ETV Bharat / business

ରେକର୍ଡ ! ମେ’ରେ 16.8% ବଢିଲା କୋର ସେକ୍ଟର ଉତ୍ପାଦନ

author img

By

Published : Jul 1, 2021, 8:05 AM IST

ଭିତ୍ତିଭୂମି କ୍ଷେତ୍ରର 8 ପ୍ରମୁଖ ଉଦ୍ୟୋଗ (କୋର ସେକ୍ଟର) ଉତ୍ପାଦନ ବଢିଛି । ଗତ ବର୍ଷ ତୁଳନାରେ ଏଥର ମେ’ ମାସରେ 8 ପ୍ରମୁଖ ଭିତ୍ତିଭୂମି ଉଦ୍ୟୋଗର ଉତ୍ପାଦନ 16.8 ପ୍ରତିଶତ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

ରେକର୍ଡ !  ମେ’ରେ 16.8%  ବଢିଲା କୋର ସେକ୍ଟର ଉତ୍ପାଦନ
ରେକର୍ଡ ! ମେ’ରେ 16.8% ବଢିଲା କୋର ସେକ୍ଟର ଉତ୍ପାଦନ

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଶୁଭ ସଙ୍କେତ । ଭିତ୍ତିଭୂମି କ୍ଷେତ୍ରର 8 ପ୍ରମୁଖ ଉଦ୍ୟୋଗ (କୋର ସେକ୍ଟର) ଉତ୍ପାଦନ ବଢିଛି । ଗତ ବର୍ଷ ତୁଳନାରେ ଏଥର ମେ’ ମାସରେ 8 ପ୍ରମୁଖ ଭିତ୍ତିଭୂମି ଉଦ୍ୟୋଗର ଉତ୍ପାଦନ 16.8 ପ୍ରତିଶତ ବୃଦ୍ଧି ହୋଇଛି । ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏନେଇ ତଥ୍ୟ ପ୍ରକାଶ ପାଇଛି ।

ପ୍ରାକୃତିକ ଗ୍ୟାସ, ରିଫାଇନାରୀ ଉତ୍ପାଦ, ଇସ୍ପାତ, ସିମେଣ୍ଟ ଓ ବିଦ୍ୟୁତ ଉତ୍ପାଦନରେ ବୃଦ୍ଧି ଆସିବା ଦ୍ବାରା ହାସଲ ହୋଇଛି । ଗତ ବର୍ଷ ମେ ମାସରେ କୋଭିଡ-19 ସଂକ୍ରମଣ ପ୍ରତିହତ ପାଇଁ ଲାଗୁ ଦେଶବ୍ୟାପି ଲକଡାଉନ ଯୋଗୁଁ ଏହି ଆଠ ଭିତ୍ତିଭୂମି ଉଦ୍ୟୋଗର ଉତ୍ପାଦନରେ 21.4 ପ୍ରତିଶତ ବଡ ହ୍ରାସ ରେକର୍ଡ ହୋଇଛି ।

ଏ ବର୍ଷ ମାର୍ଚ୍ଚରରେ ଏହି ଉଦ୍ୟୋଗରେ 11.4 ପ୍ରତିଶତ ଓ ଏପ୍ରିଲ ମାସରେ 60.9 ପ୍ରତିଶତ ବୃଦ୍ଧି ହୋଇଛି । 2021 ଏପ୍ରିଲ ମାସରେ ହାସଲ ଉଚ୍ଚ ବୃଦ୍ଧିର ବି ପ୍ରମୁଖ କାରଣ 1 ବର୍ଷ ପୂର୍ବରୁ ତୁଳନାତ୍ମକ ଆଧାର ବହୁତ ତଳେ ରହିଛି । 2020 ଏପ୍ରିଲରେ ବି ଦେଶବ୍ୟାପି ଲକଡାଉନ ଯୋଗୁଁ କାରବାର ଗତିବିଧି ସମ୍ପୁର୍ଣ୍ଣ ବନ୍ଦ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.