ETV Bharat / business

ବେଆଇନ ଜବରଦଖଲ, ଅନୀଲଙ୍କ ସମେତ 50ଜଣଙ୍କ ନାଁରେ ଏଫଆଇଆର

author img

By

Published : Jul 30, 2019, 2:37 PM IST

ପରିବେଶକୁ ହାନି ପହଞ୍ଚାଇବା ଓ ଠକେଇ ଭଳି ବିଭିନ୍ନ ଅପରାଧିକ ଧାରାରରେ ଫସିଲେ ଅନୀଲ ଅମ୍ବାନୀ ସମେତ ବହୁ କମ୍ପାନୀ ନିର୍ଦ୍ଦେଶକ । ଏମାନଙ୍କ ବିରୋଧରେ ହିମାଞ୍ଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଗୋହର ଥାନାରେ ଏଫଆଇଆର ରୁଜୁ ହୋଇଛି ।

ଫାଇଲ ଫଟୋ

ମଣ୍ଡି: ରିଲାଏନ୍ସ କମ୍ୟୁନିକେସନ୍ର ଅଧ୍ୟକ୍ଷ ତଥା ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ନାଁରେ ଏଫଆଇଆର ରୁଜୁ । ଠକାମୀ, ଅପରାଧିକ ଷଡଯନ୍ତ୍ର ରଚିବା ଓ ପରିବେଶକୁ କ୍ଷତି ପହଞ୍ଚାଇବା ଅଭିଯୋଗରେ ଅନୀଲ ଓ ଅନ୍ୟ 6 କମ୍ପାନୀର ପାଖାପାଖୀ 50 ବୋର୍ଡ ଅଫ ଡିରେକ୍ଟରଙ୍କ ନାରେ ମଣ୍ଡି ଜିଲ୍ଲାର ଗୋହର ଥାନାରେ ବିଭିନ୍ନ ଧାରା ଅଧିନରେ ମାମଲା ରୁଜୁ କରାଯାଇଛି ।

Paramilitary adjudic magistrate ଆଦେଶରେ ଦାୟର ହୋଇଥିବା ଏଫଆଇଆରରେ ରିଲାନ୍ସ ଏନର୍ଜି ଲିମିଟେଡର 8, ପାର୍ବତୀ କୋଲଡେମ ଟ୍ରାନ୍ସମିଶନ କମ୍ପାନୀ ଲିମିଟେଡର 7, କେଇଏସି ଇଣ୍ଟରନ୍ୟାସନାଲର 10, ଟାଟା ପାୱାର 11, ଜ୍ୟୋତି ଷ୍ଟକ୍ଟର ଲିମିଟେଡର 4 ଓ କଲପୁତ୍ର ଲିମିଟେଡର 10 ବୋର୍ଡ ଅଫ ଡିରେକ୍ଟର ନାମ ରହିଛି ।

ଗୋହରର ସ୍ୟାଞ୍ଜ କ୍ଷେତ୍ରରେ ଲୋକଙ୍କ ଜମି ଉପରେ ବେଆଇନ ଭାବେ କବଜା କରି ବିଜୁଳ ଟାୱାର ବସାଯାଉଛି । ଏଥିସହ ବିନା ଅନୁମତିରେ ଘର ଓ ଗୋଶାଲା ଉପରେ ଜବରଦସ୍ତି ବିଜୁଳି ତାର ବିଛାଯାଉଛି । ଏଥିଲାଗୁ ବହୁ ଗଛ କାଟି ପରିବେଶକୁ ହାନି ପହଞ୍ଚାଯାଉଥିବା ଅଭିଯୋଗ ନେଇ 24 ପ୍ରଭାବିତ ଯାଚିକା କରିଥିଲେ । ଏହାର ଶୁଣାଣୀ କରି ଅଦାଲତ ମୋକଦ୍ଦମା ଦାୟରର ଆଦେଶ ଦେଇଥିଲେ। ଅନୀଲ ଓ ତାଙ୍କ ସହଯୋଗୀ କମ୍ପାନୀ ସବୁ ଏସବୁକୁ ବେଆଇନ ଜବରଦଖଲକୁ ନେଇ ପ୍ରଭାବିତ ଲୋକଙ୍କୁ କୌଣସି ପ୍ରକାର କ୍ଷତିପୂରଣ ରାଶି ମଧ୍ୟ ଦେଉନଥିବା ଜଣାପଡିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.