ETV Bharat / business

ଉନ୍ନୟନ ଆର୍ଥିକ ସଂସ୍ଥା ଯୋଗୁଁ ତ୍ବରାନ୍ବିତ ହେବ ଭିତ୍ତିଭୂମି ଗଠନ

ଭିତ୍ତିଭୂମି ଗଠନ କ୍ଷେତ୍ରରେ ଏହା ସହାୟକ ହେବା ସହିତ ‘ନନ୍‌ ପର୍‌ଫର୍‌ମିଂ ଆସେଟ୍‌’ ବା ଅନର୍ଜକ ସଂପତ୍ତି ପରିମାଣ ବୃଦ୍ଧି ଯୋଗୁଁ ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦର ଆଶଙ୍କା ମଧ୍ୟ ହ୍ରାସ ପାଇବ।

ଭିତ୍ତିଭୂମି ଗଠନ ତ୍ବରାନ୍ବିତ
ଭିତ୍ତିଭୂମି ଗଠନ ତ୍ବରାନ୍ବିତ
author img

By

Published : Feb 4, 2021, 6:25 AM IST

Updated : Feb 4, 2021, 11:35 AM IST

ଉଦାରୀକରଣର ତିନି ଦଶନ୍ଧି ପରେ, ପରିଶେଷରେ ଭାରତ ଏକ ଦୀର୍ଘକାଳୀନ ଋଣ ସୁଯୋଗ ସନ୍ନିହିତ ଆଧୁନିକ ଅର୍ଥ ଲଗାଣକାରୀ ବଜାର ସୃଷ୍ଟି ଦିଗରେ ଆଗ୍ରହ ପ୍ରକାଶ କରିଛି । ଯଦି ଭାରତର ଏହି ଉପକ୍ରମ ସଫଳ ହୁଏ, ତେବେ, ଭିତ୍ତିଭୂମି ଗଠନ କ୍ଷେତ୍ରରେ ଏହା ସହାୟକ ହେବା ସହିତ ‘ନନ୍‌ ପର୍‌ଫର୍‌ମିଂ ଆସେଟ୍‌’ ବା ଅନର୍ଜକ ସଂପତ୍ତି ପରିମାଣ ବୃଦ୍ଧି ଯୋଗୁଁ ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦର ଆଶଙ୍କା ମଧ୍ୟ ହ୍ରାସ ପାଇବ ।

1973 ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦି ସିନେମା ‘ସୌଦାଗର’ର ନାୟକ ଅମିତାଭ ବଚ୍ଚନ ଘର ତିଆରି ଗୁଡ଼ ବିକି ଜୀବିକା ନିର୍ବାହ କରୁଥିବା ବେଳେ ସୁନ୍ଦରୀ ପଦ୍ମା ଖାନ୍ନାଙ୍କ ପାଇଁ ପତ୍ନୀ ନୂତନଙ୍କୁ ଛାଡ଼ପତ୍ର ଦେଇଥିଲେ । କିନ୍ତୁ ପରେ ଗ୍ରାହକମାନେ ତାଙ୍କ ଦ୍ବାରା ତିଆରି ଗୁଡ଼କୁ ପ୍ରତ୍ୟାଖ୍ୟାନ କରିବାରୁ ସେ ନୂତନଙ୍କ ମହତ୍ତ୍ବକୁ ବୁଝିପାରିଥିଲେ । ଏବେ ପୁଣି ଏକ ଉନ୍ନୟନ ଆର୍ଥିକ ସଂସ୍ଥା (DFI) ଗଠନ ଲାଗି 20,000 କୋଟି ଟଙ୍କାର ପ୍ରାରମ୍ଭିକ ପୁଞ୍ଜି ଯୋଗାଣ ଏବଂ ବେସରକାରୀ ମାଲିକାନାରେ ଅଧିକରୁ ଅଧିକ ଏଭଳି ସଂସ୍ଥା ଗଠନର ସୁଯୋଗ ସୃଷ୍ଟି ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିଷ୍ପତ୍ତି ଯୋଗୁଁ ଭିତ୍ତିଭୂମି କ୍ଷେତ୍ରରେ ଅର୍ଥଲଗାଣ ସମେତ ଆହୁରି ଅନେକ କ୍ଷେତ୍ରରେ ‘ସୌଦାଗର’ ଚଳଚ୍ଚିତ୍ର ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଛି ।

ଉଦାରୀକରଣ ନୀତି ଅବଲମ୍ବନର ତିନି ଦଶନ୍ଧି ପରେ, ପରିଶେଷରେ ଭାରତ ଏକ ଦୀର୍ଘକାଳୀନ ଋଣ ସୁଯୋଗ ସନ୍ନିହିତ ଆଧୁନିକ ଅର୍ଥଲଗାଣକାରୀ ବଜାର ସୃଷ୍ଟି ଦିଗରେ ଆଗ୍ରହ ପ୍ରକାଶ କରିଛି । ଯଦି ଭାରତର ଏହି ଉପକ୍ରମ ସଫଳ ହୁଏ, ତେବେ, ଭିତ୍ତିଭୂମି ଗଠନ କ୍ଷେତ୍ରରେ ଏହା ସହାୟକ ହେବା ସହିତ ‘ନନ୍‌ ପର୍‌ଫର୍‌ମିଂ ଆସେଟ୍‌’ ବା ଅନର୍ଜକ ସଂପତ୍ତି ପରିମାଣ ବୃଦ୍ଧି ଯୋଗୁଁ ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦର ଆଶଙ୍କା ମଧ୍ୟ ହ୍ରାସ ପାଇବ ଏବଂ ଭାରତରେ, ବିଶେଷତଃ ପେନ୍‌ସନ୍‌ ପାଣ୍ଠି କ୍ଷେତ୍ରରେ, ବିଦେଶୀ ସଂସ୍ଥାଗତ ପୁଞ୍ଜିନିବେଶକାରୀଙ୍କ (FII) ସଂଖ୍ୟା ବୃଦ୍ଧି ପାଇବ ।

ଦାସମୁନ୍‌ସୀଙ୍କ କଥା ସତ ପ୍ରମାଣିତ ହେଲା

2003 ମସିହାରେ, ସଂସଦରେ ଭାରତୀୟ ଭିତ୍ତିଭୂମି ଉନ୍ନୟନ ବ୍ୟାଙ୍କ (IDBI) ଆଇନ-1964 ଉଚ୍ଛେଦ ହେବା ପରଠାରୁ ଭାରତର ଆର୍ଥିକ ଦୃଶ୍ୟପଟ୍ଟରେ ଉନ୍ନୟନ ଆର୍ଥିକ ସଂସ୍ଥା (DFI) ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଆସିଛି । ଭାରତୀୟ ଭିତ୍ତିଭୂମି ଉନ୍ନୟନ ବ୍ୟାଙ୍କ ବା IDBI ଏକ ଅଗ୍ରଗାମୀ ଉନ୍ନୟନ ଆର୍ଥିକ ସଂସ୍ଥା (DFI) ଥିଲା ଏବଂ ଏହା ଅନ୍ୟ ଦୁଇଟି ପ୍ରମୁଖ DFI ଏବଂ ଅନ୍ୟାନ୍ୟ କେତେକ କ୍ଷୁଦ୍ର ସଂସ୍ଥା ସମୂହର ନିୟନ୍ତ୍ରକ ରୂପେ କାର୍ଯ୍ୟ କରୁଥିଲା । ଦୁଇ ପ୍ରମୁଖ DFI ହେଲେ ଭାରତୀୟ ଭିତ୍ତିଭୂମି ଅର୍ଥଲଗାଣକାରୀ ନିଗମ (IFCI) ଏବଂ ଭାରତୀୟ ଶିଳ୍ପ ଋଣ ଏବଂ ବିନିଯୋଗ ନିଗମ (ICICI) ।

1998 ମସିହାରୁ ଏହି ନିଷ୍ପତ୍ତି ସଂପର୍କରେ ସଙ୍କେତ ପ୍ରକାଶ ପାଇଥିଲା । ସେତେବେଳେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଏମ୍‌. ନରିସିଂହନ୍‌ ଏବଂ IDBIର ଅଧ୍ୟକ୍ଷ ଏସ୍‌.ଏଚ୍‌. ଖାନଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇଟି ଉଚ୍ଚସ୍ତରୀୟ କମିଟି, ସାର୍ବଜନୀନ ବ୍ୟାଙ୍କିଂ ଏବଂ ନିର୍ଦ୍ଧାରିତ ସମୟ ଭତ୍ତିକ ଋଣ ବା ‘ଟର୍ମ ଲୋନ୍‌’ ଉପରେ ବିଭିନ୍ନ DFIର ବସ୍ତୁତଃ ଏକଚାଟିଆ କାରବାର ଉଚ୍ଛେଦ କରିବା ଲାଗି ସୁପାରିସ କରିଥିଲେ । ଏହି ସୁପାରିସ ରିପୋର୍ଟ ଭିତ୍ତିରେ ନିର୍ଦ୍ଧାରିତ ସମୟସୀମା ଭିତ୍ତିକ ଋଣ ପ୍ରଦାନ ନିମନ୍ତେ ସରକାର ବ୍ୟାଙ୍କମାନଙ୍କୁ ଅନୁମତି ଦେଲେ ଏବଂ ଏହାର ସୁଯୋଗ ନେଇ ICICI ଏକ ବ୍ୟାଙ୍କ ଖୋଲିଦେଲା ।

ସେତେବେଳେ ଏହା DFI ନିୟନ୍ତ୍ରକ ଆଇନ ଉଚ୍ଛେଦ ସଂପର୍କିତ ଏକ ଔପଚାରିକ ପ୍ରକ୍ରିୟା ମାତ୍ର ଥିଲା । ବିଶେଷଜ୍ଞମାନେ ଯୁକ୍ତି ଦର୍ଶାଇଥିଲେ ଯେ DFI ବିନା ଯୁକ୍ତରାଷ୍ଟ୍ର ଆମେରିକାରେ କାରବାର ଚାଲିଛି । ସେତେବେଳେ, ଅନ୍ୟୂନ ଜଣେ ସାଂସଦ, କଂଗ୍ରେସର ପ୍ରିୟ ରଞ୍ଜନ ଦାସମୁନସୀ, ସରକାରଙ୍କ ଏହି ପଦକ୍ଷେପକୁ ସଂସଦରେ ବିରୋଧ କରିଥିଲେ । ସରକାର ଏ ସଂପର୍କରେ ପୁଣି ଚିନ୍ତା କରନ୍ତୁ ବୋଲି ସେ ଚାହୁଁଥିଲେ । ଦୁଇ ଦଶନ୍ଧି ପରେ, ଏବେ ଦାସମୁନସୀଙ୍କ କଥା ସତ ପ୍ରମାଣିତ ହୋଇଛି ।

ଗୁରୁତର ତ୍ରୁଟି

ବ୍ୟାଙ୍କିଂ ଭାଷାରେ ଟର୍ମ ଲୋନ୍‌ ବା ନିର୍ଦ୍ଦିଷ୍ଟ ସମୟସୀମା ଭିତ୍ତିକ ଋଣ ଏକ ‘ଭରସା ବିହୀନ ଋଣ’ । ଏହାର ଅର୍ଥ ଏହି ଋଣକୁ ବାଲାନ୍‌ସ ଶିଟ୍‌ରେ ପ୍ରକାଶ କରାଯାଇ ନଥାଏ ଏବଂ ତେଣୁ, ଏହାର ଅନାଦାୟ ସମ୍ଭାବନା ଅଧିକ । ହେଲେ, ଏକ ଅଭିବୃଦ୍ଧିଗାମୀ ଅର୍ଥବ୍ୟବସ୍ଥାରେ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ । କାରଣ, ଅଧିକ ଆର୍ଥିକ ସମ୍ପଦ ନଥିବା କ୍ଷୁଦ୍ର ଉଦ୍ୟୋଗୀମାନେ ହିଁ ବଡ଼ ହେବାକୁ ଲକ୍ଷ୍ୟ ରଖିଥାଆନ୍ତି । ଏହି ଋଣ ବନ୍ଦ କରିଦେବାର ଅର୍ଥ, କେବଳ ବଡ଼ ବଡ଼ କମ୍ପାନୀକୁ ଏବଂ ଅନାଦାୟ ସମ୍ଭାବନା କମ୍‌ ଥିବା ପ୍ରକଳ୍ପକୁ ଋଣ ପ୍ରଦାନ । ବୃତ୍ତିଧାରୀରୁ ଉଦ୍ୟୋଗୀ ପାଲଟିଥିବା ଜଣେ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ ହଲଦିଆ ପେଟ୍ରୋ କେମିକାଲ୍‌ସ ଏହାର ଏକ ପ୍ରକୃଷ୍ଟ ଉଦାହରଣ ।

ଗତ ଦଶନ୍ଧିରେ, ଅନେକ ସ୍ବଳ୍ପ ପରିଚିତ ମାଲିକଙ୍କ ଦ୍ବାରା ଗଠିତ ତାପଜ ଶକ୍ତି କେନ୍ଦ୍ର ସମୟ ସୀମା ଭିତ୍ତିକ ଋଣ ସୁବିଧା ହାସଲ କରିଥିଲେ । ସାଧାରଣତଃ ରାଜପଥ ଭିତ୍ତିଭୂମି ଗଠନ କ୍ଷେତ୍ରରେ ଗୃହୀତ BOOT (ନିର୍ମାଣ-ମାଲିକାନା-ପରିଚାଳନା-ହସ୍ତାନ୍ତର) ପ୍ରକଳ୍ପ ଗୁଡ଼ିକ ପାଇଁ ସମୟ ଭିତ୍ତିକ ଋଣ ଆବଶ୍ୟକ ହୋଇଥାଏ ।

ଜଣେ BOOT ପ୍ରକଳ୍ପ ନିର୍ମାଣକାରୀ ତାଙ୍କ ପକ୍ଷରୁ ସମ୍ଭାବିତ ତ୍ରୁଟିବିଚ୍ୟୁତି ନିମନ୍ତେ ମଧ୍ୟ ଗ୍ୟାରେଣ୍ଟି ଦେଇଥାଆନ୍ତି । କିନ୍ତୁ ଭୂମି ଅଧିଗ୍ରହଣରେ ବିଳମ୍ବ ହେଲେ କିମ୍ବା ଆଶାନୁରୂପ ଟୋଲ୍‌ ସଂଗ୍ରହ ହୋଇ ନପାରିଲେ ସେଥିପାଇଁ ତାଙ୍କୁ ଦାୟୀ କରାଯାଇପାରିବ ନାହିଁ । ଯଦି ପ୍ରସ୍ତାବିତ ପ୍ରକଳ୍ପରେ ଦର୍ଶାଯାଇଥିବା ଅନୁମାନ ଭୁଲ ପ୍ରମାଣିତ ହୁଏ, ତେବେ ବିନିଯୋଗ କରାଯାଇଥିବା ଅର୍ଥ ଫେରି ପାଇବା ପାଇଁ ଋଣଗ୍ରହୀତାଙ୍କ ପାଖରେ ପର୍ଯ୍ୟାପ୍ତ ଉପାୟ ନଥାଏ ।

ସଂକ୍ଷେପରେ କହିବାକୁ ଗଲେ, ନିର୍ଦ୍ଧାରିତ ସମୟ ସୀମା ଭିତ୍ତିକ ଋଣ ପ୍ରଦାନ କ୍ଷେତ୍ରରେ ବିଶେଷ ଦକ୍ଷତାର ଆବଶ୍ୟକତା ରହିଛି । ବ୍ୟାଙ୍କିଂ କ୍ଷେତ୍ରରେ ଉଦାରୀକରଣ ନୀତି ଅବଲମ୍ବନର ଯଥାର୍ଥତାକୁ ସ୍ବୀକାର କରାଯାଉଥିଲେ ହେଁ ଉଭୟ ଅଟଳ ବିହାରୀ ବାଜପେୟୀ ସରକାର (1998-2004) ଏବଂ ମନମୋହନ ସିଂହ ସରକାର (2004-2014) ଏଭଳି ଦକ୍ଷତାର ବିକାଶ ନିମନ୍ତେ ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଥିଲେ । ଦେଶରେ ଦୀର୍ଘକାଳୀନ ବଣ୍ଡ୍‌ ନିମନ୍ତେ ଏକ ବଜାର ନଥିଲା । ଏଭଳି ବଜାର ସୃଷ୍ଟି କ୍ଷେତ୍ରରେ ଋଣ ସୀମା ବୃଦ୍ଧିରେ ରିଜର୍ଭ ବ୍ୟାଙ୍କର କଟକଣା ଓ ନିୟନ୍ତ୍ରଣ ବ୍ୟବସ୍ଥା ବାଧା ସୃଷ୍ଟି କରୁଥିଲା । ସମାଜବାଦୀ ନୀତିରେ ପରିଚାଳିତ କର୍ମଚାରୀଙ୍କ ଭବିଷ୍ୟନିଧି ସଂସ୍ଥା (EPFO) କାରଣରୁ ମଧ୍ୟ ବଜାର ନୀତି ଭିତ୍ତିକ ପେନ୍‌ସନ୍‌ ପାଣ୍ଠିର ଅଭିବୃଦ୍ଧି କଷ୍ଟକର ହୋଇପଡ଼ିଥିଲା ।

ଏହାର ପରିଣାମ ଭୟାବହ ହେଲା । 2004ରୁ 2009 ମଧ୍ୟରେ ଅର୍ଥବ୍ୟବସ୍ଥାର ଦ୍ରୁତ ବିକାଶ ସମୟରେ ଅନେକ କ୍ଷୁଦ୍ର ବ୍ୟାଙ୍କ ସମୟ ସୀମା ଭିତ୍ତିକ ସାମୂହିକ ଋଣ ପ୍ରଦାନ କ୍ଷେତ୍ରରେ ଚଳଚଞ୍ଚଳ ହୋଇଉଠିଲେ । ସେମାନେ ସ୍ବଳ୍ପ ସମୟ ଭିତ୍ତିକ (ଦୁଇରୁ ତିନି ବର୍ଷ ପାଇଁ) ଜମାରାଶିକୁ ରାଜପଥ ନିର୍ମାଣ ଭଳି କ୍ଷେତ୍ରରେ ବିନିଯୋଗ କଲେ । ଯେଉଁ କ୍ଷେତ୍ରରୁ କି 15 ବର୍ଷ ପର୍ଯ୍ୟନ୍ତ ଫାଇଦା ମିଳୁଥିଲା । ଏବଂ ଭୂମି ଅଧିଗ୍ରହଣରେ ବିଳମ୍ବ ଇତ୍ୟାଦି କାରଣରୁ ରାଜପଥ ପ୍ରକଳ୍ପ ବିଳମ୍ବିତ ହେବାରୁ କିମ୍ବା ଆଶାନୁରୂପ ଦରରେ ବିଦ୍ୟୁତ ଶକ୍ତି ବିକିବାରେ ବିଦ୍ୟୁତ୍‌ ଉତ୍ପାଦକ ସଂସ୍ଥା ବିଫଳ ହେବାରୁ ସମସ୍ତେ ଦୁଃଖ ଭୋଗିଲେ । ଆଶାନୁରୂପ ଫାଇଦା ନମିଳିବାରୁ ମାଲିକମାନେ ଦେବାଳିଆ ହେଲେ । ବ୍ୟାଙ୍କର ‘ଏନ୍‌ପିଏ’ ଅତ୍ୟଧିକ ପରିମାଣରେ ବୃଦ୍ଧି ପାଇଲା ।

ନିର୍ଦ୍ଧାରିତ ସମୟ ପାଇଁ ଋଣ ନାହିଁ

ଫଳାଫଳ ଏହା ହିଁ ହେଲା ଯେ, ଆଜି ବ୍ୟାଙ୍କମାନଙ୍କରେ ପ୍ରଚୁର ନଗଦ ଅର୍ଥ ରହିଥିଲେ ହେଁ ସେମାନେ ସମୟ ସୀମା ଭିତ୍ତିକ ଋଣ ଦେବା ବନ୍ଦ କରିଦେଇଛନ୍ତି । ସେମାନେ ସେହି ସବୁ କମ୍ପାନୀର ପ୍ରକଳ୍ପରେ ଅର୍ଥଲଗାଣ କରୁଛନ୍ତି, ଯେଉଁମାନଙ୍କର ବାଲାନ୍‌ସ ଶିଟ୍‌ ବେଶ ସୁଦୃଢ଼ । ବ୍ୟାଙ୍କ ଭାଷାରେ ଏହାକୁ କୁହାଯାଏ କର୍ପୋରେଟ୍‌ ଋଣ । ନିଶ୍ଚିତ ଫାଇଦା ପାଇଁ ନଗଦ ଅର୍ଥକୁ ରିଜର୍ଭ ବ୍ୟାଙ୍କରେ ସୁରକ୍ଷିତ ଭାବେ ରଖିଦିଆଯାଇଛି । 2014ରେ ମୋଦି ସରକାର ଭିତ୍ତିଭୂମି କ୍ଷେତ୍ର ଉପରେ ଗୁରୁତ୍ବ ଦେବା ଆରମ୍ଭ କରିବା ସମୟରେ ଏହି ସମସ୍ୟା ଉପୁଜିଲା । ଏହାର ସମାଧାନ ପାଇଁ ମୋଦି ସରକାର ‘ହାଇବ୍ରିଡ୍‌ ଆନୁଇଟି ମୋଡେଲ’ (HAM) ପ୍ରଚଳନ ପ୍ରୟାସ କଲେ। ଏଥିରେ କୌଣସି ପ୍ରକଳ୍ପରୁ ଆଦାୟ ରାଜସ୍ବର ଏକ ଅଂଶ ବେସରକାରୀ କ୍ଷେତ୍ରରେ BOOT ପ୍ରକଳ୍ପ ନିର୍ମାଣକାରୀଙ୍କ ପାଖକୁ ନିଶ୍ଟିତ ଭାବେ ଦିଆଯିବାର ବ୍ୟବସ୍ଥା ରହିଥିଲା ।

ହେଲେ, ଏହା ବି ବ୍ୟାଙ୍କକୁ ଆଗ୍ରହୀ କରିବାରେ ବିଫଳ ହେଲା ଏବଂ ଶେଷରେ ସରକାର EPC (ଇଞ୍ଜିନିୟରିଂ, ପ୍ରୋକ୍ୟୁରମେଣ୍ଟ ଆଣ୍ଡ କନ୍‌ଷ୍ଟ୍ରକ୍‌ସନ) ମଡେଲ ଗ୍ରହଣ କଲେ । ଏଥିରେ ଜାତୀୟ ରାଜପଥ ସଂସ୍ଥା (NHAI) କିମ୍ବା ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ଉନ୍ନୟନ ନିଗମ (NHDCL) ପ୍ରକଳ୍ପଗୁଡ଼ିକୁ ପାଣ୍ଠି ଯୋଗାଇବେ । ବେସରକାରୀ କ୍ଷେତ୍ର କେବଳ ଠିକା ସଂସ୍ଥା ଭାବରେ କାମ କରିବେ । ଭାରତର ଆର୍ଥିକ ନିଅଣ୍ଟିଆ ସ୍ଥିତି ଏବଂ ଭିତ୍ତିଭୂମି ଗଠନ କ୍ଷେତ୍ରର ପ୍ରକାଣ୍ଡ ଆବଶ୍ୟକତା ଦୃଷ୍ଟିରୁ ଏହା ଏକ କାର୍ଯ୍ୟକ୍ଷମ ମଡେଲ ନୁହେଁ । କାରଣ, ଏଥିରେ ପ୍ରକଳ୍ପ ପାଇଁ ଆବଶ୍ୟକ ପାଣ୍ଠିର ଉପଲବ୍‌ଧତା NHAI କିମ୍ବା NHDCLର ବାଲାନ୍‌ସ ଶିଟ୍‌ କ୍ଷମତାରେ ହିଁ ସୀମିତ ।

ବିଭିନ୍ନ ବିକଶିତ ରାଷ୍ଟ୍ରର ଭିତ୍ତିଭୂମି ଗଠନ କ୍ଷେତ୍ରରେ, ନିର୍ଦ୍ଦିଷ୍ଟ ଭାବରେ ଜମି ଅଧିଗ୍ରହଣ ନିମନ୍ତେ, ଏତେ ଅଧିକ ସମସ୍ୟା ଉପୁଜେ ନାହିଁ । ଅଧିକନ୍ତୁ, ଆମେରିକାରେ ଏକ ବେଶ୍‌ ଗତିଶୀଳ ବଣ୍ଡ ବଜାର ରହିଛି । ଅଷ୍ଟ୍ରେଲିଆରେ ପ୍ରକଳ୍ପରୁ ଅର୍ଥଲାଭ ନିମନ୍ତେ ଏକ ସୁଦୃଢ଼ ଶିଳ୍ପ ବ୍ୟବସ୍ଥା ରହିଛି ।

ପ୍ରକଳ୍ପରୁ ଅର୍ଥଲାଭ ବ୍ୟବସ୍ଥା ବଜେଟ୍‌ ପ୍ରସ୍ତାବରେ କେନ୍ଦ୍ର ଅର୍ଥମନ୍ତ୍ରୀ ତିନିଟି କ୍ଷେତ୍ର ଉପରେ ଗୁରୁତ୍ବାରୋପ କରିଛନ୍ତି:

ପ୍ରଥମତଃ, ସରକାର ଏବେ ପ୍ରକଳ୍ପରୁ ଅର୍ଥଲାଭକୁ ପ୍ରୋତ୍ସାହିତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି । ଏହାର ଅର୍ଥ ହେଉଛି ସଂପୂର୍ଣ୍ଣ ହୋଇସାରିଥିବା ପ୍ରକଳ୍ପଗୁଡ଼ିକୁ ‘ନ୍ୟାସନାଲ ଇନଫ୍ରାଷ୍ଟ୍ରକ୍‌ଚର ପାଇପ୍‌ଲାଇନ୍‌’ରେ ଏକତ୍ର ସ୍ଥାନିତ କରାଯିବ ଏବଂ ନିର୍ଦ୍ଧାରିତ ମୂଲ୍ୟ ବିନିମୟରେ ବେସରକାରୀ ସଂସ୍ଥାକୁ ପ୍ରଦାନ କରାଯିବ । ବେସରକାରୀ କ୍ଷେତ୍ର ଏହି ମୂଲ୍ୟକୁ ବ୍ୟବହାରକାରୀଙ୍କ ପାଖରୁ ଆଦାୟ କରିବ । ଏହାଦ୍ବାରା NHAI କିମ୍ବା NHDCL ଭଳି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାର ବାଲାନ୍‌ସ ଶିଟ୍‌ ସୁଦୃଢ଼ ହେବ ଏବଂ ଏହାର ଋଣଗ୍ରହଣ କ୍ଷମତା ବୃଦ୍ଧି ପାଇବ । ଏହା ଫଳରେ ଭବିଷ୍ୟତରେ ପ୍ରସ୍ତାବିତ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର

କାର୍ଯ୍ୟ ତ୍ବରାନ୍ବିତ ହେବ । ଏହା ଏକ ନୂତନ ଚିନ୍ତାଧାରା ଏବଂ ହୁଏତ ଏହା ପରିପକ୍ବ ଅବସ୍ଥାକୁ ଆସିବା ପାଇଁ ସମୟ ଲାଗିବ । କିନ୍ତୁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ।

ଏକ ଋଣ ବଜାର ସୃଷ୍ଟି ଦିଗରେ ମଧ୍ୟ ସୀତାରମଣ ସମାନ ଭାବେ ଆଗ୍ରହୀ । ତେବେ ଏହା ଏତେ ସହଜ ହେବନାହିଁ । ଏହାକୁ ଆରମ୍ଭ କରିବା ଲାଗି ସେ ଭିତ୍ତିଭୂମିରେ ପୁଞ୍ଜିନିବେଶ ସୃଷ୍ଟି ନିମନ୍ତେ ଏବଂ ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଟ୍ରଷ୍ଟ ଗଠନର ପ୍ରସ୍ତାବ ଦେଇଛନ୍ତି । ଏହା ଫଳରେ ସାମୂହିକ ପୁଞ୍ଜିନିବେଶକାରୀଙ୍କ ପାଇଁ ଏକ ଦୀର୍ଘକାଳୀନ ନିବେଶ ସୁଯୋଗ ସୃଷ୍ଟି ହେବାର ଆଶା ରହିଛି । ଏଗୁଡ଼ିକ ପରୀକ୍ଷାମୂଳକ ପଦକ୍ଷେପ ଏବଂ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପ୍ରଚଳିତ ନିୟନ୍ତ୍ରଣ ବ୍ୟବସ୍ଥା ସମେତ ଏହାର କାର୍ଯ୍ୟକାରିତା କ୍ଷେତ୍ରରେ ରହିଥିବା ଅନେକ ସମସ୍ୟା ଉପରେ ଏସବୁ ଉପକ୍ରମର ସଫଳତା ନିର୍ଭର କରେ । ଦୀର୍ଘସ୍ଥାୟୀ ରାଜନୈତିକ ଇଚ୍ଛାଶକ୍ତି ଏବଂ ଅପରିବର୍ତ୍ତନୀୟ ନୀତି ହିଁ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିବ ।

ହେଲେ, ଏକ DFI ସ୍ଥାପନ ନିମନ୍ତେ ପ୍ରସ୍ତାବ ଦେବା ସହିତ ସମୟ ସୀମା ଭିତ୍ତିକ ଋଣ ପ୍ରଦାନ କ୍ଷେତ୍ରରେ ଏହାର ସଂସ୍କୃତି ଓ ଦକ୍ଷତାର ପୁନରୁଦ୍ଧାର ଉପରେ ସରକାର ଗୁରୁତ୍ବାରୋପ କରିଛନ୍ତି । ଏ କ୍ଷେତ୍ରରେ ବେସରକାରୀ କ୍ଷେତ୍ରକୁ ସମ୍ମିଳିତ କରାଇ ସରକାର, ଏକଚାଟିଆ କାରବାର କରିବାକୁ ନୁହେଁ, ବରଂ ଏକ ସକ୍ଷମ ପ୍ରୋତ୍ସାହକର ଭୂମିକା ନିର୍ବାହ ସକାଶେ ଆଗ୍ରହୀ ବୋଲି ଇଙ୍ଗିତ ଦେଇଛନ୍ତି । ଏବଂ ବର୍ତ୍ତମାନ ପାଇଁ ଏହା ହିଁ ସୁସମ୍ବାଦ । ସରକାରଙ୍କ ଉପସ୍ଥିତି ହିଁ ଋଣ ସଂସ୍କୃତିକୁ ନଷ୍ଟ କରିଦିଏ ଏବଂ ସରକାରୀ ବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ (PSB) ଏହାର ପ୍ରକୃଷ୍ଟ ଉଦାହରଣ ।

ଇତ୍ୟବସରରେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଏକତ୍ରୀକରଣ ମଧ୍ୟ ନିର୍ଦ୍ଧାରିତ ସମୟ ସୀମା ଭିତ୍ତିକ ଋଣ ପ୍ରଦାନ ଲାଗି ସୁଯୋଗ ସୃଷ୍ଟି କରିବ । ଏ କ୍ଷେତ୍ରରେ ଷ୍ଟେଟ୍‌ ବ୍ୟାଙ୍କ ଏହାର ଦକ୍ଷତା ପ୍ରତିପାଦିତ କରିସାରିଛି । ଏବେ ସମୁଚିତ ପରିବେଶ ସୃଷ୍ଟି ଉପରେ ସରକାର ଧ୍ୟାନ ଦେଉଥିବା ବେଳେ ବଡ଼ ବଡ଼ ବ୍ୟାଙ୍କଗୁଡ଼ିକ ସଚଳ ହୋଇ ଉଠିବେ ଏବଂ ଏହି ସୁଯୋଗର ସଦୁପଯୋଗ କରିବେ ବୋଲି ଆଶା କରାଯାଉଛି ।

ପ୍ରତିମ ରଞ୍ଜନ ବୋଷ,

ଲେଖକ କୋଲକାତାର ଜଣେ ବରିଷ୍ଠ ସାମ୍ବାଦିକ, ମତାମତ ସଂପୂର୍ଣ୍ଣ ବ୍ୟକ୍ତିଗତ

Last Updated : Feb 4, 2021, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.