ETV Bharat / business

ପ୍ରବାସୀଙ୍କ ଆଶାବାଡି ମନରେଗା, ବଢୁଛି କାମ ଚାହିଦା - work under MGNREGA

ମନରେଗା ଅଧିନରେ କାମ ପାଇଁ ଚାହିଦା ତୀବ୍ର ଗତିରେ ବୃଦ୍ଧି ପାଇଛି । ଏହା ଜରିଆରେ ଘରବାହୁଡା ପ୍ରବାସୀଙ୍କୁ ରୋଜଗାର ସୁଯୋଗ ମିଳୁଛି । ଅଧିକ ପଢନ୍ତୁ..

MNREGA
MNREGA
author img

By

Published : Jul 8, 2020, 12:34 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ପ୍ରବାସୀ କାମଧନ୍ଦା ଅଭାବରୁ ଘର ବାହୁଡିଛନ୍ତି । ଆଉ ଏଭଳି ସଙ୍କଟ ସମୟରେ ସାହାରା ସାଜିଛି ମନରେଗା । ଏହା ଅଧିନରେ ବର୍ତ୍ତମାନ ରୋଜଗାର ଚାହିଦା ମଧ୍ୟ ବଢିଛି । ଏହି ନିଯୁକ୍ତି ଯୋଜନା ଅଧୀନରେ ମୋଟ 1.01 ଲକ୍ଷ କୋଟି ଟଙ୍କା ଆବଣ୍ଟନରୁ ପ୍ରାୟ 42 ପ୍ରତିଶତ ରାଜ୍ୟକୁ ବଣ୍ଟନ କରାଯାଇଛି।

ଅଧିକାରୀ କହିଛନ୍ତି କି, ମନରେଗା ଅଧିନରେ ଚଳିତ ଆର୍ଥିକ ବର୍ଷ ରୋଜଗାର ଚାହିଦା ଯେଉଁଭଳି ତୀବ୍ର ଗତିରେ ବଢିଛି, ତାକୁ ପୂରଣ ପାଉଁ ମୋଟା ଅଙ୍କର ରାଶି ଆବଶ୍ୟକ ହେବ ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ, ଘରବାହୁଡା ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ମନରେଗା ଅଧିନରେ କାର୍ଯ୍ୟ ପରିସର ବୃଦ୍ଧି କରାଯାଇଛି। ଏହି ମାଧ୍ୟମରେ ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ ପାଣ୍ଠି ଆବଶ୍ୟକ ହୋଇପାରେ । କାରଣ ଗତ ବର୍ଷ ତୁଳନାରେ ରୋଜଗାରର ଚାହିଦା ଦ୍ୱିଗୁଣିତ ହୋଇଛି।

ପ୍ରକାଶ ଯେ, ଏହି ଯୋଜନା ଅଧିନରେ ମୋଟ ଆବଣ୍ଟନ 1.01 ଲକ୍ଷ କୋଟି ଟଙ୍କା ରହିଛି । ଏଥିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ଆବଣ୍ଟିତ 40,000 କୋଟି ଟଙ୍କା ମଧ୍ୟ ସମିଲ ଅଛି । ମୋଟ ଆବଣ୍ଟିତ ରାଶିରୁ 43,000 କୋଟି ଟଙ୍କା ରାଜ୍ୟକୁ ବିତରଣ କରାଯାଇସାରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.