ନୂଆଦିଲ୍ଲୀ: କୋରୋନା କବଳରେ ଥିବା ଅର୍ଥନୀତିକୁ ଆଶ୍ବସ୍ତି ପାଇଁ ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ । ସାଧାରଣ ଜନତା ଓ ଉଦ୍ୟୋଗ ଜଗତକୁ ମିଳିବ ବିଭିନ୍ନ ରିହାତି । ଆବଶ୍ୟକ ନଥିଲେ ଅଯଥାରେ ବ୍ୟାଙ୍କ ଯାଆନ୍ତୁ ନାହିଁ । ଏଥିସହ ସରକାରଙ୍କ ସହଯୋଗ ସହ ଘରେ ରହି କୋରୋନା ମୁକାବିଲା କରନ୍ତୁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ସୀତାରମଣଙ୍କ 8-ସୂତ୍ରୀ ଆର୍ଥିକ ଆଶ୍ବସ୍ତି ଘୋଷଣା
- ଆୟକର ଅନୁପାଳନ
- ଜିଏସଟି ଅନୁପାଳନ
- କଷ୍ଟମ୍ସ ଅନୁପାଳନ
- ସୀମ ଶୁଳ୍କ ଅନୁପାଳନ
- ଏମସିଏ ଅନୁପାଳନ
- ଆଇବିସି ଅନୁପାଳନ
- ମତ୍ସ୍ୟଚାଷ
- ବ୍ୟାଙ୍କ ସମ୍ବନ୍ଧୀୟ ଅନୁପାଳନ
- ବାଣିଜ୍ୟ ସମ୍ବନ୍ଧୀୟ ଅନୁପାଳନ
ସାମ୍ବାଦିକ ସମ୍ମିଳନୀର ମୁଖ୍ୟାଂଶ
- -ସରକାର ସମସ୍ତ ଟିକସ ସମ୍ବନ୍ଧୀୟ ମାମଲାର ଅନୁପାଳନ ଅବଧି ଜୁନ 30କୁ ବଢାଇଛନ୍ତି ।
- - 2018-19 ଆର୍ଥିକ ବର୍ଷ ପାଇଁ ଆଇଟି ରିଟର୍ଣ୍ଣ ସୀମା ଜୁନ 30କୁ ବୃଦ୍ଧି ପାଇଛି । ଏଥିସହ ଏହା ଉପରେ ସୁଧ ଦର ମଧ୍ୟ ହ୍ରାସ କରାଯାଇଛି ।
- - ବିଳମ୍ବରେ ଟଙ୍କା ଭରଣ ଉପରେ ସୁଧ ଦର 12ରୁ 9 ପ୍ରତିଶତକୁ ହ୍ରାସ ହୋଇଛି ।
- - ଜିଏସଟି ଫାଇଲିଂ ତାରିଖକୁ ମଧ୍ୟ ଜୁନ 30କୁ ବଢାଯାଇଛି । ଯେପରି କ୍ଷୁଦ୍ର ଏବଂ ମଧ୍ୟମ କାରବାରୀଙ୍କୁ ଆଶ୍ବସ୍ତି ମିଳିପାରିବ ।
- -ଏଭଳି ଭାବେ ବିବାଦ ସେ ବିଶ୍ବାସ ସ୍କିମ ସମୟକୁ ଜୁନ ଶେଷ ଯାଏଁ ବୃଦ୍ଧି କରାଯାଇଛି ।
- - TDS ଉପରେ ସୁଧ 18 ପ୍ରତିଶତ ବଦଳରେ 9 ପ୍ରତିଶତ ଲାଗୁ ।
- - ଆଧାର-ପାନ୍ ଲିଙ୍କ ଅବଧି 2020 ମସିହା ଜୁନ 30କୁ ବଢିଲା । ପୂର୍ବରୁ ଏହା ମାର୍ଚ୍ଚ 31 ଥିଲା ।
- -କୋରୋନା ଭାଇରସ ଲଢେଇରେ CSR ପଣ୍ଡକୁ ଖର୍ଚ୍ଚ କରାଯିବ ।
- - କୋର୍ପୋରେଟକୁ ଆଶ୍ବସ୍ତି ଦେବା ପାଇଁ କୁହାଯାଇଛି ଯେ, ବୋର୍ଡ ବୈଠକକୁ 60 ଦିନ ପାଇଁ ସ୍ଥଗିତ କରାଯାଇଛି ।
- - 5 କୋଟିର ଟର୍ନଓଭର କରୁଥିବା କମ୍ପାନୀ ଯଦି ବିଳମ୍ବରେ ଜିଏସଟି ରିଟର୍ଣ୍ଣ ଫାଇଲ କରୁଛନ୍ତି , ତେବେ ସେମାନଙ୍କ ଉପରେ କୌଣସି ଜୋରିମାନା ଲାଗିବ ନାହିଁ ।
- - 3 ମାସ ପର୍ଯ୍ୟନ୍ତ ନିଜ ଡେବିଟ୍ କାର୍ଡରୁ କୌଣସି ଏଟିଏମରୁ ଟଙ୍କା କାଢିଲେ କୌଣସି ଚାର୍ଜ ଲାଗିବ ନାହିଁ ।
- ଏହାଛଡା ବ୍ୟାଙ୍କ ଖାତାରେ ମିନିମମ ବାଲାନ୍ସ ରହିବା କଟକଣା କୋହଳ ହୋଇଛି । ଅର୍ଥାତ ଯଦି ଆପଣଙ୍କ ଆକାଉଣ୍ଟରେ ମିନିମମ ବାଲାନ୍ସ ନ ରୁହେ ବି ତେବେ ଏଥିପାଇଁ ଆପଣଙ୍କୁ କୌଣସି ଜୋରିମାନା ଲାଗିବ ନାହିଁ ।