ETV Bharat / business

ବଜେଟ ଫୋକସରେ ରାଜକୋଷୀୟ ଘାଟା, ଟେନସନରେ ସରକାର - Budget

ଆସନ୍ତା ଜୁଲାଇରେ ମୋଦି ସରକାର ଆଗତ କରିବେ 2019-20 ପୂର୍ଣ୍ଣାଙ୍ଗ ବଜେଟ । ଆଉ ଏଥିପାଇଁ ମୁଣ୍ଡବିନ୍ଧା ସାଜିଛି ରାଜକୋଷୀୟ ଘାଟା । ଅନୁମାନ ପରିସରକୁ ବୃଦ୍ଧି କରି ନିୟଣ୍ଟ ପରିମାଣକୁ ବଜେଟ ବୃଦ୍ଧି କରାଯିବା ନେଇ ପ୍ରସ୍ତୁତି ଚାଲିଛି ।

ପ୍ରତିକାତ୍ମକ ଫଟୋ
author img

By

Published : May 27, 2019, 3:28 PM IST

ନୂଆଦିଲ୍ଲୀ: ଦେଶକୁ ମିଳିଲା ପ୍ରଧାନମନ୍ତ୍ରୀ । ଜନତା ପାଇଲେ ତାଙ୍କ ପ୍ରତିନିଧି । ଏବେ ଏକ ନୂଆ ଭାରତ ଗଠନ କରିବା ପଥରେ ସରକାର । ଏହାର ଆରମ୍ଭ ଦେଶ ମେରୁଦଣ୍ଡ ଓ ତାର ଅର୍ଥନୀତିରୁ । ଏଥିଲାଗି ଚଳିତ ଆର୍ଥିକ ବର୍ଷର ମୋଟ ଆୟବ୍ୟୟ ଅଟକଳର ହିସାବ ନିକାସ କରି 125 କୋଟି ଜନତାଙ୍କୁ ଏକ ପୂର୍ଣ୍ଣାଙ୍ଗ ବଜେଟ ଦେବାକୁ ଚାଲିଛି ପ୍ରସ୍ତୁତି । ଆଉ ଏଥିପାଇଁ ସରକାରଙ୍କ ଫୋକସରେ ଦେଶ ରାଜକୋଷ ।

ଫେବୃଆରୀରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ । ଏବେ ପାଳି ପୂର୍ଣ୍ଣାଙ୍ଗ ବଜେଟରେ । ପ୍ରତିଟି ଦିଗକୁ ନଜରରେ ରଖି ଏଥର ବଜେଟ ଗୃହିତ ହେବ । ତେବେ ବିଭିନ୍ନ ଆର୍ଥିକ ସମସ୍ୟାର ସମାଧାନ ଓ ସାର୍ବଜାନୀନ ବ୍ୟୟକୁ ଧ୍ୟାନରେ ରଖି ଏହି ବଜେଟରେ ରାଜକୋଷୀୟ ଘାଟାକୁ ସଂଶୋଧନ କରାଯିବ । ନିଅଣ୍ଟ ପରିସରକୁ 3.4 ପ୍ରତିଶତକୁ ବୃଦ୍ଧି କରାଯିବା ନେଇ ଯୋଜନା ରହିଛି । ଆର୍ଥିକ ବର୍ଷ 2018-19ରେ ରାଜକୋଷୀୟ ଘାଟାର ଲକ୍ଷ 3.4 ପ୍ରତିଶତ ରହିଥିଲା । ହେଲେ ଏହା ପରବର୍ତ୍ତୀ ସମୟରେ ହ୍ରାସ ପାଇଥିଲା ।

ଉପଯୋଗ, ଚାହିଦା, ଯୋଗାଣ, ନିବେଶ ଓ ପୁଞ୍ଜି ନିର୍ମାଣକୁ ପ୍ରୋତ୍ସାହିତ କରାଯିବ । ଏଥିସହ ଦେଶର ଅଭିବୃଦ୍ଧି ଲକ୍ଷ୍ୟରେ ରାଜକୋଷ ଘାଟା ଉପରେ ବିଚାର କରାଯିବ । ଏପରିକି ବିଭିନ୍ନ ଆମଦାନୀ କରି ରାଜସ୍ବର ଅପବ୍ୟୟ କରାଯାଉଛି । ଏଣୁ ଏହା ଉପରେ ନିୟନ୍ତ୍ରଣ ଲଗାଇବା ସହ କ୍ଷତିର ସଂଶୋଧନ ସୁନିଶ୍ଚିତ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

Intro:Body:

dfgd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.