ETV Bharat / business

ସୁଗମ ହେବ ବିମାନ ଯାତ୍ରା, 1 ହଜାର କୋଟି ଟଙ୍କାର ଲାଭ ସହ ବଞ୍ଚିବ ଇନ୍ଧନ

ଏଣିକି କମ ସମୟସାପେକ୍ଷ ହେବ ବିମାନ ଯାତ୍ରା । ଏଥିସହ ବଞ୍ଚିବ ଇନ୍ଧନ । ଏଥିସହ ସରକାରଙ୍କ 1 କୋଟି ଟଙ୍କା ଲାଭ ହେବ । ଅଧିକ ପଢନ୍ତୁ..

author img

By

Published : May 16, 2020, 7:43 PM IST

fm announces easing of restrictions on utilisation of indian air space
ସୁଗମ ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଚତୁର୍ଥ ରାଉଣ୍ଡର ଆର୍ଥିକ ପ୍ୟାକେଜରେ ସଙ୍କଟଗ୍ରସ୍ଥ ବିମାନ ଚଳାଚଳ ସେକ୍ଟର ପାଇଁ କରିଛନ୍ତି ସ୍ବତନ୍ତ୍ର ଘୋଷଣା । ବିମାନ ସେକ୍ଟରକୁ ମଜବୁତ ସହ ଯାତ୍ରୀଙ୍କୁ ସମୟକୁ ବଞ୍ଚାଇବା ପାଇଁ ଆଣିଛନ୍ତି ନୂଆ ପ୍ଲାନ ।

ଭାରତୀୟ ବାୟୁ ଅନ୍ତରୀକ୍ଷ (air space) ଉପଯୋଗ ଉପରେ ପ୍ରତିବନ୍ଧକକୁ କୋହଳ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଯାହା ଦ୍ବାରା ବିମାନ ଚଳାଚଳ କ୍ଷେତ୍ରର ବାର୍ଷିକ ପାଖାପାଖୀ 1 ହଜାର କୋଟି ଟଙ୍କାର ଲାଭ ମିଳିବ ।

ଏୟାର ସ୍ପେସକୁ ବଢାଯିବ । ଫଳରେ ଆମଦାନୀ ବଢିବ । ଏଥିସହ ଯାତ୍ରା ସମୟ ବଞ୍ଚିବା ସହ ଓ କମ ଇନ୍ଧନ ଖର୍ଚ୍ଚ ହେବ । ଯାହାଦ୍ବାରା ପରିବେଶ ବି ପ୍ରଦୂଷଣମୁକ୍ତ ହେବ । ପିପିପି (ପବ୍ଲିକ ପ୍ରାଇଭେଟ ପାର୍ଟନରସିପ) ମୋଡରେ 6ଟି ଏୟାରପୋର୍ଟର ଉନ୍ନତିକରଣ କରାଯିବ । 6ଟି ଏୟାରପୋର୍ଟର ନିଲାମ କରାଯିବ । ଏହି କାମ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଜରିଆରେ କରାଯିବ । ଏୟାରଲାଇନ୍ସର ବ୍ୟୟ କମ ପାଇଁ ଜୋର ଦିଆଯିବ ।

ଯାତ୍ରାକୁ ସରଳ ଓ ସୁଗମ କରିବାକୁ ମଧ୍ୟ ପ୍ରୟାସ ହେବ ।

ଏୟାରକ୍ରାଫ୍ଟ ରକ୍ଷଣାବେକ୍ଷଣର ଗ୍ଲୋବାଲ ହବ ତିଆରି ହେବ ।

ଏବେ ଭାରତରେ ମାତ୍ର 8 ପ୍ରତିଶତ ଏୟାରସ୍ପେସ ଖୋଲା ରହିଛି ।

ପୂର୍ବରୁ ନିର୍ଦ୍ଧାରିତ 12 ଏୟାରପୋର୍ଟର ଘରୋଇକରଣ ଦ୍ବାରା 13000 କୋଟିର ପୁଞ୍ଜି ଆସିବ ।

ଏୟାରକ୍ରାଫ୍ଟ କମ୍ପୋନେଟ ରିପାୟାର ଓ ଏୟାରଫ୍ରେମ ମେଣ୍ଟେନସରୁ 3 ବର୍ଷରେ 800ରୁ 2000 କୋଟି ଟଙ୍କା ଆସିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.