ETV Bharat / business

ରାଜନୈତିକ ପାଣ୍ଠି ସଂଗ୍ରହରେ ସ୍ବଚ୍ଛତା ଆଣିଲା କି ଇଲେକ୍‌ଟୋରାଲ ବଣ୍ଡ ? - Electoral Bond

ବାସ୍ତବ ସମସ୍ୟାର ନିରାକରଣ ପାଇଁ ରାଜନୈତିକ ଦଳଗୁଡ଼ିକ ପାଉଥିବା ପାଣ୍ଠି ଏବଂ ଏହି ପାଣ୍ଠିକୁ ସେମାନେ କେଉଁ ଉପାୟରେ ଖର୍ଚ୍ଚ କରୁଛନ୍ତି ? ସେ କ୍ଷେତ୍ରରେ ମୌଳିକ ପରିବର୍ତ୍ତନ ଆବଶ୍ୟକ । ଯାହା ଦ୍ବାରା କି ଏହି ପ୍ରସଙ୍ଗକୁ ସଂପୂର୍ଣ୍ଣ ସ୍ବଚ୍ଛତା ପ୍ରଦାନ କରାଯାଇପାରିବ।

Did Electoral Bond helped in bringing about transparency in political funding ?
ରାଜନୈତିକ ପାଣ୍ଠି ସଂଗ୍ରହରେ ସ୍ବଚ୍ଛତା ଆଣିଲା କି ଇଲେକ୍‌ଟୋରାଲ ବଣ୍ଡ୍‌ ?
author img

By

Published : Mar 9, 2020, 9:28 PM IST

ହାଇଦ୍ରାବାଦ: କିଛି ଦିନ ତଳେ, ଏକ ଲିଖିତ ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସଦନକୁ ସୂଚିତ କରାଇଲେ ଯେ, ଭାରତର ନିର୍ବାଚନ କମିଶନ, ବିଭିନ୍ନ ନିର୍ବାଚନରେ ସରକାରୀ ପାଣ୍ଠି ବିନିଯୋଗ ସପକ୍ଷରେ ନାହାନ୍ତି । ସେ ଉଲ୍ଲେଖ କଲେ, “ନିର୍ବାଚନ କମିଶନ ସରକାରୀ ପାଣ୍ଠି ବିନିଯୋଗ ସପକ୍ଷରେ ନାହାନ୍ତି ବୋଲି ସରକାରଙ୍କୁ ସୂଚନା ଦେଇଛନ୍ତି । କାରଣ, ଏହା ଦ୍ବାରା ସରକାର ପ୍ରଦାନ କରୁଥିବା ଅର୍ଥ ସମେତ ପ୍ରାର୍ଥୀମାନଙ୍କର ନିଜସ୍ବ ବ୍ୟୟ ଏବଂ ସେମାନଙ୍କ ପାଇଁ ଅନ୍ୟମାନଙ୍କର ଖର୍ଚ୍ଚ ତଦାରଖ କରିବାରେ କମିସନ ସକ୍ଷମ ହେବେ ନାହିଁ ।”

ସେ କହିଛନ୍ତି ଯେ, କମିଶନଙ୍କ ମତରେ ବାସ୍ତବ ସମସ୍ୟାର ନିରାକରଣ ପାଇଁ ରାଜନୈତିକ ଦଳଗୁଡ଼ିକ ପାଉଥିବା ପାଣ୍ଠି ଏବଂ ଏହି ପାଣ୍ଠିକୁ ସେମାନେ କେଉଁ ଉପାୟରେ ଖର୍ଚ୍ଚ କରୁଛନ୍ତି ? ସେ କ୍ଷେତ୍ରରେ ମୌଳିକ ପରିବର୍ତ୍ତନ ଆବଶ୍ୟକ । ଯାହା ଦ୍ବାରା କି ଏହି ପ୍ରସଙ୍ଗକୁ ସଂପୂର୍ଣ୍ଣ ସ୍ବଚ୍ଛତା ପ୍ରଦାନ କରାଯାଇପାରିବ। ସରକାରୀ ଖର୍ଚ୍ଚରେ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ ନିର୍ବାଚନ କମିଶନ ଏକ ପ୍ରକାର ଅଗ୍ରାହ୍ୟ କରିଦେଇଥିଲେ । 2016ରେ ବିମୁଦ୍ରୀକରଣ ଘୋଷଣାର ଠିକ୍‌ ପରେ ପ୍ରଧାନମନ୍ତ୍ରୀ ଏହି ପ୍ରସ୍ତାବ ଦେବା ସହ ଦୁର୍ନୀତିର ମାତ୍ରା କମାଇବା ଏବଂ ସରକାରଙ୍କର ଓ ନିର୍ବାଚନ ପରିଚାଳନା ସଂସ୍ଥାର ସମୟ ବଞ୍ଚାଇବା ପାଇଁ ଏକା ସାଙ୍ଗରେ ଲୋକସଭା ଏବଂ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ ।

ଯଦିଓ, ସରକାରୀ ପାଣ୍ଠି ବିନିଯୋଗରେ ନିର୍ବାଚନ ଖର୍ଚ୍ଚ ତୁଲାଇବା ପ୍ରସ୍ତାବ ବିରୋଧରେ ଭାରତର ନିର୍ବାଚନ କମିଶନ ତାଙ୍କର ମତାମତ ଦେଇଥିଲେ, ତଥାପି ମନ୍ତ୍ରୀ କହିଥିଲେ ଯେ, ଭାରତରେ ବିଭିନ୍ନ ନିର୍ବାଚନରେ ଅର୍ଥବଳର ଭୂମିକାକୁ ନିୟନ୍ତ୍ରଣ କରିବା ଏବଂ ରାଜନୈତିକ ଦଳଗୁଡ଼ିକର ପାଣ୍ଠି ସଂଗ୍ରହରେ ସ୍ବଚ୍ଛତା ଆଣିବା ଦିଗରେ ସରକାର ଅଙ୍ଗୀକାରବଦ୍ଧ । ସେ କହିଲେ ଯେ, ରାଜନୈତିକ ଦଳଗୁଡ଼ିକର ପାଣ୍ଠି ସଂଗ୍ରହରେ ନଗଦ ଟଙ୍କା କାରବାରକୁ ନିରୁତ୍ସାହିତ କରିବା ସହିତ ଏଥିରେ ସ୍ବଚ୍ଛତା ଆଣିବା ଲାଗି ସରକାର ଆୟକର ଆଇନରେ ସଂଶୋଧନ କରିଛନ୍ତି ଏବଂ ନଗଦ ଟଙ୍କା ଆକାରରେ ବେନାମୀ ଚାନ୍ଦାର ପରିମାଣକୁ ସର୍ବାଧିକ 2,000 ଟଙ୍କା ପର୍ଯ୍ୟନ୍ତ ରଖିଛନ୍ତି । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ରାଜନୈତିକ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ସ୍ବଚ୍ଛ ବ୍ୟବସ୍ଥା ସ୍ଥାପନ ଲାଗି 2018ରେ ସରକାର ଇଲେକ୍ଟୋରାଲ ବଣ୍ଡ୍‌ ପ୍ରଚଳନ କରିଛନ୍ତି ଏବଂ ଏହା ପଛରେ ସୁବ୍ୟବସ୍ଥିତ ଅଡିଟ୍‌ ବା ହିସାବପତ୍ର ସମୀକ୍ଷା ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ ପ୍ରଶ୍ନ ଉଠୁଛି ଯେ, ସରକାରଙ୍କ ଦ୍ବାରା କେତେକ ନିୟମର ପରିବର୍ତ୍ତନ, ବିଶେଷତଃ ଇଲେକ୍ଟୋରାଲ ବଣ୍ଡ୍‌ ପ୍ରଚଳନ ବ୍ୟବସ୍ଥା, ରାଜନୈତିକ ପାଣ୍ଠି ସଂଗ୍ରହରେ ସ୍ବଚ୍ଛତା ଆଣିବାରେ ସହାୟକ ସିଦ୍ଧ ହୋଇଛି କି ? ଇଲେକ୍‌ଟୋରାଲ ବଣ୍ଡ୍‌ ଜରିଆରେ ରାଜନୈତିକ ଦଳଗୁଡ଼ିକ କେମିତି ପାଣ୍ଠି ସଂଗ୍ରହ କରନ୍ତି, ଏହାକୁ ଯଦି ଟିକେ ଭଲରେ ଦେଖିବା, ତେବେ ସ୍ପଷ୍ଟ ଜଣାପଡ଼ିବ ଯେ, ଏହା ଏକ ସ୍ବଚ୍ଛ ବ୍ୟବସ୍ଥା ପରିବର୍ତ୍ତେ, ବଡ଼ ବଡ଼ ରାଜନୈତିକ ଦଳ ପାଇଁ ପାଣ୍ଠି ଆଦାୟକୁ ଗୋପନୀୟ କରିଛି ଏବଂ ସେମାନଙ୍କୁ ସୁହାଇଲା ଭଳି ବ୍ୟବସ୍ଥାରେ ପରିଣତ ହୋଇଛି । ନୂତନ ଭାବେ ସ୍ଥାପିତ କ୍ଷୁଦ୍ର ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଏହା ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି ।

ଇଲେକ୍‌ଟୋରାଲ ବଣ୍ଡ୍‌ ଜରିଆରେ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଦେବା ପାଇଁ 2018 ଜାନୁଆରୀରେ ପ୍ରଚଳିତ ନୂତନ ବ୍ୟବସ୍ଥାର ପ୍ରସ୍ତାବ ଅନୁସାରେ, ଯେ କୌଣସି ଭାରତୀୟ ନାଗରିକ କିମ୍ବା ଭାରତରେ ସ୍ଥାପିତ ଯେ କୌଣସି କମ୍ପାନୀ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ନିର୍ଦ୍ଦିଷ୍ଟ କେତେକ ଶାଖାରେ ଉପଲବ୍‌ଧ ଇଲେକ୍ଟୋରାଲ ବଣ୍ଡ୍‌ କିଣିପାରିବେ ଏବଂ ଏକ ହଜାର, ଦଶ ହଜାର, ଏକ ଲକ୍ଷ, ଦଶ ଲକ୍ଷ ଏବଂ ଏକ କୋଟି ଟଙ୍କା ମୂଲ୍ୟରେ ଜାରି କରାଯାଇଥିବା ଏହି ବଣ୍ଡ୍‌କୁ କିଣିବାର ପନ୍ଦର ଦିନ ମଧ୍ୟରେ ସେମାନଙ୍କ ପସନ୍ଦର ରାଜନୈତିକ ଦଳକୁ ଚାନ୍ଦା ଆକାରରେ ଦାନ କରିଦେଇ ପାରିବେ । ଏହି ବଣ୍ଡ୍‌କୁ ନଗଦ ଟଙ୍କା ଆକାରରେ ଭଙ୍ଗାଇବାକୁ ଚାହୁଁଥିବା ରାଜନୈତିକ ଦଳଗୁଡ଼ିକ, ସର୍ବଶେଷ ଲୋକସଭା ନିର୍ବାଚନ କିମ୍ବା ରାଜ୍ୟ ବିଧାନ ସଭା ନିର୍ବାଚନରେ ମୋଟ୍‌ ଭୋଟଗ୍ରହଣର ଏକ ପ୍ରତିଶତ ଭୋଟ ପାଇଥିବେ । ନୂତନ ଭାବେ ପଞ୍ଜୀକୃତ ରାଜନୈତିକ ଦଳଗୁଡ଼ିକ ପାଇଁ ଏକ ପ୍ରତିଶତ ଭୋଟ ପାଇବା ସହଜ ହୋଇ ନଥିବାରୁ ସେମାନଙ୍କ କ୍ଷେତ୍ରରେ ଏହା ଗମ୍ଭୀର ସମସ୍ୟା ସୃଷ୍ଟି କରିଥିବା ବେଳେ ଲୋକପ୍ରିୟତା ଥିବା ପ୍ରତିଷ୍ଠିତ ରାଜନୈତିକ ଦଳଗୁଡ଼ିକ ପାଇଁ ଏହା ଲାଭଦାୟକ ହୋଇଛି ।

ରାଜନୈତିକ ପାଣ୍ଠି ସଂଗ୍ରହରେ ସ୍ବଚ୍ଛତା ଆଣିବା କ୍ଷେତ୍ରରେ ଇଲେକ୍‌ଟୋରାଲ ବଣ୍ଡ୍‌ ସହାୟକ ହୁଏ ନାହିଁ । ଆଇନ ଅନୁସାରେ, ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଆକାରରେ ଏହି ବଣ୍ଡ୍‌ ଦେଉଥିବା ବ୍ୟକ୍ତିମାନଙ୍କର ପରିଚୟ ଗୋପନ ରଖାଯିବ । ଏହି ପରିଚୟ ଗୋପନ ରଖାଯିବା ବ୍ୟବସ୍ଥା ଯୋଗୁଁ ଏହା ରାଜନୀତିରେ କଳାଧନର ଅନୁପ୍ରବେଶ ରୋକିବା ପରିବର୍ତ୍ତେ ସଞ୍ଚିତ କଳାଧନକୁ ଚାନ୍ଦା ଆକାରରେ ରାଜନୈତିକ ଦଳଗୁଡ଼ିକୁ ଦେଇ ଦେବାକୁ ବିଭିନ୍ନ ବ୍ୟକ୍ତି ଓ କମ୍ପାନୀଙ୍କୁ ଉତ୍ସାହିତ କରିବ । ଗତ କିଛି ବର୍ଷ ମଧ୍ୟରେ, ନିର୍ବାଚନୀ ପ୍ରକ୍ରିୟାରେ ଉନ୍ନତି ଆଣିବା ଲାଗି ଆମ ପ୍ରଚେଷ୍ଟାରେ ଆମେ ଏହି ପ୍ରଣାଳୀକୁ ଅଧିକ ଅସ୍ପଷ୍ଟ ଓ ସୀମାବଦ୍ଧ କରିବାଲେ ଲାଗିଛୁ ଏବଂ ଫଳତଃ, ବାସ୍ତବ ସଂସ୍କାର ଦିଗରେ ବେଶୀ କିଛି କରାଯାଇନାହିଁ । ବିଦେଶୀ ଅବଦାନ (ନିୟନ୍ତ୍ରଣ) ଆଇନ (FCRA)ରେ ସଂଶୋଧନ କରାଯାଇ ବିଦେଶରୁ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଣକୁ ଅନୁମତି ଦିଆଯିବା ଏକ ବିପଜ୍ଜନକ ପଦକ୍ଷେପ । ଏଭଳି ଅବଦାନ ସନ୍ଦେହଜନକ ସୂତ୍ରରୁ ଆସିପାରେ ଏବଂ ଏଥିରେ ପାଣ୍ଠି ପ୍ରଦାନକାରୀଙ୍କ ପରିଚୟ ଗୋପନ ରହେ । ପରିଶେଷରେ, ବିଦେଶରୁ ଆମ ଦେଶକୁ ଆସୁଥିବା ଅର୍ଥ ପରୋକ୍ଷରେ ଆମ ଦେଶର ରାଜନୈତିକ ବ୍ୟବସ୍ଥାକୁ ବି ପ୍ରଭାବିତ କରିପାରେ ।

ନିର୍ବାଚନୀ ପ୍ରକ୍ରିୟାରେ ସଂସ୍କାର ନିମନ୍ତେ ଆରମ୍ଭ ହୋଇଥିବା ଇଲେକ୍‌ଟୋରାଲ୍‌ ବଣ୍ଡରେ ଥିବା ଗଳାବାଟ ଏବଂ ଦୋଷଦୁର୍ବଳତା ଯୋଗୁଁ ଏହା କେବଳ ଭାରତୀୟ ନିର୍ବାଚନରେ ଅର୍ଥବଳର ଭୂମିକା ନିବାରଣ କ୍ଷେତ୍ରରେ ଥିବା ସମସ୍ୟା ଉପରେ ଆଲୋକପାତ କରିବା ଭଳି ମନେହୁଏ । ସରକାରୀ ପାଣ୍ଠିରେ ରାଜନୈତିକ ଦଳର ନିର୍ବାଚନ ଖର୍ଚ୍ଚ ଏବଂ ଏ ସଂପର୍କିତ ମତାମତକୁ ନେଇ ଦୀର୍ଘ କାଳ ଧରି ଲାଗି ରହିଥିବା ବିତର୍କକୁ ପୁଣି ଆରମ୍ଭ କରିବାରେ ଇଲେକ୍‌ଟୋରାଲ ବଣ୍ଡ୍‌ କେବଳ ସହାୟକ ପ୍ରମାଣିତ ହୋଇଛି । ନିର୍ବାଚନୀ ରାଜନୀତିରେ ସଂସ୍କାର ସଂପର୍କିତ ଆଲୋଚନାକୁ ବ୍ୟାପକ କରାଇବା ଦିଗରେ ଏଭଳି ଏକ ବିରାଟ ସୁଯୋଗକୁ ଆମେ ଉପଯୋଗ କରିବା ଉଚିତ । ନିର୍ବାଚନୀ ସଂସ୍କାର ଦିଗରେ ସେମାନଙ୍କ ଅଙ୍ଗୀକାରବଦ୍ଧତାକୁ ବିଭିନ୍ନ ରାଜନୈତିକ ଦଳ ବାରମ୍ବାର ଦୋହରାଇ ଆସିଛନ୍ତି । କିନ୍ତୁ, ସଂସ୍କାର ଆବଶ୍ୟକ କରୁଥିବା ବର୍ତ୍ତମାନ ପ୍ରକ୍ରିୟାରୁ ସେମାନେ ଫାଇଦା ଉଠାଉଥିବାରୁ ପ୍ରକୃତ ସଂସ୍କାର ଦିଗରେ ସେମାନଙ୍କର ଏହି ଅଙ୍ଗୀକାରବଦ୍ଧତା ସଂପୂର୍ଣ୍ଣ ରୂପେ ପରିପ୍ରକାଶିତ ହୋଇପାରିନାହିଁ ।

ରାଜନୈତିକ ଦଳମାନେ କେଉଁ ସବୁ ସୂତ୍ରରୁ ପାଣ୍ଠି ଆଣୁଛନ୍ତି ତାହା ଭୋଟରମାନେ ଜାଣିବା ଉଚିତ । କାରଣ ସେମାନଙ୍କ ମଧ୍ୟରୁ ଗୋଟିଏ ଦଳ ହିଁ ସରକାର ଗଠନ କରେ ଏବଂ ଲୋକଙ୍କ ପାଇଁ ନୀତି ପ୍ରଣୟନ କରେ । ରାଜନୈତିକ ଦଳର ପାଣ୍ଠି ଯୋଗାଡ଼ କ୍ଷେତ୍ରରେ ସ୍ବଚ୍ଛତା ଅଭାବରୁ ସରକାର କେବଳ କେତେକ ବଡ଼ ବଡ଼ ବ୍ୟାବସାୟିକ ସଂସ୍ଥାର ସ୍ବାର୍ଥସାଧନ ଲାଗି କାମ କରୁଛନ୍ତି ବୋଲି ଅନେକ ସମୟରେ ଅଭିଯୋଗ କରାଯାଇଥାଏ ଏବଂ ଲୋକେ ଏହାକୁ ବିଶ୍ବାସ କରିବାକୁ ଏଥିପାଇଁ ପସନ୍ଦ କରନ୍ତି ଯେ ବ୍ୟାବସାୟିକ ସଂସ୍ଥା ରାଜନୈତିକ ଦଳକୁ ଚାନ୍ଦା ଦେଇଥିବେ ବୋଲି ସେମାନେ ଧରି ନିଅନ୍ତି । ପୂର୍ବତନ ୟୁପିଏ ସରକାରକୁ ଶିଳ୍ପ ସଂସ୍ଥାମାନଙ୍କ ପୃଷ୍ଠପୋଷକତାରେ ଗଠିତ ଏକ ସରକାର ବୋଲି ଅଭିଯୋଗ କରାଯାଉଥିଲା । କିନ୍ତୁ, ଛଅ ବର୍ଷ ପରେ ବି ସ୍ଥିତି ସେତେ ବେଶୀ ବଦଳି ନଥିବା ଭଳି ମନେହୁଏ ।

ସେଣ୍ଟର ଫର୍‌ ମିଡିଆ ଷ୍ଟଡିଜ୍‌ ନାମକ ସଂସ୍ଥାର ଏକ ଅନୁଶୀଳନ ଅନୁସାରେ, 2019 ଲୋକସଭା ନିର୍ବାଚନରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ପାଖାପାଖି 60 ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ଫଳରେ ଏହା ହିଁ ଭାରତରେ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ସବୁ ନିର୍ବାଚନ ତୁଳନାରେ ଅଧିକ ବ୍ୟୟବହୁଳ ନିର୍ବାଚନ ରୂପେ ସାବ୍ୟସ୍ତ ହୋଇଛି । ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ଏକାକୀ ମୋଟ ଖର୍ଚ୍ଚର ପ୍ରାୟ 45 ପ୍ରତିଶତ ଖର୍ଚ୍ଚ କରିଥିଲା ଏବଂ ଏହା ଫଳରେ ଅର୍ଥ ହିଁ ନିର୍ବାଚନ ଲଢ଼ିବାର ଏକମାତ୍ର ସାଧନ ବୋଲି ପୂର୍ବାପେକ୍ଷା ଆହୁରି ଦୃଢ଼ ଭାବରେ ପ୍ରମାଣିତ ହୋଇଥିଲା । ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କର ସର୍ବାଧିକ ଖର୍ଚ୍ଚ ସୀମା ଅଶୀ ଲକ୍ଷ ଟଙ୍କା ରଖାଯାଇଥିଲା କିନ୍ତୁ ଗମ୍ଭୀରତାର ସହ ନିର୍ବାଚନ ଲଢୁଥିବା ପ୍ରାୟ ସବୁ ପ୍ରାର୍ଥୀ ଏହାର ଉଲ୍ଲଂଘନ କରିଥିଲେ । ସାଂପ୍ରତିକ ରାଜନୈତିକ କ୍ଷେତ୍ରର ପରିସର କେବଳ ଧନୀକ ଗୋଷ୍ଠୀର କ୍ରୀଡ଼ାଙ୍ଗନରେ ପରିଣତ ହୋଇଛି, ଯେଉଁଠାରେ କ୍ଷମତା ପାଇଁ ଅର୍ଥ ବିରୋଧରେ ଅର୍ଥ ହିଁ ପ୍ରତିଦ୍ବନ୍ଦ୍ବିତା କରୁଛି । ଏହାର ତଦାରଖ ଏବଂ ମୂଲ୍ୟାୟନ କରିବା ସହିତ ପ୍ରାର୍ଥୀ ଓ ଦଳଗୁଡ଼ିକୁ ଏଥିପାଇଁ ଉତ୍ତରଦାୟୀ କରିବାରେ ବର୍ତ୍ତମାନ ପ୍ରଚଳିତ ପଦ୍ଧତି ବିଫଳ ହୋଇଛି ଏବଂ ଇଲେକ୍‌ଟୋରାଲ ବଣ୍ଡ୍‌ ବି ଏ ଦିଗରେ କୌଣସି ଦୃଷ୍ଟିରୁ ସହାୟକ ପ୍ରମାଣିତ ହୋଇନାହିଁ ।

ଏବେ ନିର୍ବାଚନୀ ପ୍ରକ୍ରିୟାରେ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି ଏବଂ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ପ୍ରଦାନରେ ସ୍ବଚ୍ଛତା ଏଥିରୁ ଅନ୍ୟତମ । ଉତ୍ତରଦାୟିତ୍ବ ଏବଂ ସ୍ବଚ୍ଛତା ଗଣତନ୍ତ୍ରର ଦୁଇଟି ସଦ୍‌ଗୁଣ ଏବଂ ରାଜନୈତିକ ପାଣ୍ଠି ପ୍ରଦାନ ଏଥିରୁ ଦୂରେଇ ରହିବା ଉଚିତ ନୁହେଁ । ଉଲ୍ଲଂଘନକାରୀଙ୍କ ପ୍ରତି ଦଣ୍ଡବିଧାନ କରିବା ସକାଶେ ପର୍ଯ୍ୟାପ୍ତ କ୍ଷମତାସଂପନ୍ନ ଏକ ନିୟାମକ ସଂସ୍ଥା ନ ଥିଲେ, ଏହି ଲକ୍ଷ୍ୟ ହାସଲ କରାଯାଇ ପାରିବ ନାହିଁ ଏବଂ ଭାରତରେ ନିର୍ବାଚନ ଏଭଳି ଏକ ଖେଳପଡ଼ିଆ ହୋଇ ରହିଯିବ, ଯେଉଁଠି କେବଳ ଅର୍ଥବଳ ଥିବା ଲୋକେ ହିଁ ରାଜନୈତିକ ଖେଳ ଖେଳିପାରିବେ ଏବଂ ଯେଉଁମାନଙ୍କର ପର୍ଯ୍ୟାପ୍ତ ଅର୍ଥବଳ ନଥିବ ସେମାନେ ପଡ଼ିଆର ସୀମା ବାହାରେ ରହିଯିବେ ।

* ସଞ୍ଜୟ କୁମାର ଦିଲ୍ଲୀର ସେଣ୍ଟର ଫର ଦି ଷ୍ଟଡି ଅଫ୍‌ ଡେଭଲପିଂ ସୋସାଇଟିଜ୍‌ (CSDS)ରେ ଜଣେ ପ୍ରାଧ୍ୟାପକ । ସେ ମଧ୍ୟ ଜଣେ ସୁପରିଚିତ ରାଜନୈତିକ ବିଶ୍ଲେଷକ ଏବଂ ନିର୍ବାଚନୀ ବିଶେଷଜ୍ଞ । ପ୍ରକାଶିତ ମତାମତ ସଂପୂର୍ଣ୍ଣ ବ୍ୟକ୍ତିଗତ ।

** ନୀଲ ମାଧବ ଦିଲ୍ଲୀ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗର ଜଣେ ଛାତ୍ର । ସେ ମଧ୍ୟ ଲୋକନୀତି ଶୀର୍ଷକ CSDSର ଏକ ଗବେଷଣା କାର୍ଯ୍ୟକ୍ରମ ସହିତ ସଂଶ୍ଲିଷ୍ଟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.