ETV Bharat / business

କୋରୋନା ମୁକାବିଲା: ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ଘୋଷଣା

author img

By

Published : Mar 26, 2020, 3:06 PM IST

କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ 21 ଦିନ ଦେଶବ୍ୟାପୀ ବନ୍ଦ । ଏହି ସମୟର ମୁକାବିଲା ପାଇଁ ଅର୍ଥମନ୍ତ୍ରୀ ଆଣିଛନ୍ତି ଆର୍ଥିକ ପ୍ୟାକେଜ । ଜାଣନ୍ତୁ ଆପଣ ଏଥିରୁ କିଏ କେତେ ପାଇବେ ଆଶ୍ବସ୍ତି । ଅଧିକ ପଢନ୍ତୁ..

FM announces economic package to deal with COVID-19 impact
କୋରୋନା ମୁକାବିଲା : ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସ ମୁକାବିଲା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆର୍ଥିକ ପ୍ୟାକେଜ ଘୋଷଣା । ଏହି ପ୍ୟାକେଜ ଗରିବଙ୍କ ପାଇଁ ପ୍ରସ୍ତୁତ । ଯେପରି କୌଣସି ଲୋକ ଭୋକଉପାସରେ ନ ରୁହେ ସେଥିପାଇଁ ଏହି ତତ୍କାଳ ସହାୟତା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

କୋରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପ୍ରିଲ 14 ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଏଥିପାଇଁ ବହୁ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବିଶେଷ କରି ଗରିବ, ଗ୍ରାମୀଣ, ମହିଳା ଓ ଖଟିଖିଆ ଏଥିରେ ଅଧିକ ପ୍ରଭାବିତ ହେଲେଣି । ସେମାନଙ୍କୁ ସୁରକ୍ଷିତ ଭାବେ ରଖିବା ସହ ସମସ୍ତ ଜରୁରୀ ସାମଗ୍ରୀ ପହଞ୍ଚାଇବା ପାଇଁ ଅର୍ଥମନ୍ତ୍ରୀ ଆର୍ଥିକ ପ୍ୟାକେଜ ଆଣିଛନ୍ତି ।

ମୁଖ୍ୟ ଘୋଷଣା-

  • ପ୍ରବାସୀ ଶ୍ରମିକ, ଗ୍ରାମୀଣ ଓ ସହରୀ ଗରିବ ଓ ମହିଳାଙ୍କ ସହଯୋଗ ପାଇଁ 1,70,000କୋଟି ଟଙ୍କାର ପ୍ୟାକେଜ ।
  • କୋରୋନା ଭାଇରସ ଲଢେଇର ବଡ ଯୋଦ୍ଧା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ 50 ଲକ୍ଷ ଟଙ୍କାର ବୀମା କଭର ଘୋଷଣା ।
  • ପ୍ରଧାନମନ୍ତ୍ରୀ ଗ୍ରାମୀଣ କଲ୍ୟାଣ ଯୋଜନା(ଆସନ୍ତା 3 ମାସ ପାଇଁ )ରେ 80 କୋଟି ଗରିବ ଲୋକ(ଭାରତ ଜନସଂଖ୍ୟା ଦୁଇ-ତୃତୀୟାଂଶ) ସାମିଲ ହେବେ । ପୂର୍ବରୁ ହିଁ ପ୍ରତି ବ୍ୟକ୍ତିଙ୍କୁ 5 କିଲୋ ଚାଉଳ ଓ ଗହମ ବଣ୍ଟନ ହୋଇଥିଲା । ଏହା ବ୍ୟତୀତ ଅତିରିକ୍ତ 5 କିଲୋ ମାଗଣାରେ ମିଳିବ । ସେହିପରି ଅତିରିକ୍ତ 1 କିଲୋ ପଲ୍ସ(ଡାଲି) ଦିଆଯିବ ।
  • ସିଧାସଳଖ ନଗଦ ସ୍ଥାନାନ୍ତର ମାଧ୍ୟମରେ 8.69 କୋଟି କୃଷକ ତୁରନ୍ତ ଉପକୃତ ହେବେ । ସେମାନଙ୍କୁ ଏପ୍ରିଲର ପ୍ରଥମ ସପ୍ତାହରେ କିସ୍ତିର 2000 ଟଙ୍କା ଦିଆଯିବ ।
  • MGNREGA ଜରିଆରେ 5 କୋଟି ପରିବାରକୁ ଲାଭ ମିଳିବ । ଅତିରିକ୍ତ ଆୟ ଭାବରେ ପ୍ରତି କର୍ମଚାରୀଙ୍କ ହାରାହାରି 2000 ଟଙ୍କା ବୃଦ୍ଧି ହେବ ।
  • ବୃଦ୍ଧ, ଦିବ୍ୟାଙ୍ଗ, ପେନସନଭୋଗୀଙ୍କୁ କଭର ଡେବିଟି ମାଧ୍ୟମରେ 2ଟି କିସ୍ତିରେ ଅତିରିକ୍ତ 1000 ଟଙ୍କା ପର୍ଯ୍ୟନ୍ତ 3 ମାସ ଦିଆଯିବ । ଏହା ଫଳରେ 3 ଲୋକ ଉପକୃତ ହେବେ ।
  • ଜନଧନ ମହିଳା ଖାତାଧାରୀଙ୍କୁ ଆସନ୍ତା 3 ମାସ ପାଇଁ ପ୍ରତି ମାସରେ 500 ଟଙ୍କା ଲେଖାଏଁ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.