ETV Bharat / business

କୋରୋନା ମାଡରେ କ୍ଷତ ବିଦ୍ୟୁତ ବିତରଣ କମ୍ପାନୀ, ଋଣ ଭାର 4.5 ଲକ୍ଷ କୋଟି ଛୁଇଁବା ଆଶଙ୍କା - power distribution companies

କୋରୋନା ମାଡରେ କ୍ଷତ ବିଦ୍ୟୁତ ବିତରଣ କମ୍ପାନୀ । ବଢିଛି କ୍ଷତି । ଏଥିଯୋଗୁଁ ଚଳିତ ଆର୍ଥିକ ବର୍ଷ ବିତରଣ କମ୍ପାନୀଙ୍କ ଋଣ ଭାର 4.5 ଲକ୍ଷ କୋଟିରେ ପହଞ୍ଚିବା ସହ ସର୍ବୋଚ୍ଚ ରେକର୍ଡ କରିବ ବୋଲି ଆଶଙ୍କା କରାଯାଇଛି । ଅଧିକ ପଢନ୍ତୁ..

Discom debt to hit all-time high of Rs 4.5 lakh crore this fiscal
ବିଦ୍ୟୁତ ବିତରଣ କମ୍ପାନିଙ୍କ ଋଣ
author img

By

Published : Jun 8, 2020, 1:49 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିଦ୍ୟୁତ ବିତରଣ କମ୍ପାନୀଙ୍କ ଋଣ ଭାର ବୃଦ୍ଧି ପାଇ 4.5 ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ଆଶଙ୍କା ରହିଛି । ରେଟିଂ ଏଜେନ୍ସି କ୍ରିସିଲ ଏନେଇ ଆନୁମାନିକ ରିପୋର୍ଟ ପ୍ରକାଶ କରିଛି ।

କ୍ରିସିଲ ଏକ ବିବୃତ୍ତିରେ କହିଛି କି, ଗତ ମାସରେ ସରକାର ବିଦ୍ୟୁତ ବିତରଣ କମ୍ପାନୀଙ୍କ ପାଇଁ 90,000 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହା ଦ୍ବାରା କମ୍ପାନୀଙ୍କୁ ରିଲିଫ ମିଳିବ । ହେଲେ ବିତରଣ କମ୍ପାନୀଙ୍କ ସ୍ଥାୟୀ ବିକାଶ ପାଇଁ ଗଠନମୂଳକ ସୁଧାର ଆବଶ୍ୟକ । ଏହି ପ୍ୟାକେଜ ରାଜ୍ୟର ବିତରଣ କମ୍ପାନୀଙ୍କୁ ବିଦ୍ୟୁତ ଉତ୍ପାଦନ କମ୍ପାନୀଙ୍କ ପୁରୁଣା ବକେୟା ପରିଶୋଧ ପାଇଁ ସାହାଯ୍ୟ କରିବ ବୋଲି ଆଶା ରହିଛି ।

କ୍ରିସିଲ କହିଛି କି, କୋଭିଡ-19 ମହାମାରୀ ଯୋଗୁଁ ବିଦ୍ୟୁତ ଚାହିଦା ହ୍ରାସ ପାଇଛି ଓ ନଗଦ କ୍ଷତି ବଢିଛି । ଏପରି ସ୍ଥିତିରେ ବିତରଣ କମ୍ପାନୀଙ୍କ ଉପରେ ଆର୍ଥିକ ସଂସ୍ଥାନର ଋଣ ଭାର ବୃଦ୍ଧି ପାଇ 2020-21 ଶେଷ ସୁଦ୍ଧା 4.5 ଲକ୍ଷ କୋଟି ଟଙ୍କା ହେବ । ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ 30 ପ୍ରତିଶତ ଅଧିକ ହେବା ଆଶଙ୍କା ରହିଛି ।

15 ଟି ରାଜ୍ୟର 34 ଟି ସାର୍ବଜନୀନ କ୍ଷେତ୍ରର ବିତରଣ କମ୍ପାନୀଙ୍କ ଅଧ୍ୟୟନ ଆଧାରରେ ରେଟିଂ ଏଜେନ୍ସି କହିଛି ଯେ ଋଣ ପରିମାଣରେ ଏତେ ମାତ୍ରାରେ ବୃଦ୍ଧି ଦ୍ବାରା ବିତରଣ କମ୍ପାନୀଙ୍କ ଋଣ ପ୍ରୋଫାଇଲ ଦୁର୍ବଳ ହେବ । ଆଉ ଏପରି ସ୍ଥିତିରେ ସେମାନଙ୍କ ବଜାରରେ ସ୍ଥାୟିତ୍ବ ବଜାୟ ରଖିବାକୁ ସୁଧାର ଲୋଡା ରହିଛି । ଦେଶର ମୋଟ ବିଦ୍ୟୁତ ଚାହିଦାରେ ଏହି ବିତରଣ କମ୍ପାନୀଙ୍କ ଅଂଶ 80 ପ୍ରତିଶତରୁ ଅଧିକ ରହିଛି ।

ବିବୃତ୍ତି ଅନୁସାରେ ବର୍ତ୍ତମାନ 5 ବିତରଣ କମ୍ପାନୀଙ୍କ ମଧ୍ୟରୁ କେବଳ ଗୋଟିଏ ନିଜ ନଗଦ ସ୍ଥିତି ବଜେଟ ସବସିଡି ଆଧାରରେ ଋଣ କିସ୍ତି ପରିଶୋଧ ପାଇଁ ସକ୍ଷମ । କୋରୋନା ଭାଇରସ ମହାମାରୀ ରୋକିବା ପାଇଁ ଜାରି ଦେଶବ୍ୟାପି ଲକଡାଉନ ଯୋଗୁଁ ବିଦ୍ୟୁତ ଚାହିଦା କମିଛି । ଏପଟେ ଖର୍ଚ୍ଚ ବୃଦ୍ଧି ଓ କ୍ଷତି ଯୋଗୁଁ ପରିସ୍ଥିତି ଖରାପ ହେବ । ଯେତେବଳେ କି ଚାହିଦା ଦୃଷ୍ଟିରୁ ଗତ ଆର୍ଥିକ ବର୍ଷର ଆଧାରରେ ଦୁର୍ବଳ ଥିଲା।

କ୍ରିସିଲ ରେଟିଂ ର ବରିଷ୍ଠ ନିର୍ଦ୍ଦେଶକ ମନୀଷ ଗୁପ୍ତା କହିଛନ୍ତି ଯେ, ଚାହିଦା ହ୍ରାସ ମଧ୍ୟରେ ଅଧିକ ଖର୍ଚ୍ଚ ଏବଂ ନଗଦ ପ୍ରବାହର ପ୍ରତିବନ୍ଧକ ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ବିତରଣ କମ୍ପାନୀଙ୍କ ପ୍ରତି ୟୁନିଟ ଅପରେଟିଂ ପିଛା 83 ପଇସା ବୃଦ୍ଧି ହେବ । ଅନ୍ୟ ଅର୍ଥରେ, ରାଜ୍ୟ ସରକାରଙ୍କ ଅପେକ୍ଷା ଅଧିକ ସବସିଡି ସହାୟତା ସତ୍ତ୍ବେ ଚଳିତ ଆର୍ଥିକ ବର୍ଷରେ ନଗଦ କ୍ଷତି ପୂର୍ବ ଆର୍ଥିକ ତୁଳନାରେ ପ୍ରାୟ ଦ୍ୱିଗୁଣିତ ହୋଇ 58,000 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.