ETV Bharat / business

‘ପିଏମଓ ପାଖରେ ସବୁ କ୍ଷମତା, ଏଣୁ ଘନଉଛି ମାନ୍ଦାବସ୍ଥା’

author img

By

Published : Dec 9, 2019, 4:19 PM IST

ମାନ୍ଦାବସ୍ଥା ନେଇ ରାଜନଙ୍କ ମତ । ଅର୍ଥବ୍ୟବସ୍ଥା ପରିଚାଳନାର ସବୁ ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ)ନେଉଛି । ଏଣୁ ଲଗାତାର ଖସୁଛି ଅଭିବୃଦ୍ଧି ।

Economic slowdown increased due to PMO kept all power
‘ପିଏମଓ ପାଖରେ ସବୁ କ୍ଷମତା, ଏଣୁ ଘନଉଛି ମାନ୍ଦାବସ୍ଥା’

ନୂଆଦିଲ୍ଲୀ: ମାନ୍ଦାବସ୍ଥା ଜାଲରେ ଦେଶର ଅର୍ଥନୀତି । ଆଉ ଏହାର କାରଣ ହେଉଛି ଅର୍ଥବ୍ୟବସ୍ଥାର ପରିଚାଳନାର ସବୁ ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ)ନେଉଛି । ସବୁ ମନ୍ତ୍ରୀଙ୍କୁ ଅଧିକାରବୀହିନ କରି ପିଏମକୁ ଏତେ କ୍ଷମତା ମିଳୁଥିବା ଏଭଳି ସମସ୍ୟା ଦେଖାଦେଉଛି । ଏନେଇ ଚିନ୍ତା ପ୍ରକଟ କରି ଏକ ପତ୍ରିକାର ନିରନ୍ଧରେ ନିଜର ପରାମର୍ଶ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ।

ଲଗାତାର ଧୀମା ପଡୁଥିବା ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୁଞ୍ଜିକ୍ଷେତ୍ର, ଭୂମି ଓ ଶ୍ରମ ବଜାରକୁ ବୁଷ୍ଟର ଦେବା ପାଇଁ ରାଜନ ବାରମ୍ବାର ମତ ଦେଇଛନ୍ତି । ଏଥିସହ ସେ ନିବେଶ ବୃଦ୍ଧି ଉପରେ ବି ଜୋର ଦେଉଛନ୍ତି ।

ସେ କହିଛନ୍ତି ଯେ, ଭାରତକୁ ମାନ୍ଦାବସ୍ଥାରୁ ମୁକୁଳାଉବା ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫଡିଆଇ) ନିୟମରେ ଆହୁରି କୋହଳ ଆବଶ୍ୟକ ରହିଛି । ସେହିପରି ଘରୋଇ ଚାହିଦା ବୃଦ୍ଧି ପାଇଁ ଯଥାଯୁକ୍ତ ଢଙ୍ଗରେ ମୁକ୍ତ ବାଣିଜ୍ୟ ରାଜିନାମା କ୍ଷେତ୍ରରେ ଭାରତକୁ ନୂଆ ସୁଯୋଗ ଖୋଜିବାକୁ ହେବ ।

ଏଥିସହ ରାଜନ ଲେଖିଛନ୍ତି ଯେ, ‘‘ବୁଝିବାକୁ ହେବ କି ଭୁଲ କେଉଁଠି ରହୁଛି । ଆମକୁ ପ୍ରଥମେ ବର୍ତ୍ତମାନର ସରକାରଙ୍କ କେନ୍ଦ୍ରୀକୃତ ସ୍ବରୂପରୁ ଆରମ୍ଭ କରିବା ଆବଶ୍ୟକ । କେବଳ ନିର୍ଣ୍ଣୟ ପକ୍ରିୟା ନୁହେଁ , ବରଂ ଏହି ସରକାରଙ୍କ ଅଧିନରେ ଯେଉଁସବୁ ବିଚାର ଓ ଯୋଜନା ସାମ୍ନାକୁ ଆସିଛୁ, ସେ ବି ପ୍ରଧାନମନ୍ତ୍ରୀଙ୍କ ଚାରିପାଖରେ ରହୁଥିବା ଲୋକ ଓ ପିଏମଓ କାର୍ଯ୍ୟାଳୟର ଅଧିକାରୀଙ୍କ ଭିତରେ ସୀମିତ । ପାର୍ଟିର ରାଜନୈତିକ ଏଜେଣ୍ଡା ଓ ସାମାଜିକ ଏଜେଣ୍ଡା ହିସାବରେ ଏହା ଠିକ ହୋଇପାରେ । କିନ୍ତୁ ଦେଶର ଅର୍ଥବ୍ୟବସ୍ଥା ପାଇଁ ଏହା ଆଦୌ ଠକ ନୁହେଁ । ’’

ଏଥିସହ ରାଜ୍ୟ ସ୍ତରୀୟ ତୁଳନାରେ ରାଷ୍ଟ୍ରୀୟ ସ୍ତରର ଅର୍ଥବ୍ୟବସ୍ଥା ଉପରେ କିଭଳି କାମ କରୁଛି ସେ ନେଇ ବି କୌଣସି ସୂଚନା ନାହିଁ ।

Intro:Body:

DFHD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.