ETV Bharat / business

ରାଜ୍ୟ ବଜେଟ: ସୁନିଶ୍ଚିତ ହେବ ଗ୍ରାମାଞ୍ଚଳ ଲୋକଙ୍କ ମଜୁରୀ - ଓଡିଶା ବଜେଟ

ଗ୍ରାମୀଣ ଶ୍ରମିକ ପରିବାରଙ୍କୁ ବର୍ଷରେ ଅନ୍ୟୁନ ବାଧ୍ୟତାମୂଳକ 100 ଶ୍ରମ ଦିବସ ଯୋଗାଇ ଦେବା ନିମନ୍ତେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଅଧିନିୟମରେ 1501 କୋଟି ଟଙ୍କା ବ୍ୟୟ ଅଟକଳ ବଜେଟ କରାଯାଇଛି । ଅଧିକ ପଢନ୍ତୁ...

employeement-budget-in-odisha
ରାଜ୍ୟ ବଜେଟ: ସୁନିଶ୍ଚିତ ହେବ ଗ୍ରାମାଞ୍ଚଳ ଲୋକଙ୍କ ମଜୁରୀ
author img

By

Published : Feb 18, 2020, 9:54 PM IST

Updated : Feb 18, 2020, 10:48 PM IST

ଭୁବନେଶ୍ବର: ଗ୍ରାମୀଣ ଶ୍ରମିକ ପରିବାରଙ୍କୁ ବର୍ଷରେ ଅନ୍ୟୁନ ବାଧ୍ୟତାମୂଳକ 100 ଶ୍ରମ ଦିବସ ଯୋଗାଇ ଦେବା ନିମନ୍ତେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଅଧିନିୟମରେ 1501 କୋଟି ଟଙ୍କା ବ୍ୟୟ ଅଟକଳ ଚଳିତ ବଜେଟରେ କରାଯାଇଛି । ଗ୍ରାମାଞ୍ଚଳର ଲୋକଙ୍କ ମଜୁରୀ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରିୟ ସହାୟତା ପ୍ରାପ୍ତି ପୂର୍ବରୁ ମଜୁରୀ ପୈଠ କରିବା ଉଦ୍ଦେଶ୍ୟରେ ମନରେଗା ଅଧିନରେ 500କୋଟି ଟଙ୍କାର କର୍ପସ ପାଣ୍ଠି ସୃଷ୍ଟି କରାଯାଇଛି ।

ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ତଥା ନ୍ୟାସନାଲ ରୁରାଲ୍ ଲାଇଭଲିହୁଡ୍ ମିଶନରେ ପ୍ରାୟ 852କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଶ୍ୟାମା ମୁଖାର୍ଜୀ URBAN ମିଶନ ନିମନ୍ତେ 80କୋଟି ଟଙ୍କା ଓ ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ 300କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଉନ୍ନତିକରଣକୁ ଧ୍ୟାନ ଦିଆଯାଇଛି ।

2020-21 ଆର୍ଥିକ ବର୍ଷରେ ଅନୁସୂଚିତ ଜନଜାତିକ sub-component ଅଧିନରେ 13,777 କୋଟି ଟଙ୍କା ଓ ଅନୁସୂଚିତ ଜାତି sub-compenent ଅଧିନରେ 10, 313 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହାସହ ପଛୁଆ ବର୍ଗଙ୍କ ପାଇଁ ଓବିସି କମିଶନ ଗଠନ କରାଯାଇଛି ।

ଏହାସହ ମଧୁବାବୁ ପେନସନ ଯୋଜନାରେ ଦିବ୍ୟାଙ୍ଗଙ୍କୁ 1,718କୋଟି ଟଙ୍କା ଓ ଏନଏସଏପି ପାଇଁ928କୋଟି ଟଙ୍କା ଓ ଦିବ୍ୟାଙ୍ଗ ସଶକ୍ତିକରଣ ପାଇଁ 81କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହାସହ ବୃଦ୍ଧାଶ୍ରମ ପ୍ରତିଷ୍ଠା ନିମନ୍ତେ 189 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ପୂର୍ବ ବର୍ଷ ତୁଳନାରେ 5 ଗୁଣା ଅଧିକ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 18, 2020, 10:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.