ETV Bharat / business

‘ବର୍ତ୍ତମାନ ସରକାରଙ୍କ ଋଣ ମୁଦ୍ରାକରଣ ଯୋଜନା ନାହିଁ’

ଋଣର ମୁଦ୍ରୀକରଣର ଅର୍ଥ ହେଉଛି କୌଣସି ଜରୁରୀକାଳୀନ ଖର୍ଚ୍ଚ ଏବଂ ଆର୍ଥିକ ନିଅଣ୍ଟରୁ ଦୂର କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ମୁଦ୍ରା ମୁଦ୍ରଣ (ଛାପିବା) କରିବା । ତେବେ ରାଜସ୍ବ ସଂଗ୍ରହର ସକରାତ୍ମକ ଦିଗକୁ ଦୃଷ୍ଟିରେ ରଖିଲେ ଅର୍ଥନୀତି ପ୍ରବଳ ଖସିବା ଆଶଙ୍କା ନାହିଁ । ଅଧିକ ପଢନ୍ତୁ...

‘ବର୍ତ୍ତମାନ ସରକାରଙ୍କ ଋଣ ମୁଦ୍ରୀକରଣ ଯୋଜନା ନାହିଁ’

author img

By

Published : Jul 24, 2020, 12:42 PM IST

ନୂଆଦିଲ୍ଲୀ: ଅର୍ଥନୀତି ଅଭିବୃଦ୍ଧି ପ୍ରବଳ ମାତ୍ରାରେ ହ୍ରାସ ହେବନାହିଁ । ଏଥିସବ ଋଣ ମୁଦ୍ରାକରଣ ନେଇ ସରକାରଙ୍କ କୌଣସି ଏଜେଣ୍ଡା ନାହିଁ । ଏହା ବ୍ୟତୀତ ରାଜସ୍ବ ସଂଗ୍ରହ ସକରାତ୍ମକ ରହିଛି ବୋଲି ଅର୍ଥନୈତିକ ବ୍ୟାପର ସଚିବ ତରୁଣ ବଜାଜ ମନ୍ତବ୍ୟ ଦେଇଛନ୍ତି ।

ଶିଳ୍ପ ସଂଘ ଫିକ୍କି ଦ୍ବାରା ଆୟୋଜିତ ଏକ ଭର୍ଚ୍ୟୁଆଲ ସମ୍ମିଳନୀକୁ ସମ୍ବୋଧିତ କରି ବଜାଜ କହିଛନ୍ତି କି, ‘ଏବେ ମୋ ପାଖରେ କିଛି ଗଣନା ରହିଛି । କିଛି ଯୋଜନା ଅଛି । ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ସମୟରେ ଆମକୁ ସହଯୋଗ ଦେଇଛି । ବର୍ତ୍ତମାନ ମୁଦ୍ରାକରଣ ଲକ୍ଷ୍ୟ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କ ସହ ମଧ୍ୟ ଏ ନେଇ ଚର୍ଚ୍ଚା ହୋଇନାହିଁ । ’’ ସେ କହିଛନ୍ତି କି ରାଜସ୍ୟ ବଢୁଛି । ପେଟ୍ରୋଲ ଓ ଡିଜେଲରେ ଉତ୍ପାଦ ଶୁଳ୍କ ବୃଦ୍ଧି ଦ୍ବାରା କିଛି ଅତିରିକ୍ତ ରାଜସ୍ବ ମିଳିଛି ।

ସଚିବ କହିଛନ୍ତି କି, 3 ରୁ 4 ମାସ ପରେ ରିପୋର୍ଟ ହାତକୁ ଆସିବ ପରେ ଏ ନେଇ କିଛି କହିବା ଠିକ ହେବ । ଋଣର ମୁଦ୍ରାକରଣର ଅର୍ଥ ହେଉଛି କୌଣସି ଜରୁରୀକାଳୀନ ଖର୍ଚ୍ଚ ଏବଂ ଆର୍ଥିକ ନିଅଣ୍ଟରୁ ଦୂର କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ମୁଦ୍ରା ମୁଦ୍ରଣ (ଛାପିବା) କରିବା ।

ଆର୍ଥିକ ଚାପର ସମ୍ମୁଖୀନ ହେଉଥିବା ସରକାର ମେ ମାସ ପୂର୍ବରୁ ଋଣ ଲକ୍ଷ୍ୟ 50 ପ୍ରତିଶତ ବୃଦ୍ଧି କରି 7.8 ଲକ୍ଷ କୋଟି ଟଙ୍କାରୁ 12 ଲକ୍ଷ କୋଟି ଟଙ୍କା କରିଦେଇଛନ୍ତି । ବଜାଜ କହିଛନ୍ତି ଯେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ମୋବାଇଲ୍ ଏବଂ ମେଡିକାଲ୍ ଉପକରଣ ଏବଂ ଫାର୍ମା ଉତ୍ପାଦନ ସହ ଜଡିତ ପ୍ରୋତ୍ସାହନ ଘୋଷଣା କରିସାରିଛନ୍ତି। ରପ୍ତାନି ସମ୍ଭାବନା ଥିବା ଏହି ଯୋଜନାକୁ ଆହୁରି ଚାରିରୁ ଛ ଟି ଅଞ୍ଚଳରେ ବିସ୍ତାର କରିବାକୁ ସରକାର କାର୍ଯ୍ୟ କରୁଛନ୍ତି। ଏହି ସଙ୍କଟ ସମୟରେ କୃଷି ଏକ ଭିଟାମିନ ଭାବେ ଉଭା ହୋଇଛି । ରବି ଫସଲ ଉତ୍ପାଦନ ଭଲ ହୋଇଛି ଏବଂ ଖରିଫ ଉତ୍ପାଦନ ମଧ୍ୟ ଭଲ ହେବ ବୋଲି ଆଶା କରାଯାଉଛି । ଦେଶର ମୋଟ ଘରୋଇ ଉତ୍ପାଦନରେ କୃଷି କ୍ଷେତ୍ରର ଯୋଗଦାନ ଉଲ୍ଲେଖନୀୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.