ETV Bharat / business

ଦେଶରେ 5ଜି ପରୀକ୍ଷଣକୁ ମଞ୍ଜୁରୀ, ଚୀନ କମ୍ପାନୀ ପ୍ରକ୍ରିୟାରୁ ପଡିଲେ ବାଦ - 5ଜି ଟ୍ରାଏଲ

ଟେଲିକମ୍ ବିଭାଗ ଟେଲିକମ୍ କମ୍ପାନୀଗୁଡିକୁ 5G ପରୀକ୍ଷା ପରିଚାଳନା ପାଇଁ ଆବେଦନକୁ ଅନୁମୋଦନ କରିଛି । ହେଲେ କେହି ଚାଇନାର ସଂସ୍ଥାଗୁଡ଼ିକର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବେ ନାହିଁ । ଅଧିକ ପଢନ୍ତୁ..

ଦେଶରେ 5ଜି ପରୀକ୍ଷଣକୁ ମଞ୍ଜୁରୀ, ଚୀନ କମ୍ପାନୀ ପ୍ରକ୍ରିୟାରୁ ପଡିଲେ ବାଦ

author img

By

Published : May 4, 2021, 9:46 PM IST

ନୂଆଦିଲ୍ଲୀ: ଦେଶରେ 5ଜି ଟେକନିକ ଟ୍ରାଏଲ ପାଇଁ ଟେଲିମକ କମ୍ପାନୀଙ୍କୁ ମଞ୍ଜୁରୀ ଦେଇଛନ୍ତି ଭାରତ ସରକାର । ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ଏଥିରୁ ଚୀନ କମ୍ପାନୀ ହୁୱାଇ ଓ ZTEକୁ ଏହି ପ୍ରକ୍ରିୟାରୁ ବାଦ ଦିଆଯାଇଛି । ଭାରତ ସରକାରଙ୍କ ଜଣେ ଶୀର୍ଷ ଅଧିକାରୀ ଏ ନେଇ ସୂଚନା ଦେଇଛି ।

ଅଧିକାରୀ କହିଛନ୍ତି କି, ‘‘ବିଏସଏନଏଲ 5ଜି ଟେଷ୍ଟିଂ (5G trials) ପାଇଁ ସି-ଡଟ ସହ ବୁଝାମଣା କରିଛି ।’’ ଭାରତରେ 5ଜି ଟେଷ୍ଟିଂ ପାଇଁ ଟେଲିକମ କମ୍ପାନୀ ଭାରତୀୟ ଏୟାରଟେଲ, ଭୋଡାଫୋନ ଆଇଡିଆ ଓ ରିଲାଏନ୍ସ ଜିଓ ଭଳି କମ୍ପାନୀ ଆରିକ୍ସନ ଓ ନୋକିଆ ଭଳି ପ୍ଲେୟର ସହ ହାତ ମିଳାଇଛି । ସମଗ୍ର ଦେଶର ଭିନ୍ନ ଭିନ୍ନ ଅଞ୍ଚଳ ପାଇଁ 5ଜି ର ଟ୍ରାୟର କରାଯିବ । ତେବେ ଏହି ପରୀକ୍ଷଣରେ କୌଣସି ଚୀନ କମ୍ପାନୀଙ୍କ ଟେକନିକର ବ୍ୟବହାର କରାଯିବ ନାହିଁ ।

କେନ୍ଦ୍ର ସରକାରଙ୍କ ଅଧିକାରୀ କହିଛନ୍ତି କି , ‘‘ ଟେଲିକମ କମ୍ପାନୀଙ୍କୁ ଶୀଘ୍ର 5ଜି ଟ୍ରାୟଲ ଉଦ୍ଦେଶ୍ୟରେ 700 ମେଗାହଟ୍ରଜ ବ୍ୟାଣ୍ଡରେ ଏୟାରୱେଭ୍ ମିଳିଯିବ । ଏଥିପାଇଁ କିଛି ସର୍ତ୍ତ ବି ରଖାଯାଇଛି । ’’ 5ଟ୍ରାୟଲ ପାଇଁ ଏୟାରୱେଭ ଉପଲବ୍ଧ କରିବା ମାମଲାରେ ଗ୍ରାମୀଣ ଓ ସହର ଉଭୟ ଅଞ୍ଚଳରେ ଟେଷ୍ଟିଂ କରାଯିବା ସାମିଲ ରହିଛି । ଏଥିସହ ନେଟୱର୍କର ସିକ୍ୟୁରିଟଜ ଉପରେ ବିଶେଷ ଧ୍ୟାନ ଦିଆଯିବା ବି ସାମିଲ ରହିଛି । ଟେଲିକମ କମ୍ପାନୀଙ୍କୁ ଚେତାବନୀ ଦିଆଯାଇଛି କି ସେମାନଙ୍କୁ ଏହି ଏୟାରୱେଜ କେବଳ ଟ୍ରାଏଲ ପାଇଁ ଦିଆଯାଇଛି । ଆଉ ଏଥିରେ ଯଦି ସେମାନେ କମର୍ସିଆଲ କାମ ଆରମ୍ଭ କରନ୍ତି ତେବେ ଏହି ସର୍ତ୍ତର ଉଲଙ୍ଘନ ହେବ । ଏଥିପାଇଁ ସେମାନଙ୍କ ଉପରେ ଗମ୍ଭୀର କାର୍ଯ୍ୟନୁଷ୍ଠାନ କରାଯାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.