ETV Bharat / business

କୋରୋନା ଆଲର୍ଟ, ଭାରତରେ ବୀମା ପଲିସି ଆଣିବାକୁ ପ୍ରସ୍ତୁତି

author img

By

Published : Mar 5, 2020, 12:50 PM IST

କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ବୀମା କଭର ଆଣିବାକୁ ପ୍ରସ୍ତୁତି କରୁଛି ଭାରତ । ଏ ନେଇ ଭାରତୀୟ ବୀମା ନିୟମାକ ବିକାଶ ପ୍ରାଧିକରଣ(ଇରଡା) ପକ୍ଷରୁ ସମସ୍ତ ବୀମା କମ୍ପାନୀଙ୍କୁ ପରାମର୍ଶ ଦିଆଯାଇଛି । ଯେପରି ଏହି ବୀମା ଟଙ୍କାରେ କୋରୋନା ଆକ୍ରାନ୍ତ ରୋଗୀ ସହଜରେ ଚିକିତ୍ସା ହୋଇପାରିବେ ।

design policy to cover coronavirus treatment irdai to insurance
କୋରୋନା ଆଲର୍ଟ, ଭାରତରେ ବୀମା ପଲିସି ଆଣିବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ: ଭାରତରେ ଧସେଇ ପଶିଲାଣି ମାରାତ୍ମକ ପ୍ରାଣଘାତୀ କୋରୋନା ଭାଇରସ । ଏବେ ସୁଦ୍ଧା ପ୍ରାୟ 29ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଲାଣି। ଏଭଳି ସ୍ଥିତିରେ ଲୋକଙ୍କ ଭବିଷ୍ୟତ ସୁରକ୍ଷା ଜରୁରୀ ହୋଇପଡିଛି । ଏଥିପାଇଁ ବୀମା କମ୍ପାନୀ ଏଭଳି ପଲିସି ଆଣିବା ଦରକାର ଯେପରି କୋରୋନା ଭାଇରସ ଚିକିତ୍ସା ଖର୍ଚ୍ଚର କଭର (ବୀମା) ରହିବ ବୋଲି କହିଛି ଭାରତୀୟ ବୀମା ନିୟାମକ ବିକାଶ ପ୍ରାଧିକରଣ (ଇରଡା) ।

ବର୍ତ୍ତମାନ ସମୟରେ କୋରୋନା ଭାଇରସ ତାର କାୟା ବିସ୍ତାର କରିବାରେ ଲାଗିଛି । ବହୁ ସୁରକ୍ଷା ଓ ସଚେତନ ସତ୍ତ୍ବେ କୋରୋନା ପ୍ରକୋପ ଥମୁନି । ଫଳରେ ବିଶ୍ବରେ ସ୍ବାସ୍ଥ୍ୟ ସମସ୍ୟା ସଙ୍ଗୀନ ହେବା ସହ ଚିକିତ୍ସା ଖର୍ଚ୍ଚ ମଧ୍ୟ ମହଙ୍ଗା ହୋଇଛି । ଆଉ ଏଥିପାଇଁ ଲୋକଙ୍କ ପାଇଁ ସମ୍ବଳର ଅଭାବ ଯେପରି ନ ହେବ ସେସବୁକୁ ଦୃଷ୍ଟିରେ ରଖି ବୀମା ପ୍ରସ୍ତୁତ ପାଇଁ ପ୍ରୟାସ କରୁଛି ଭାରତ ।

ଇରଡା କହିଛି ଯେ ଯେଉଁ କ୍ଷେତ୍ରରେ ଡାକ୍ତରଖାନାରେ ଭର୍ତ୍ତି ହେବା ଖର୍ଚ୍ଚ ବହନ କରାଯାଏ, ବୀମା କମ୍ପାନୀଗୁଡିକ ନିଶ୍ଚିତ କରିବା ଉଚିତ ଯେ କୋଭିଡ -19 ସହ ଜଡିତ ମାମଲା ଶୀଘ୍ର ସମାଧାନ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.