ETV Bharat / business

ଆପଣ ଜାଣନ୍ତି କି, କୋଭିଡ ଆପଣଙ୍କ ପକେଟକୁ କେତେ ପ୍ରଭାବିତ କରୁଛି ?

author img

By

Published : Aug 18, 2020, 2:42 PM IST

ଦେଶର ଅର୍ଥନୀତି ଛବି ଅସ୍ପଷ୍ଟ । କୋରୋନା ମାମଲା ବଢିବା ସହ କଟକଣା କଠୋର ହେଉଛି । ଫଳରେ ଆର୍ଥିକ ଗତିବିଧି ଧୀମା ପଡୁଛି । ଯେଉଁଥିପାଇଁ ଆୟ ହ୍ରାସ ହେଉଛି । ରିପୋର୍ଟ ଅନୁସାରେ ଦେଶର ହାରାହାରୀ ମୁଣ୍ଡପିଛା କ୍ଷତି 27,000ରୁ ଅଧିକ ରହିଛି । ଅଧିକ ପଢନ୍ତୁ..

ଆପଣ ଜାଣନ୍ତି କି,  କୋଭିଡ ଆପଣଙ୍କ ପକେଟକୁ କେତେ ପ୍ରଭାବିତ କରୁଛି  ?
ଆପଣ ଜାଣନ୍ତି କି, କୋଭିଡ ଆପଣଙ୍କ ପକେଟକୁ କେତେ ପ୍ରଭାବିତ କରୁଛି ?

ନୂଆଦିଲ୍ଲୀ: କୋରୋନା ପ୍ରହାରରେ ଦେଶ ମେରୁଦଣ୍ଡ ବଙ୍କା । ଆର୍ଥିକ ଗତିବିଧି ଠପ, କାରବାର ସ୍ଥାଣୁ , ଯୋଗୁଁ ରାଜକୋଷ ହ୍ରାସ ହୋଇଛି । ଛଟେଇ ବଢିଥିବା ବେଳେ ଚାକିରୀ ସଂଖ୍ୟା କମିଛି । ଫଳରେ ଲୋକଙ୍କ ଆୟ ପ୍ରବଳ ପରିମାଣରେ କମିଥଛି , ତା ସାଙ୍ଗକୁ କଞ୍ଜମ୍ପସନ ( ଉପଯୋଗୀତା) ମଧ୍ୟ ସଙ୍କୁଚିତ ହୋଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଇକୋରାପ ରିପୋର୍ଟ ଅନୁସାରେ କୋରୋନା କାଳରେ ମୌଦ୍ରିକ ପ୍ରଭାବ ମାମଲାରେ ଦିଲ୍ଲୀ, ତେଲେଙ୍ଗାନା, ହରିଆନା ଓ ଗୋଆ ବାସିନ୍ଦା ସବୁଠୁ ଅଧିକ ପ୍ରଭାବିତ ହେବେ । ଏଠାକାର ଲୋକଙ୍କ ମୁଣ୍ଡପିଛା କ୍ଷତି 40,000 ଟଙ୍କା ରହିଛି ।

ଦିଲ୍ଲୀରେ ରହୁଥିବା ଲୋକ କୋରୋନା ଭାଇରସ ପ୍ରକୋପ ଯୋଗୁଁ ଆଉଟପୁଟରେ କ୍ଷତି କାରଣକୁ ଆର୍ଥିକ ବର୍ଷ 2021 ରେ ରେ 87,223 କ୍ଷତି ସହିବେ ବୋଲି ଅନୁମାନ ରହିଛି । ଏହା ସମଗ୍ର ଦେଶର ହାରାହାରୀ ମୁଣ୍ଡପିଛା କ୍ଷତି ତୁଳନାରେ ବହୁତ ଅଧିକ ।

ରିପୋର୍ଟ ଅନୁସାରେ ଦେଶର ହାରାହାରୀ ମୁଣ୍ଡପିଛା କ୍ଷତି 27,000ରୁ ଅଧିକ ରହିବ । ଏହି ସମୟରେ, ତେଲେଙ୍ଗାନାର ହାରାହାରି ବାସିନ୍ଦା ଆର୍ଥିକ ବର୍ଷ 21 ରେ 67,883 ଟଙ୍କା କ୍ଷତି ସହିବାକୁ ଥିବାବେଳେ ହରିୟାଣାର ବାସିନ୍ଦାଙ୍କ ପାଇଁ 52,696 ଟଙ୍କା ପ୍ରଭାବ ପଡିବା ସମ୍ଭାବନା ରହିଛି। ଗୋଆ ବାସିନ୍ଦାଙ୍କ ମୁଣ୍ଡପିଛା କ୍ଷତି 1.05 ଲକ୍ଷ ଟଙ୍କାରୁ ଅଧିକ ହେବ। । ସେହିପରି ଉଭୟ ତାମିଲନାଡୁ ଏବଂ ଗୁଜୁରାଟର ଲୋକଙ୍କ ପାଇଁ ଏହା ପ୍ରାୟ 45,000 ଟଙ୍କା। ଆଶ୍ଚର୍ଯ୍ୟର କଥା ଯେ ରିପୋର୍ଟ ଅନୁଯାୟୀ ବିହାର ସବୁଠାରୁ କମ ପ୍ରଭାବିତ ରାଜ୍ୟ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ପୁଞ୍ଜି କ୍ଷତି ମାତ୍ର 8,739 ଟଙ୍କା ରହିଛି। ଆସାମ ପ୍ରତି ବ୍ୟକ୍ତିଙ୍କ ପିଛା 9,800 ଟଙ୍କା କ୍ଷତି ସହ କମ ପ୍ରଭାବିତ ଲିଷ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି |

ସମସ୍ତ ରାଜ୍ୟଗୁଡିକୁ ହିସାବକୁ ନେଲେ ମୋଟ ଜିଏସଡିପି କ୍ଷତି 38 ଲକ୍ଷ କୋଟି ଟଙ୍କା ରହିଛି । ଯାହାକି ରାଜ୍ୟଗୁଡିକର ମୋଟ ଜିଏସଡିପିର 16.9 ପ୍ରତିଶ ।

ରାଜ୍ୟର ରିସର୍ଚ୍ଚରୁ ଜଣାପଡିଛି କି ମୋଟ ଜିଡିପି କ୍ଷତିରେ ଶ୍ରେଷ୍ଠ 10 ରାଜ୍ୟର ଭାଗ 73.8 ପ୍ରତିଶତ ରହିଛି । ଯେଉଁଥିରେ ମହାରାଷ୍ଟ୍ରର ମୋଟ କ୍ଷତି 14.2 ପ୍ରତିଶତ ଥିବା ବେଳେ ତା ପଛକୁ ତାମିଲନାଡି (9.2%) ଓ ଉତ୍ତରପ୍ରଦେଶ (8.2%) ରହିଛି । ଦେଶରେ ମୋଟ କୋଭିଡ ମାମଲାରେ ଏହି 10 ଟି ରାଜ୍ୟର ଯୋଗଦାନ 81 ପ୍ରତିଶତ ଅଛି ।

ରିପୋର୍ଟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଭାରତୀୟ ଅର୍ଥନୀତି 16.5 ପ୍ରତିଶତ ହ୍ରାସ ନେଇ କୁହାଯାଇଛି । ପୂର୍ବରୁ ଏହା 20 ପ୍ରତିଶତ ସଙ୍କୁଚିତ ହେବ ବୋଲି ଏସବିଆଇ ଆକଳନ କରିଛିବା । ।

ରିପୋର୍ଟରେ ଉଲ୍ଲେଖ ଅଛି, ଅର୍ଥନୈତିକ ଅଭିବୃଦ୍ଧି ଉପରେ କୋଭିଡ -19 ର କଳା ବାଦଲ ଛାଇଯାଇଛି । ଆକଳନ ଅନୁଯାୟୀ, ଆର୍ଥିକ ବର୍ଷ 21ର 4 ତ୍ରୟମାସରେ ନକରାତ୍ମକ ଜିଡିପି ପ୍ରଦର୍ଶନ କରିବ। ଆଉ ସମ୍ପୁର୍ଣ୍ଣ ଆର୍ଥିକ ବର୍ଷର ଅଭିବୃଦ୍ଧି ହ୍ରାସ ଦୁଇ ଅଙ୍କରେ ରହିବ। ଗତ ସପ୍ତାହରେ ପ୍ରକାଶିତ ସରକାରୀ ତଥ୍ୟ ଅନୁସାରେ ଲଗାତାର ଚତୁର୍ଥ ମାସ ପାଇଁ ଭାରତର ଶିଳ୍ପ ଉତ୍ପାଦନ ସୂଚନୀ ସଙ୍କୁଚିତ ହୋଇଛି । ଜୁନରେ ଆଇଆଇପି 16.6 ପ୍ରତିଶତ ଖସିଛି । ମେ ରେ ଏଥିରେ 34 ପ୍ରତିଶତ ହ୍ରାସ ହୋଇଥ୍ଲା ।

ତେବେ ଦେଖିବାକୁ ବାକି ରହିଲା କି , NSO (ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ) 2020 ଅଗଷ୍ଟ 31 ରେ କିପରି ଡାଟା ରିପୋର୍ଟ କରିବ। NSO ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ପାଇଁ ଅଗଷ୍ଟ 31 ରେ ଜିଡିପି ରିପୋର୍ଟ ପ୍ରକାଶ କରିବ ।

ରିପୋର୍ଟରେ ଜୁଲାଇ ମାସ ପାଇଁ ଏନଏସଓର ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ହିସାବ ଉପରେ ପ୍ରଶ୍ନ ଉଠିଛି । ଏଥିସହ ମାସ ମଧ୍ୟରେ ବାସ୍ତବ ଖୁଚୁରା ମୁଦ୍ରାସ୍ଫୀତି ଆକଳନ ପ୍ରାୟ 7.5% ହେବ ବୋଲି ଆକଳନ କରାଯାଇଛି, ଯାହା ମୂଳ ଘୋଷିତ 6.9% ଠାରୁ ଅଧିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.