ETV Bharat / business

ଶୀଘ୍ର ଘୋଷଣା ହେବ ଆଉ ଏକ ଆର୍ଥିକ ପ୍ୟାକେଜ - DEA secretary Tarun Bajaj

କୋରୋନା ମହାମାରୀ ଆତଙ୍କ ମଧ୍ୟରେ ଅର୍ଥନୀତିକୁ ବୁଷ୍ଟର ଦେବାକୁ ଜାରି ରହିଛି ସରକାରଙ୍କ ପ୍ରସ୍ତୁତି । ଦିଗହରା ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ଦ୍ବିତୀୟ ଆର୍ଥିକ ପ୍ୟାକେଜ ଆଣିବା ନେଇ ସୂଚନା ଦେଲେ ସିଇଏ ସଚିବ । ଅଧିକ ପଢନ୍ତୁ..

ଶୀଘ୍ର ଘୋଷଣା ହେବ ଆଉ ଏକ ଆର୍ଥିକ ପ୍ୟାକେଜ
ଶୀଘ୍ର ଘୋଷଣା ହେବ ଆଉ ଏକ ଆର୍ଥିକ ପ୍ୟାକେଜ
author img

By

Published : Nov 3, 2020, 7:37 PM IST

ନୂଆଦିଲ୍ଲୀ: କୋରୋନା କଟକଣାରେ ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ଭିଟାମିନ ଦେବା ପାଇଁ ପୁଣି ଆର୍ଥିକ ପ୍ୟାକେଜର ଘୋଷଣା କରିବେ ଅର୍ଥ ମନ୍ତ୍ରୀ । ମହାମାରୀରେ କ୍ଷତିଗ୍ରସ୍ତ ଶିଳ୍ପର ଅପିଲ ଓ ଦାବିକୁ ଦୃଷ୍ଟିରେ ରଖି ଏହି ବୁଷ୍ଟର ଦିଆଯିବ । ଆର୍ଥିକ ବ୍ୟାପର ବିଭାଗ(DEA) ର ସଚିବ ତରୁଣ ବଜାର ଏ ନେଇ ମଙ୍ଗଳବାର କହିଛନ୍ତି ।

ଅର୍ଥବ୍ୟବସ୍ଥାକୁ ସଳଖିବା ପାଇଁ ଲଗାତାର ପଦକ୍ଷେପ ନିଆଯାଉଛି । ଯାହା ଦ୍ବାରା ଅର୍ଥନୀତିରେ ଉତ୍ସାହଜନକ ବିକାଶ ଦେଖାଦେଉଛି । ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ 1 ଲକ୍ଷ କୋଟି ପାର କରିଥିବା ବେଳେ ଗତ ବର୍ଷ ତୁଳନାରେ ଏଥିରେ 10 ପ୍ରତିଶତ ବୃଦ୍ଧି ଦେଖାଦେଇଛି । ସେହିଭଳି ବିଦ୍ୟୁତ ଚାହିଦା, ରପ୍ତାନୀ ଏବଂ ଆମଦାନୀରେ ମଧ୍ୟ ସୁଧାର ଦେଖାଦେଇଛି । ଗାଡି ବିକ୍ରି ବଢିଛି , ବିନିର୍ମାଣ ଉଦ୍ୟୋଗର ଗତିବିଧିରେ ସୁଧାର ଦେଖାଦେଇଛି ।

କୋରୋନା ସଙ୍କଟରୁ ପୁନଃରୁଦ୍ଧାର ପାଇଁ ସରକାର ଉଦ୍ୟୋଗ ଜଗତ, ଶିଳ୍ପ ସଂଘ ଏବଂ ମନ୍ତ୍ରାଳୟ ସହ ବିଚାର କରୁଛନ୍ତି ।

ପ୍ରକାଶ ଯେ, ନିକଟରେ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ମଧ୍ୟ ଦ୍ବିତୀୟ ଆର୍ଥିକ ପ୍ୟାକେଜ ଆସିବା ନେଇ ସଙ୍କେତ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.