ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛି ଘରୋଇ ସେକ୍ଟର ଆଇସିଆଇସିଆଇ ବ୍ୟାଙ୍କ ଓ ଇକମର୍ସ ପ୍ରମୁଖ ଫ୍ଲିପକାର୍ଟ । କର୍ମଚାରୀ ଓ ସେମାନଙ୍କ ପରିବାରର ସୁରକ୍ଷା ପାଇଁ ସମସ୍ତଙ୍କୁ କୋଭିଡ-19 ଟିକା ମାଗଣାରେ ଦିଆଯିବ । ଏବେ ସୁଦ୍ଧା ଅନେକ କମ୍ପାନୀ ଏଭଳି ନିଶୁଳ୍କ ଟିକା ଘୋଷଣା କରିସାରିଛନ୍ତି ।
କମ୍ପାନୀ କହିଛି କି, ଆମେ ଆଗାମୀ ପର୍ଯ୍ୟାୟ ପାଇଁ ସରକାରଙ୍କ ନିଷ୍ପତ୍ତିର ଅପେକ୍ଷା କରିବୁ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି କୋଭିଡ-19 ମହାମାରୀରେ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟର ଜୀବନ ରକ୍ଷା କରିବା । ଏଭଳି ଭାବେ ବ୍ୟାଙ୍କ ସେମାନଙ୍କ କର୍ମଚାରୀଙ୍କ ପ୍ରତି ଧନ୍ୟବାଦ ଜ୍ଞାପନ କରିଛି, ଯେଉଁମାନେ ମହାମାରୀ କାଳରେ ଲକ୍ଷାଧିକ ଗ୍ରାହକଙ୍କୁ ବିନା ବାଧାରେ ସେବା ସୁନିଶ୍ଚିତ ପାଇଁ ନିଜ ନିଷ୍ଠା ଓ ଚେଷ୍ଟା ଜାରି ରଖିଥିଲେ ।
ସେହିଭଳି ଫ୍ଲିପକାର୍ଟ ଆଗକୁ କହିଛି କି , କମ୍ପାନୀର ସମସ୍ତ କର୍ମଚାରୀଙ୍କ ପାଇଁ 100 ପ୍ରତିଶତ ଟୀକାକରଣ ଖର୍ଚ୍ଚ ଉଠାଇବାକୁ ଆମେ ସ୍ଥିର କରିଛୁ ।
ପ୍ରକାଶ ଯେ, ଏହା ପୂର୍ବରୁ ରିଲାଏନ୍ସ , ଇମ୍ଫୋସିସ, ଆକ୍ନେଚର, ଟିଭିଏସ ମୋଟର , ରିନ୍ୟୁ ପାୱର ଭଳି ବହୁ କମ୍ପାନୀ ସେମାନଙ୍କ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଟିକା ଲଗାଇବାକୁ ଘୋଷଣା କରିଛନ୍ତି ।