ETV Bharat / business

ସୁରକ୍ଷା ଉଲଙ୍ଘନ ମାମଲା: ଏୟାର ଏସିଆର 2 ବରିଷ୍ଠ ଅଧିକାରୀ ନିଲମ୍ବିତ

ଏୟାର ଏସିଆ ଇଣ୍ଡିଆରେ ସୁରକ୍ଷା ନିୟମରେ ଉଲଙ୍ଘନ ଅଭିଯୋଗ ହୋଇଛି । ଏ ନେଇ ଡିଜିଏସ 2 ବରିଷ୍ଠ ଅଧିକାରୀଙ୍କୁ 3 ମାସ ପାଇଁ ନିଲମ୍ବନ କରିଛି । ଅଧିକ ପଢନ୍ତୁ..

author img

By

Published : Aug 11, 2020, 2:51 PM IST

ସୁରକ୍ଷା ଉଲଙ୍ଘନ ମାମଲା
ସୁରକ୍ଷା ଉଲଙ୍ଘନ ମାମଲା

ନୂଆଦିଲ୍ଲୀ: ସୁରକ୍ଷା ଉଲଙ୍ଘନ ମାମଲାରେ ଏୟାର ଏସିଆର 2 ବରିଷ୍ଠ ଅଧିକାରୀଙ୍କୁ 3 ମାସ ପାଇଁ ନିଲମ୍ବିତ କରିଛି ବିମାନ ଚଳାଚଳ କ୍ଷେତ୍ର ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) । ମଙ୍ଗଳବାର ସରକାରୀ ସୂତ୍ରରୁ ଏ ନେଇ ପ୍ରକାଶ ପାଇଛି ।

ଡିଜିଏସ ଅଧିକାରୀ କହିଛନ୍ତି କି, ‘‘ ଆମେ ଏୟାର ଏସିଆର 2 ବରିଷ୍ଠ ଅଧିକାରୀ, ଅପରେସନ୍ ମୁଖ୍ୟ ମନୀଷ ଉପ୍ପଲ (Manish Uppal ) ଓ ଫ୍ଲାଇଟ୍ ସେଫ୍ଟି ମୁଖ୍ୟ ମୁକେଶ ନେମା (Mukesh Neema)ଙ୍କୁ ଜୁନ ମାସରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲୁ । ଏବେ ସେମାନଙ୍କୁ 3 ମାସ ନିଲମ୍ବନ ପାଇଁ ନିଷ୍ପତ୍ତି ନିଆଯାଇଛି। ”

ଏୟାର ଏସିଆର ଜଣେ ପୂର୍ବତନ ପାଇଲଟ ଚଳିତ ବର୍ଷ ଜୁନ ମାସରେ ସୁରକ୍ଷା ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ କରିଛନ୍ତି। ପାଇଲଟ ମଧ୍ୟ ଜଣେ ପ୍ରସିଦ୍ଧ ୟୁଟ୍ୟୁବର ଏବଂ ୟୁଟ୍ୟୁବରେ 'ଫ୍ଲାଇଙ୍ଗ୍ ବିଷ୍ଟ' ନାମକ ତାଙ୍କର ଏକ ଚ୍ୟାନେଲ ଅଛି ।

ଜଣାଶୁଣା ୟୁଟ୍ୟୁବର କ୍ୟାପଟେନ ଗୌରବ ତନେଜା ଜୁନ 14ରେ ଟ୍ୱିଟ୍ କରି କହିଛନ୍ତି ଯେ ବିମାନର ସୁରକ୍ଷିତ ସଞ୍ଚାଳନ ଏବଂ ଯାତ୍ରୀମାନଙ୍କ ପାଇଁ ସ୍ୱର ଉଠାଇବା ହେତୁ ତାଙ୍କୁ ନିଲମ୍ବିତ କରାଯାଇଛି। ଜୁନ୍ 15 ରେ, ସେ ୟୁଟ୍ୟୁବରେ ଅନ୍ୟ ଏକ ଭିଡିଓରେ ‘‘ ମତେ ପାଇଲଟ ଚାକିରୀରୁ ନିଲମ୍ବିତ ହେବାର କାରଣ’’ ଶୀର୍ଷକ ଏକ ଭିଡିଓ ପୋଷ୍ଟ କରିଥିଲେ ।

ଭିଡିଓରେ ତାନେଜା ଅଭିଯୋଗ କରିଛନ୍ତି ଯେ ଏୟାରଲାଇନ୍ସ ସେମାନଙ୍କ ପାଇଲଟଙ୍କଠାରୁ ଇନ୍ଧନ ସଞ୍ଚୟ କରିବାକୁ 98% ଲାଣ୍ଡିଂ "Flap 3" ମୋଡରେ କରିବାକୁ କହିଥାଏ। ସେ କହିଛନ୍ତି ଯେ ଯଦି ଏହା ନକରନ୍ତି ତେବେ ଏୟାରଲାଇନ୍ସ ଏହାକୁ ଏହାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ର ଉଲ୍ଲଂଘନ ବୋଲି ବିବେଚନା କରିଛି । ତନେଜା ଏହାକୁ ଯାତ୍ରୀଙ୍କ ପ୍ରତି ବିପଦ ଦର୍ଶାଇଛନ୍ତି ।

ଡିଜିସିଏ 15 ଜୁନରେ ଟ୍ୱିଟ କରି କହିଛି ଯେ, କିଛି ହିତାଧିକାରୀଙ୍କ ଦ୍ବାରା ବିମାନ କମ୍ପାନୀ ବିରୋଧରେ ଉଦ୍ବେଗ ପ୍ରକାଶ ପାଇଛି। ଡିଜିସିଏ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଡିଜିସିଏର ବରିଷ୍ଠ ଅଧିକାରୀମାନେ ଜୁନ 15 ରେ କହିଛନ୍ତି ଯେ ତନେଜାଙ୍କ ଅଭିଯୋଗ ପରେ 'ଏୟାର ଏସିଆ ଇଣ୍ଡିଆ' ବିରୋଧରେ ତଦନ୍ତ ଚାଲିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.