ETV Bharat / business

ନୂଆ କୃଷି ଆଇନ ନିବେଶ ଆଣିବ, ରୋଜଗାର ଯୋଗାଇବ: ଧର୍ମେନ୍ଦ୍ର - ନୂଆ କୃଷି ଆଇନ

ନୂଆ କୃଷି ଆଇନ ନିବେଶ ଆସିବ, ନୂଆ ପ୍ରଯୁକ୍ତିବିଦ୍ୟାର ଆରମ୍ଭ ହେବ ଆଉ ରୋଜଗାର ସୁଯୋଗ ସୃଷ୍ଟି ହେବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଦୃଢୋକ୍ତି ଦେଇଛନ୍ତି । ଅଧିକ ପଢନ୍ତୁ..

ନୂଆ କୃଷି ଆଇନ ନିବେଶ ଆଣିବ, ରୋଜଗାର ଯୋଗାଇବ: ଧର୍ମେନ୍ଦ୍ର

author img

By

Published : Feb 12, 2021, 9:10 PM IST

ନୂଆଦିଲ୍ଲୀ: ନୂଆ କୃଷି ଆଇନ ଦ୍ବାରା ନିବେଶ ଆସିବ, ନୂଆ ପ୍ରଯୁକ୍ତିବିଦ୍ୟାର ଆରମ୍ଭ ହେବ ଆଉ ରୋଜଗାର ସୁଯୋଗ ସୃଷ୍ଟି ହେବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଦୃଢୋକ୍ତି ଦେଇଛନ୍ତି ।

କେନ୍ଦ୍ରୀୟ ବଜେଟର ବିଶେଷତା ଉଲ୍ଲେଖ କରିବାକୁ ବିଜେପିର ଯୁବ ୟୁନିଟ୍ ଦ୍ୱାରା ଆୟୋଜିତ ଏକ ବୈଠକକୁ ସମ୍ବୋଧିତ କରି ଧର୍ମେନ୍ଦ୍ର କହିଛନ୍ତି କି , 40,000 କୋଟି ଟଙ୍କାର ଗ୍ରାମୀଣ ମୌଳିକ ଭିତ୍ତିଭୂମି ସଂରଞ୍ଚନା ବିକାଶ ପାଣ୍ଠିରୁ କୃଷି କ୍ଷେତ୍ରର ଅଭିବୃଦ୍ଧିର ନୂଆ କବାଟ ଖୋଲିବ ।

କେନ୍ଦ୍ରୀୟ ବଜେଟ ଅତନ୍ତ୍ୟ କଷ୍ଟକର ସମୟରେ ଆସିଛି । କୋଭିଡ ପ୍ରଭାବରେ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଏହାକୁ ଟ୍ରାକକୁ ଆଣିବା ବଜେଟରେ ରହିଥିଲା ଚ୍ୟାଲେଞ୍ଜିଂ । ତେବେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବଧୀନ ସରକାର କୃଷକ ଓ ଶ୍ରମିକଙ୍କୁ ଶସକ୍ତ କରିବାକୁ ଦୃଢ ପଦକ୍ଷେପ ନେଇଛନ୍ତି ।

କେନ୍ଦ୍ରର ନୂଆ 3 କୁଷି ଆଇନ ବିରୋଧରେ ଗତ ବର୍ଷ ନଭେମ୍ବର ମଝିରୁ ଦିଲ୍ଲୀର ଅଲଗା ଅଲଗା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ସମ୍ବନ୍ଧରେ ଏ ନେଇ ମତ ରଖିଛନ୍ତି ଧର୍ମେନ୍ଦ୍ର ।

ବସ୍ତି ବାସିନ୍ଦା, ଉଠା ଦୋକାନୀ , ରେସିଡେଣ୍ଟ କଲ୍ୟାଣ ସଙ୍ଗଠନ ସମେତ ସମାଜର ବିଭିନ୍ନ ବିଭାଗ ସହିତ ବଜେଟର ବ୍ୟବସ୍ଥା ଉପରେ ଆଲୋଚନା କରିବାକୁ ଏବଂ ସେମାନଙ୍କ ଆକାଂକ୍ଷା ବିଷୟରେ ଜାଣିବାକୁ ଧର୍ମେନ୍ଦ୍ର ଦିଲ୍ଲୀ ବିଜେପିର ନେତାମାନଙ୍କୁ ଅନୁରୋଧ କରିଛନ୍ତି । ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ ଆବଣ୍ଟନ ଗତ ବର୍ଷ ତୁଳନାରେ 137 ପ୍ରତିଶତ ବୃଦ୍ଧି କରାଯାଇଛି । ସେ କହିଛନ୍ତି କି ଦେଶର ଆର୍ଥିକ ପାୱାର , ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭର କରିଥାଏ । ଆଉ ବଜେଟରେ ମଧ୍ୟ ଏହା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.