି । ପିଏମ ମୋଦି ନୂଆ ଭାରତର ଆତ୍ମବିଶ୍ବାସକୁ ଜାଗ୍ରତ କରିବା ଭଳି ବଜେଟ କହିଥିଲା ବେଳେ ନୀତି ଆୟୋଗ CEO ଏହାକୁ ପ୍ରଂଶସା କରିଛନ୍ତି । କୃଷି ସେସ୍‌ ଦ୍ବାରା 30 ହଜାର କୋଟି ଆୟ ହେବ ବୋଲି ଅର୍ଥ ସଚିବ ଜଣାଇଛନ୍ତି । ହେଲେ ରାହୁଲ ଗାନ୍ଧୀ ଏହାକୁ ସମାଲୋଚନା ସହ ମୋଦି ଉଦ୍ୟୋଗପତି ବନ୍ଧୁଙ୍କ ହାତରେ ଭାରତର ସମ୍ପତ୍ତି ହସ୍ତାନ୍ତର କରୁଥିବା କହିଛନ୍ତି ।

ତେବେ ଜାଣନ୍ତୁ ଏହି ବଜେଟରେ କାହାକୁ ମିଳିଲା କେତେ

ସ୍ବାସ୍ଥ୍ୟ-

  • ଭ୍ୟାକ୍ସିନ -35 ହଜାର କୋଟି
  • ରେଳବାଇ -1.10 ଲକ୍ଷ କୋଟି
  • ସଡକ- 1.18 ଲକ୍ଷ କୋଟି
  • ଜାତୀୟ ରାଜପଥ- 65 ହଜାର କୋଟି
  • ମନରେଗାକୁ 2021-22 ପାଇଁ 73 ହଜାର କୋଟି
  • ଜାତୀୟ ଶିକ୍ଷା ମିଶନକୁ 34300 କୋଟି
  • ସରକାରୀ ବ୍ୟାଙ୍କକୁ 20 ହଜାର କୋଟି ଟଙ୍କା
  • ସ୍ବାସ୍ଥ୍ୟକୁ ସୁଦୃଢ କରିବା ପାଇଁ 2.23 ଲକ୍ଷ କୋଟିର ଘୋଷଣା

କୃଷି-

  • 2022 ସୁଦ୍ଧା ଡବଲ ହେବ ଚାଷୀଙ୍କ ଆୟ
  • କୃଷି ଋଣ ଟାର୍ଗେଟ 16.5 କୋଟିକୁ ବଢିଛି
  • ଏମଏସପି ପାଇଁ 75 ହଜାର କୋଟି ଟଙ୍କା ଆବଣ୍ଟନ
  • ଏମଏସପି ସିଷ୍ଟମରେ ହେବ ବଡ ପରିବର୍ତ୍ତନ
  • ଖର୍ଚ୍ଚର ଦେଢ ଗୁଣା ଅଧିକା ଏମଏସପି ମିଳିବ
  • ପଶୁପାଳନ ଡାଏରୀ ପାଇଁ 40 ହଜାର କୋଟି
  • ଡାଲି ଚାଷୀଙ୍କ ପାଇଁ 10 ହଜାର କୋଟି
  • ଦେଶରେ 5 ନୂଆ ବଡ କୃଷି ହବ ହେବ
  • 1 ହଜାରରୁ ଅଧିକ ମଣ୍ଡିକୁ ଅନଲାଇନରେ ଯୋଡାଯିବ
  • ଚା’ ଶ୍ରମିକଙ୍କ ପାଇଁ 1 ହଜାର କୋଟି
  • ସର୍ବନିମ୍ନ ମଜୁରୀ ସବୁ ବର୍ଗ ପାଇଁ ହେବ ଲାଗୁ । ମହିଳା ମଧ୍ୟ ଏହି ଶ୍ରେଣୀରେ ରହିବେ ସାମିଲ ।

ସ୍ବାସ୍ଥ୍ୟ

  • ସ୍ବାସ୍ଥ୍ୟ ଓ କଲ୍ୟାଣ ବଜେଟ 137 ପ୍ରତିଶତର ବୃଦ୍ଧି
  • ହେଲଥ ବଜେଟ 2.38 ଲକ୍ଷ କୋଟି
  • ପିଏମ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନା ହେବ ଲଞ୍ଚ
  • ସହରୀ ସ୍ବଚ୍ଛ ଭାରତ ମିଶନ 2.0କୁ 2021-26 ରୁ 5 ବର୍ଷର ଅବଧିରେ 1,41,678 କୋଟି ଟଙ୍କାର ମୋଟ ଆର୍ଥିକ ଆବଣ୍ଟନ କାର୍ଯ୍ୟକାରୀ କରାଯିବ ।
  • ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନାର ଖର୍ଚ୍ଚ କେନ୍ଦ୍ର ବହନ କରିବ ।
  • ପବ୍ଲିକ ହେଲଥ ସୂଚନା ପାଇଁ ୱେବସାଇଟ ହେବ ଲଞ୍ଚ
  • ନୂଆ ସ୍ବାସ୍ଥ୍ୟ ଯୋଜନା ପାଇଁ ଆସନ୍ତା 6 ବର୍ଷ ପାଇଁ 64,180 କୋଟି ଖର୍ଚ୍ଚ କରିବାକୁ ଘୋଷଣା
  • 15 ସ୍ବାସ୍ଥ୍ୟ ଜରୁରୀକାଳୀନ ଅପରେସନ କେନ୍ଦ୍ର
  • ମିଶନ ପୋଷଣ 2.o ଶୁଭାରମ୍ଭ ହେବ

ଭିତ୍ତିଭୂମି

  • ସହରଗୁଡିକ ପାଇଁ ଜଳଜୀବନ ମିଶନ (ସହରାଞ୍ଚଳ) ଲଞ୍ଚ ହେବ
  • ଜନ ଜୀବନ ମିଶନ ପାଇଁ 2,87,00 କୋଟି ଟଙ୍କା ହେବ ଖର୍ଚ୍ଚ
  • ଏନଏଚଏଆଇକୁ 5 ହଜାର କୋଟି, ଆସିବ ବିଦେଶୀ ନିବେଶ
  • ପ୍ରଦୂଷଣ ସହ ଲଢେଇ ପାଇଁ 2 ହଜାର କୋଟି
  • 21-22 ରେ କ୍ୟାପିଟାଲ ଏକ୍ସପେଣ୍ଡିଚର ପ୍ରାୟ 5.5 କୋଟି
  • 35000 କିମିର ଜାତୀୟ ରାଜପଥ ନିର୍ମାଣ ହେବ
  • ପଶ୍ଚିମବଙ୍ଗରେ 625 କିମିର ଏନଏଚ ହେବ , ଏଥିପାଇଁ 25 ହଜାର କୋଟି ବଣ୍ଟନ
  • ଦେଶର ନୂଆ ଇକୋନୋମିକ କରିଡର ହେବ
  • ଜାମ୍ମୁ କାଶ୍ମୀରରେ ଗ୍ୟାସ ପାଇପଲାଇନ ଲଞ୍ଚ ହେବ
  • ପବ୍ଲିକ ବସ ପାଇଁ 14 ହଜାର କୋଟି
  • 3 ବର୍ଷରେ 100 ନୂଆ ଜିଲ୍ଲାରେ ଦିଆଯିବ ଗ୍ୟାସ ପାଇପଲାଇନ
  • ହାଇଡ୍ରୋଜେନ ଏନର୍ଜି ମିଶନ ଲଞ୍ଚ
  • ଉଜ୍ବଳା ଯୋଜନାରେ 100 ନୂଆ ଜିଲ୍ଲାରେ ଗ୍ୟାସ ପାଇପଲାଇନ
  • ସମସ୍ତ ଜିଲ୍ଲାକୁ ସହରୀ ଗ୍ୟାସ ନେଟୱର୍କ ସହ ଯୋଡାଯିବ
  • ଗଭୀର ସାଗର ମିଶନ ପାଇଁ 4 ହଜାର କୋଟି 4 ବର୍ଷ ପାଇଁ ହେବ ଖର୍ଚ୍ଚ
  • ତାମିଲନାଡୁରେ ନ୍ୟାସନାଲ ହାଇୱେ ପ୍ରୋଜେକ୍ଟ 1.03 ଲକ୍ଷ କୋଟି
  • କେରଳରେ ନ୍ୟାସନାଲ ହାଇୱେ ପାଇଁ 65 ହଜାର କୋଟି
  • କୋଲକତା-ସିଲିଗୁଡି ପାଇଁ ଏନଏଚ ପ୍ରୋଜେକ୍ଟର ଘୋଷଣା
  • ଆସାମ ସଡକ ପାଇଁ 19 ହଜାର କୋଟି
  • 32 ଏୟାରପୋର୍ଟର ନିର୍ମାଣ ହେବ
  • ନୂଆ ଜାତୀୟ ରେଳ ଯୋଜନା ହେବ
  • ହାଇୱେ ପ୍ରୋଜେକ୍ଟ ଶୀଘ୍ର ଶେଷ ହେବ
  • ଗାଡି ସ୍କ୍ରାପ ପଲିସିର ଘୋଷଣା, ହଟିବ 20 ବର୍ଷର ପୁରୁଣା ଘରୋଇ ଗାଡି
  • ସୌରଶକ୍ତି ନିଗମ ପାଇଁ 1000 କୋଟିର ବ୍ୟୟବରାଦ

ପୁଞ୍ଜି ପ୍ରତ୍ୟାହାରକୁ ଫୋକସ

  • ବୀମା କମ୍ପାନୀରେ 74 ପ୍ରତିଶତ ହେବ ବିଦେଶୀ ନିବେଶ। ପୂର୍ବରୁ ବୀମା କ୍ଷେତ୍ରରେ ଏଫଡିଆଇ 49 ପ୍ରତିଶତ ଥିଲା ।
  • ବୀମା ଆକ୍ଟରେ ସଂଶୋଧନ ପ୍ରସ୍ତାବ
  • ନିବେଶକଙ୍କୁ ମିଳିବ ସୁରକ୍ଷା ଗ୍ୟାରେଣ୍ଟି
  • ବୁଡିଥିବା ଋଣ ପାଇଁ ହେବ ମ୍ୟାନେଜମେଣ୍ଟ କମ୍ପାନୀ
  • ଆଇଡିବିଆଇ ବ୍ୟାଙ୍କରେ ବିନିବେଶର ପ୍ରସ୍ତୁତି

  • ବୁଡିଥିବା ଋଣକୁ ନେଇ ହେବ ମ୍ୟାନେଜମେଣ୍ଟ କମ୍ପାନୀ
  • ଆସନ୍ତା ବର୍ଷ ଅନେକ ପିଏସୟୁରୁ ହେବ ବିନିବେଶ

ଶିକ୍ଷା

  • ଶିକ୍ଷାକୁ 93,224 କୋଟି
  • ଗଠନ ହେବ ଉଚ୍ଚଶିକ୍ଷା କମିଶନ
  • 100 ନୂଆ ସୈନିକ ସ୍କୁଲ ହେବ
  • 15 ହଜାର ସ୍କୁଲର ଗୁଣାତ୍ମକ ବିକାଶ ହେବ
  • ଲଦାଖରେ ପାଠପଢା ଉନ୍ନତଧରଣର ପାଇଁ ଲେହରେ କେନ୍ଦ୍ର ତିଆରି ହେବ
  • 758 ଏକଲବ୍ୟ ମଡେଲ ସ୍କୁଲ ଖୋଲାଯିବ
  • ପିପିପି ମଡେଲରେ ଖୋଲିବ ସୈନିକ ସ୍କୁଲ
  • ଜାତୀୟ ଭାଷା ଅନୁବାଦ ମିଶନ ଆରମ୍ଭ ହେବ
  • ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ପାଇଁ 50 ହଜାର କୋଟିର ଖର୍ଚ୍ଚ ହେବ
  • ପୋଷ୍ଟ ମ୍ୟାଟ୍ରିକ ସ୍କଲାରସିପ ଅଧିନରେ 35219 କୋଟି 6 ବର୍ଷରେ ଖର୍ଚ୍ଚ ହେବ ।
  • 4 କୋଟି ଏସି-ଏସଟି ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାଗଣା ଶିକ୍ଷା

ଟିକସ

  • 75 ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ଆୟକର ଛାଡ ହେବ
  • ବରିଷ୍ଠ ପେନସନଭୋଗୀ ଭରିବେନି ITR
  • ପେସନରୁ ଆୟ ଉପରେ ଦେବାକୁ ପଡିବନି ଟିକସ
  • ଆଫର୍ଡେବଲ ହାଉସିଂ ସ୍କିମ ଆଉ 1 ବର୍ଷ ବଢିଲା
  • 6 ବର୍ଷରେ ଆୟକର ରିଟର୍ଣ୍ଣ ଦାଖଲ କରିବା କରଦାତାଙ୍କ ସଂଖ୍ୟା 2 ଗୁଣା ହେଲା
  • ଷ୍ଟାର୍ଟଅପ ପାଇଁ ଟିକସ ରିହାତି 1 ବର୍ଷ ବଢିଲା
  • 400 ବର୍ଷ ପୁରୁଣା କଷ୍ଟମ ଏକ୍ଜମ୍ପେସନ ସମୀକ୍ଷା ହେବ

ରେଳବାଇ

  • ରେଳବାଇ 1 ଲକ୍ଷ 10 ହଜାର 55 କୋଟି
  • ବିଦ୍ୟୁତରେ ଅଧିକ ଚାଲିବ ଟ୍ରେନ
  • 37 ପ୍ରତିଶତ ଟ୍ରେନ ବିଦ୍ୟୁତରେ ଚାଲିବ
  • ଯାତ୍ରୀଙ୍କ ସୁବିଧା ପାଇଁ ଲାଗିବ ନୂଆ ଲଗଜରୀ କୋଚ
  • 27 ସହରରେ ମେଟ୍ରୋର ବିସ୍ତାର
  • କୋଚ୍ଚି ମେଟ୍ରୋକୁ ମିଳିବ କେନ୍ଦ୍ରର ଅନୁଦାନ
  • ମେଟ୍ରୋ ରେଳ ପ୍ରୋଜେକ୍ଟର ପାଇଁ 11 ହଜାର କୋଟି
  • 2030 ଯାଏଁ ରେଳବାଇର ଆସିବ ନୂଆ ପ୍ଲାନ

ପ୍ରବାସୀଙ୍କୁ ପ୍ରୋତ୍ସାହନ

  • ପ୍ରବାସୀ ଶ୍ରମିକଙ୍କ ପାଇଁ ଫୁଡ ସିକ୍ୟୁରିଟିଜ ପ୍ରୋଜେକ୍ଟ ଲାଗୁ
  • ସରକାର ସେମାନଙ୍କ ପାଇଁ ଆରମ୍ଭ କରିବେ ଏକ ପୋର୍ଟାଲ
  • ବିଲ୍ଡିଂ ୱାର୍କର୍ସ ଓ ମ୍ୟାନୁଫେକ୍ଚରିଂ ୱାର୍କର ହେବେ ସାମିଲ
  • ଲେବର କୋଡ ଲାଗୁ ହେବ
  • ୱାନ ନେସନ ୱାନ ରାସନ କାର୍ଡ ଅଧୀନରେ ସାମିଲ ହେବେ ପ୍ରବାସୀ ଶ୍ରମିକ

ପ୍ରତିରକ୍ଷା

  • ପ୍ରତିରକ୍ଷାକୁ 4,78,195.62 ଲକ୍ଷ କୋଟିର ବ୍ୟୟବରାଦ
  • ପ୍ରତିରକ୍ଷା ପେନସନ ପାଇଁ 1,15,850 ଲକ୍ଷ କୋଟି ଆବଣ୍ଟନ
  • ଗତବର୍ଷ ତୁଳନାରେ ପ୍ରତିରକ୍ଷା ବଜେଟରେ 19 ପ୍ରତିଶତ ବୃଦ୍ଧି
  • ଗତ 15 ବର୍ଷରେ ସର୍ବାଧିକ ବୃଦ୍ଧି

ଅନନ୍ୟ

  • 20 ବର୍ଷ ପୁରୁଣା ପ୍ରାଇଭେଟ ଓ 15 ବର୍ଷ ପୁରୁଣା କମର୍ସିଆଲ ଭେଇକଲ ସ୍କ୍ରାପ ହେବ
  • ସରକାରୀ ବସ ପାଇଁ 18 ହଜାର କୋଟି
  • ନୂଆ ସ୍ବେଚ୍ଛାକୃତ ଗାଡି ସ୍କ୍ରାପିଙ୍ଗ
  • କୋଭିଡ ଭ୍ୟାକ୍ସିନ ପାଇଁ 35 ହଜାର କୋଟି ଟଙ୍କା ଘୋଷଣା
  • ପୁରୁଣା ଗାଡି ପାଇଁ ନୂଆ ସ୍କ୍ରାପ ପଲିସି
  • ବଡ ଗ୍ୟାସ କମ୍ପାନୀରେ ହେବ ବିନିବେଶ, ବିକ୍ରି ହେବ ଆସେ
  • ପାରାଦୀପରେ ବୃହତ ମତ୍ସ୍ୟ ବନ୍ଦର ପ୍ରତିଷ୍ଠା ହେଲେ ମତ୍ସ୍ୟଜୀବୀଙ୍କୁ ଲାଭ ହେବ
  • ଆଗାମୀ ଦିନରେ ଡିଜିଟାଲ ହେବ ଜନଗଣନା, ବ୍ୟୟ ଅଟକଳ 3700 କୋଟି
  • ନାଇଟ ସିଫ୍ଟ କରିବେ ମହିଳା
  • ଗୃହ ମନ୍ତ୍ରାଳୟକୁ ବଜେଟରେ ମିଳିଲା 1,66,547 କୋଟି ଟଙ୍କା ଆବଣ୍ଟିତ ହୋଇଛି ।
  • ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବାକୁ ଖର୍ଚ୍ଚ ହେବ 1500 କୋଟି

ଇଲେକଟ୍ରୋନିକ ସାମଗ୍ରୀ, ମୋବାଇଲ ଫୋନ, ଚାର୍ଜର, ଚମଡା ଜୋତା ମହଙ୍ଗା ହୋଇଛି । ସେହିପରି ଡାଲି ଓ ୟୁରିଆ ଶସ୍ତା ହୋଇଥିବା ବେଳେ ଅଟୋମୋବାଇଲ ପାର୍ଟ ମହଙ୍ଗା ହୋଇଛି । ରତ୍ନପଥର, ପେଟ୍ରୋଲ ଓ ଡିଜେଲ ମଧ୍ୟ ମହଙ୍ଗା ହେବ ।

ଲୁହା, ଷ୍ଟିଲ , ଆଇରନ, ନାଇଲନ କପଡା, ତମ୍ବା ସାମଗ୍ରୀ, ଇନ୍ସୁରାନ୍ସ ,ବିଜୁଳି, ଡ୍ରାଏକ୍ଲିନ, ଷ୍ଟିଲ ଓ କଂସା ବାସନ ଓ କୃଷି ଉପକରଣ ଶସ୍ତା ହେବ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.