ETV Bharat / business

କୋରୋନା ଲଢେଇ: ଦେଶକୁ ଦରକାର 3 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ

author img

By

Published : Apr 9, 2020, 1:20 AM IST

କୋରୋନା ଭାଇରସ ସଙ୍କଟର ମୁକାବିଲା ପାଇଁ ସରକାରଙ୍କୁ ଦରକାର ଅତିରିକ୍ତ 3 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ । ଅଧିକ ପଢନ୍ତୁ...

economists pitch for rs 3 lakh cr additional package to tide over covid crisis
କୋରୋନା ଲଢେଇ: ଦେଶକୁ ଦରକାର 3 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ସରକାରଙ୍କ 1.75 ଲକ୍ଷ କୋଟି ଟଙ୍କା ପ୍ୟାକେଜର ପ୍ରାୟ ଅଂଶ ପ୍ରଥମ ବଜେଟରେ ପ୍ରସ୍ତାବିତ ଥିଲା । ତେବେ ମହାମାରୀ ଭଳି ଚ୍ୟାଲେଞ୍ଜର ମୁକାବିଲା ପାଇଁ ଅର୍ଥବ୍ୟବସ୍ଥାକୁ ଅତିରିକ୍ତ 3 ଲକ୍ଷ କୋଟିର ଅତିରିକ୍ତ ସହାୟତା ଆବଶ୍ୟକ ବୋଲି ଏସବିଆଇ ଅର୍ଥଶାସ୍ତ୍ରୀ କହିଛନ୍ତି ।

ସେମାନଙ୍କ ଅନୁଯାୟୀ, ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ 1.75 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲା ବେଳେ ସେଥିରୁ କେବଳ 73,000 କୋଟି ଟଙ୍କା ନୂଆ ଘୋଷଣା ଥିଲା । କାରଣ ବାକି ବଜେଟରେ ହିଁ ବରାଦ ସରିଛି । ଏଣୁ ଏଥର କୋରୋନାରେ ପ୍ରଭାବିତ ଉଦ୍ୟୋଗ ପାଇଁ ଏକ ବଡ ଆର୍ଥିକ ପ୍ୟାକେଜର ଆବଶ୍ୟକତା ରହିଛି ।

ଧିମା ଅର୍ଥନୀତିକୁ ଆହୁରୀ ରୁଗ୍ଣ କରିଦେଇଛି କୋଭିଡ-19 । ଆଗକୁ ଅଭିବୃଦ୍ଧି ହାର ପ୍ରବଳ ଖସିବା ନେଇ ଆଶଙ୍କା କରାଯାଉଛି । ମହାମାରୀ ରୋକିବାକୁ ସରକାର 21 ଦିନ ଦେଶବ୍ୟାପି ଲକଡାଉନ ଘୋଷଣା କରିଛନ୍ତି । ଏହା ଜାରି ରହିଥିଲା ବେଳେ ଚଳିକତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ହ୍ରାସ ପାଇ 2 ପ୍ରତିଶତରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।

ସେହିଭଳି ନିଯୁକ୍ତି ପାଇଁ ହୋଟେଲ, ବ୍ୟବସାୟ, ଶିକ୍ଷା, ପେଟ୍ରୋଲିୟମ ଏବଂ କୃଷି କ୍ଷେତ୍ର ଉପରେ ମଧ୍ୟ ଧ୍ୟାନ ଦିଆଯିବା ଦରକାର । କାରଣ ଦେଶର ଜିଡିପିରେ ଦେଶର ସ୍ବରୋଜଗାର 30 ପ୍ରତିଶତ ଯୋଗଦାନ ଦେଇଥାଏ । ଏଭଳି ପରିସ୍ଥିତିରେ ଏକ ଆର୍ଥିକ ପ୍ୟାକେଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.