ETV Bharat / business

ଆଜି ଆଗତ ହେବ କେନ୍ଦ୍ର ବଜେଟ

author img

By

Published : Feb 1, 2021, 7:04 AM IST

ଆଜି ଅର୍ଥମନ୍ତ୍ରୀ ଆଗତ କରିବେ ‘ଅର୍ଥନୈତିକ ଟିକା’ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିବେ ଐତିହାସର ପ୍ରଥମ ଡିଜିଟାଲ ବଜେଟ । ଆର୍ଥିକ ଚାପରେ ଭାରକ୍ରାନ୍ତ କେନ୍ଦ୍ର ସରକାର ଅର୍ଥନୀତିକୁ ଗତିଶୀଳ ସହ ସାଧାରଣ ଜନତାଙ୍କ ହାତକୁ ଟଙ୍କା ଦେବା ପାଇଁ କିଭଳି କରିବେ ବ୍ୟୟ ବରାଦ, ସେ ଉପରେ ରହିଛି ସଭିଁଙ୍କ ନଜର...

ଆଜି ଆଗତ ହେବ  କେନ୍ଦ୍ର ବଜେଟ
ଆଜି ଆଗତ ହେବ କେନ୍ଦ୍ର ବଜେଟ

ନୂଆଦିଲ୍ଲୀ: ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ଶତାବ୍ଦୀର ଐତିହାସିକ ବଜେଟ । ଉପସ୍ଥାପନ ହେବ 2021-22 ଆର୍ଥିକ ବର୍ଷର ଆୟବ୍ୟୟ ଅଟକଳ ହିସାବ । କୋରୋନା ପ୍ରଭାବିତ ଅର୍ଥନୀତିକୁ ଭିଟାମିନ ଦେବା ପାଇଁ ଆସିବ ବୁଷ୍ଟର ଡୋଜ । ଏପଟେ ମହାମାରୀରେ ପୀଡିତ 130 କୋଟି ଭାରତୀୟ ଚାହିଁ ବସିଛନ୍ତି ଅର୍ଥମନ୍ତ୍ରୀ କଣ କରିବେ ଘୋଷଣା, ଯାହା ଦ୍ବାରା ହାତକୁ ଆସିବ ଟଙ୍କା ।

ତେବେ ଏ ବର୍ଷ ବଜେଟ ହେବ ଖାସ ଓ ସ୍ବତନ୍ତ୍ର । ଇତିହାସରେ ପ୍ରଥମ ଥର ପାଇଁ ପେପରଲେସ ହେବ ବଜେଟ । ଏଥିରେ ବେତନଭୋଗୀଙ୍କ ପାଇଁ ଟିକସ ହ୍ରାସ ହୋଇପାରେ । କାରବାରୀଙ୍କୁ ରିଲିଫ ସହ କିଛି ସାମଗ୍ରୀ ମହଙ୍ଗା ଓ କିଛି ଶସ୍ତା ମଧ୍ୟ ହୋଇପାରେ । ସରକାର ଅନେକ ବସ୍ତୁ ଉପରେ ସୀମା ଶୁଳ୍କ ହ୍ରାସ ଓ ଡର୍ଜନରୁ ଅଧିକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ହେବା ନେଇ ଆକଳନ କରିଛନ୍ତି ବିଶେଷଜ୍ଞ ।

ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ କେନ୍ଦ୍ର ବଜେଟ ହେବ । ସୀତାରମଣ ବଜେଟ ଅଧିବେଶର ପ୍ରଥମ ପର୍ଯ୍ୟାୟ ଫେବୃଆରୀ 15କୁ ଶେଷ ହେବ । ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 8 ରୁ ଆରମ୍ଭ ହୋଇ ଏପ୍ରିଲ 8 ଯାଏଁ ଚାଲିବ ।

ତେବେ ଗୋଟିଏ ଅନ୍ତରୀଣ ବଜେଟ ସମେତ ମୋଦି ସରକାରଙ୍କ ଏହା ନବମ ବଜେଟ ହେବାକୁ ଯାଉଛି । ଏହି ବଜେଟ ଏଭଳି ସମୟରେ ଉପସ୍ଥାପନ ହେବ, ଯେବେ କୋଭିଡ-19 ସଙ୍କଟରୁ ଦେଶ ମୁକୁଳୁଛି । ଅର୍ଥନୀତି ସୁଧାର ପଥରେ ଯାଉଛି । ଏଣୁ ଅର୍ଥନୀତିକୁ ଗତିଶୀଳ ପାଇଁ ସରକାର ବ୍ୟାପକ ରୂପରେ ରୋଜଗାର ସୃଷ୍ଟି ଓ ଗ୍ରାମୀଣ ବିକାଶ ଉପରେ ଖର୍ଚ୍ଚକୁ ବଢାଇବା, ବିକାଶ ଯୋଜନା ପାଇଁ ଆବଣ୍ଟନ, କରଦାତାଙ୍କୁ ଅଧିକ ସଞ୍ଚୟ ସୁଯୋଗ ଓ ବିଦେଶୀ କରକୁ ଆକର୍ଷିତ କରିବା ପାଇଁ ନିୟମକୁ ସହଜ କରିବା ନେଇ ଆଶା ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.