ETV Bharat / business

2025 ସୁଦ୍ଧା ଦେଶରେ 3 ଗୁଣ ବଢିବ ଡିଜିଟାଲ ପେମେଣ୍ଟ ବଜାର - Digital payments to triple to Rs 7,092 lakh crore by 2025

କୋଭିଡ-19 ସଙ୍କଟ ଯୋଗୁଁ ଦେଶରେ ଡିଜିଟାଲ ନେଣଦେଣ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଗଣନା କଲେ ଦେଶରେ ଡିଜିଟାଲ ପେମେଣ୍ଟ 2025 ସୁଦ୍ଧା ତିନିଗୁଣ ବଢି 7,092 ଲକ୍ଷ କୋଟି ଟଙ୍କା ହୋଇପାରେ । ଅଧିକ ପଢନ୍ତୁ..

2025 ସୁଦ୍ଧା ଦେଶରେ 3 ଗୁଣା ବଢିବ  ଡିଜିଟାଲ ପେମେଣ୍ଟ ବଜାର

author img

By

Published : Aug 24, 2020, 1:49 PM IST

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଣ୍ଟ 2025 ସୁଦ୍ଧା ତିନିଗୁଣ ବଢି 7,092 ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏକ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ଆର୍ଥିକ ଅନ୍ତର୍ଭୂକ୍ତ ଠାରୁ ଆରମ୍ଭ କରି ସରକାରୀ ନୀତି ଏବଂ ବ୍ୟବସାୟର ଡିଜିଟାଇଜେସନ ଯୋଗୁଁ ଏଭଳି ଅଭିବୃଦ୍ଧି ଘଟିବ।

ରେଡସିର କନ୍ସଲ୍ଟିଂ ଏହାର ରିପୋର୍ଟରେ କହିଛି କି ଯେ, 2019-20 ମସିହାରେ ଦେଶର ଡିଜିଟାଲ ପେମେଣ୍ଟ ବଜାର ପ୍ରାୟ 2,162 ଲକ୍ଷ କୋଟି ଟଙ୍କା ଥିଲା ।

ବେଙ୍ଗାଲୁରୁ ସ୍ଥିତ ମ୍ୟାନେଜମେଣ୍ଟ କନ୍ସଲ୍ଟିଂ ଫାର୍ମ କହିଛି ଯେ ବର୍ତ୍ତମାନ 16 କୋଟି ମୋବାଇଲ ବ୍ୟବହାରକାରୀ ଡିଜିଟାଲ ପେମେଣ୍ଟ କରୁଛନ୍ତି । ଯାହା 2025 ସୁଦ୍ଧା 5ଗୁଣା ହୋଇ 80 କୋଟି ହେବ। ଏହି ଅଭିବୃଦ୍ଧି ବିଭିନ୍ନ ଚାହିଦା ଏବଂ ଯୋଗାଣ ଦିଗ କାରଣରୁ ହେବ।

ରିପୋର୍ଟ ଅନୁଯାୟୀ, 2025 ସୁଦ୍ଧା ମୋଟ ଡିଜିଟାଲ ପେମେଣ୍ଟରେ ମୋବାଇଲ ପେମେଣ୍ଟ ଭାଗ ପ୍ରାୟ 3.5 ପ୍ରତିଶତ ହେବ । ଯାହା ବର୍ତ୍ତମାନର ଅଂଶ ତୁଳନାରେ ଏକ ପ୍ରତିଶତ ଅଧିକ ଅଟେ। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ୱାଲେଟ ଏହି ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ଏହା ଜରିଆରେ ଛୋଟ କାରବାରକୁ ପ୍ରୋତ୍ସାହନ ମିଳିବ ।କୋଭିଡ-19 ସଙ୍କଟ ଯୋଗୁଁ ଦେଶରେ ଡିଜିଟାଲ ନେଣଦେଣ ସଂଖ୍ୟା ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.