ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ ମାମଲାରେ ଗିରଫ ହୋଇଥିବା ଦୀପକ କୋଚ୍ଚରଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି । ସେ ଏବେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ।
ମନି ଲଣ୍ଡରିଂ ନିରୋଧୀ ଆଇନ (ପିଏମଏଲଏ) ଅଧିନରେ ସୋମବାର ଦୀପକ କୋଚ୍ଚରଙ୍କୁ ଗିରଫ କରିଥିଲା ଇଡି । ଗତ ବର୍ଷ ଚନ୍ଦା ଓ ଦୀପକ ଏବଂ ଭିଡିଓକନ ଗ୍ରୁପର ପ୍ରମୁଖ ବେଣୁଗୋପାଳ ଧୂତଙ୍କ ନାଁରେ ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ କରିଥିଲା । ତେବେ ନୂଆ ପ୍ରମାଣପତ୍ରକୁ ଭିତ୍ତି କରି ଇଡି ପକ୍ଷରୁ ଜେରା କରାଯାଇ ଦୀପକଙ୍କୁ ଗିରଫ କରାଯାଇଛି । ସେପ୍ଟେମ୍ବର 19 ଯାଏଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ତାଙ୍କୁ କୋର୍ଟ ପଠାଇଥିଲାବେଳେ ଏବେ ସେ କୋରୋନା ଆକ୍ରାନ୍ତ ଅଛନ୍ତି ।
ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍ଡି ଓ ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚର ।