ନୂଆଦିଲ୍ଲୀ: ସରକାର 'ଆତ୍ମନିର୍ଭରଶୀଳ ଭାରତ ଆପ ଇନୋଭେସନ ପ୍ରତିଯୋଗିତା' ଅଧୀନରେ ଭାରତୀୟ ଉଦ୍ୟୋଗୀଙ୍କ ଦ୍ବାରା ବିକଶିତ 24ଟି ଉନ୍ନତ ମୋବାଇଲ ଆପ ବିଜେତା ଘୋଷଣା କରିଛନ୍ତି। ଚୀନ ଆପ ବ୍ୟାନ ପରେ ଦେଶର ସୁରକ୍ଷା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ବିଦେଶୀ ଆପ ଉପରେ ନିର୍ଭରଶୀଳତା କମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିଯୋଗୀତାର ଘୋଷଣା କରିଥିଲେ । ଏହା ସରକାରଙ୍କ ଅଭିନବ ପ୍ଲାଟଫର୍ମ 'ମାଇଗଭ'(MyGov)ରେ ଆରମ୍ଭ କରାଯାଇଥିଲା।
MyGov ଏକ ବିବୃତ୍ତିରେ କହିଛି କି, ଏହି ପ୍ରତିଯୋଗୀତା ପାଇଁ ନଅଟି ବର୍ଗରେ 6,940 ଆପ୍ ଆବେଦନ ଗ୍ରହଣ କରାଯାଇଛି । ଏଥିମଧ୍ୟରୁ ଏଥିମଧ୍ୟରୁ 24ଟି ଆପ ପୁରସ୍କାର ପାଇଁ ବିଜେତା ଘୋଷିତ ହୋଇଛନ୍ତି । ଅନ୍ୟାନ୍ୟ 20ଟି ଆପ ସ୍ୱତନ୍ତ୍ର ପ୍ରୋତ୍ସାହନ ଆପ୍ ଭାବରେ ସ୍ୱୀକୃତିପ୍ରାପ୍ତ ।
ଚିଙ୍ଗାରୀ ଆପକୁ ସୋସିଆଲ ମିଡିଆ ବର୍ଗରେ, କ୍ୟାପ୍ସନ ପ୍ଲସକୁ ମନୋରଞ୍ଜନ ଶ୍ରେଣୀରେ, ଫର୍ଜୀ ସମାଚାର ଯାଞ୍ଚ କରୁଥିବା ଆପ ଲଜିକଲିକୁ ସମାଚାର ଶ୍ରେଣୀରେ, ଖେଳରେ ହିଟୱିକେଟ୍, ସ୍ୱାସ୍ଥ୍ୟରେ, ଷ୍ଟେପ୍ ସେଟ୍ଗୋକୁ ସ୍ବାସ୍ଥ୍ୟ, ଡିସ୍ପର୍ଜ କୁ ଇ-ଲର୍ନିଂ ଆଦି ବିଭିନ୍ନ ଆପକୁ ଅନେକ ବର୍ଗରେ ବିଜେତା ବଛାଯାଇଛି ।ପ୍ରତ୍ୟେକ ବର୍ଗର ବିଜେତାଙ୍କୁ 20 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ଆପକୁ ଯଥାକ୍ରମେ 15 ଲକ୍ଷ ଏବଂ 10 ଲକ୍ଷ ଟଙ୍କା ପ୍ରଦାନ କରାଯିବ।