ETV Bharat / business

ନୀରବକୁ ଆଉ ଏକ ଝଟକା, ଗଣିବେ 7300 କୋଟି

ବଢିଲା ନୀରବ ମୋଦିଙ୍କ ଟେନସନ । ସୁଧ ସହ ପିଏନବିକୁ 7300 ଟଙ୍କା ଫେରାଇବାକୁ ଡିଆରଟି ପୁନେ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି ।

author img

By

Published : Jul 6, 2019, 4:39 PM IST

ଫଟୋ ସୌଜନ୍ୟ-ଏଏନଆଇ

ନୂଆଦିଲ୍ଲୀ: ବଢୁଲା ନୀରବ ମୋଦିଙ୍କ ଅଡୁଆ । ବାରମ୍ବାର ଜମିନ ଆବେଦନ ଖାରଜ ହେଉଥିବା ବେଳେ ଏବେ ପୁଣି ମିଳିଛି ଆଉ ଏକ ବଡ ଝଟକା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ସୁଧ ସହ 7300 କୋଟି ଟଙ୍କା ଫେରାଇବାକୁ ଶନିବାର ପୁନେସ୍ଥିତ ଋଣ ଆଦାୟକାରୀ ଅଧିକରଣ (DRT) ନୀରବଙ୍କ ନାଁ ରେ ଏକ ପ୍ରସ୍ତାବ ପାରିତ କରିଛି ।

ଏହା ପୂର୍ବରୁ ସିଙ୍ଗାପୁର ଉଚ୍ଚ ନ୍ୟାୟଳୟ ନୀରବ ଓ ତାଙ୍କ ସମ୍ପର୍କୀୟ-ସହଯୋଗୀଙ୍କ ଆକାଉଣ୍ଟ ଫ୍ରିଜ କରି 44.41 କୋଟି ଟଙ୍କା ଜବତ କରିଥିଲେ । ତା ପୂର୍ବରୁ ଇଡି ଆବେଦନ କ୍ରମେ ସ୍ବିସ୍ ବ୍ୟାଙ୍କ ଅଧିକାରୀ ନୀରବ ଓ ଭଉଣୀ ପୂରବୀ ମୋଦିଙ୍କ 4 ଟି ଆକାଉଣ୍ଟ ଜବତ କରାଯାଇଥିଲା । ଏଥିରେ 283.16 କୋଟି ଟଙ୍କା ଜମା ଥିଲା ।

ପ୍ରକାଶ ଥାଉ ଯେ, ନୀରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩,୦୦୦ କୋଟି ଟଙ୍କା ଋଣ ନେଇ ଫେରାର ହୋଇଯାଇଛି । ଏବେ ସେ ବ୍ରିଟେନ ଜେଲରେ ବନ୍ଦୀ ରହିଛି ।

Intro:Body:

BLANK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.