ETV Bharat / business

2021-22 ରେ ଘରୋଇ ହସ୍ପିଟାଲ ଆୟ 17 % ବଢିବ

author img

By

Published : Jun 22, 2021, 10:11 PM IST

ସଂକ୍ରମଣ ସଂଖ୍ୟା ବଢୁଥିବାରୁ ସ୍ବାସ୍ଥ୍ୟ ସେବା ପାଇଁ ଚଳିତ ଆର୍ଥିକ ବର୍ଷରେ ଘରୋଇ ହସ୍ପିଟାଲ ଆୟ ବଢିବ । ଚଳିତ ଆର୍ଥିକ ବର୍ଷ 15ରୁ 17 ପ୍ରତିଶତ ବୃଦ୍ଧି ଘରୋଇ ହସ୍ପିଟାଲ ଆୟ । ଅଧିକ ପଢନ୍ତୁ..

2021-22 ରେ ଘରୋଇ ହସ୍ପିଟାଲ ଆୟ17 % ବଢିବ
2021-22 ରେ ଘରୋଇ ହସ୍ପିଟାଲ ଆୟ17 % ବଢିବ

ନୂଆଦିଲ୍ଲୀ: କୋଭିଡ-19 ସଂକ୍ରମଣ ମାମଲା ବୃଦ୍ଧି ମଧ୍ୟରେ ଘରୋଇ ହସ୍ପିଟାଲରେ ରୁମ ଚାହିଦା ବହୁତ ବଢିଛି । ସଂକ୍ରମଣ ସଂଖ୍ୟା ବଢୁଥିବାରୁ ସ୍ବାସ୍ଥ୍ୟ ସେବା ପାଇଁ ଚଳିତ ଆର୍ଥିକ ବର୍ଷରେ ଘରୋଇ ହସ୍ପିଟାଲ ଆୟରେ 15ରୁ 17 ପ୍ରତିଶତ ବୃଦ୍ଧି ହେବ । ଯାହାକି 2020-21 ତୁଳନାରେ ସାମାନ୍ୟ ଅଧିକ । ରେଟିଂ ଏଜେନ୍ସି କ୍ରିସିଲ ମଙ୍ଗଳବାର ଏନେଇ କହିଛି ।

କ୍ରିସିଲ ବିବୃତ୍ତିରେ କହିଛି କି ଆୟ ବଢିବା ଦ୍ବାରା ଏଭଳି ହସ୍ପିଟାଲର ପରିଚାଳନା ମାର୍ଜିନ ବି 1-2 ପ୍ରତିଶତ ବଢି 13-14 ପ୍ରତିଶତ ଯାଏଁ ରହିବା ସମ୍ଭାବନା ରହିଛି । ଏହା ପରେ ବି ମାର୍ଜିନ 2020-21ରେ ତୁଳନାରେ ତଳକୁ ରହିବ । ଏହାର କାରଣ ହେଉଛି, ଏହି ଅବଧିରେ ହସ୍ପିଟାଲରେ କୋଭିଡ-19ର ଚିକିତ୍ସା ଅନୁପାତ ଉଚ୍ଚା ରହିଛି । ଯେତେବେଳେ କି ପ୍ରଫିଟ ଅପେକ୍ଷାକୃତ କମ ଅଛି ।

କ୍ରିସିଲ ରେଟିଂର ବରିଷ୍ଠ ନିର୍ଦ୍ଦେଶକ ମନୀଷ ଗୁପ୍ତା କହିଛନ୍ତି କି, ‘‘ ଏପ୍ରିଲ ମାସରେ ମହାମାରୀର ଦ୍ବିତୀୟ ଲହର ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ବାର୍ଷିକ ଆଧାରରେ ଭଲ ରହିବ । ଏହି ସମୟରେ ହସ୍ପିଟାଲରେ 75 ପ୍ରତିଶତ ରୁମରେ ରୋଗୀ ଭର୍ତ୍ତି ଅଛନ୍ତି । ଏହା ବାର୍ଷିକ ଆଧାରରେ ପ୍ରାୟ 2 ଗୁଣା ରହିଛି । ଏହାର ମୁଖ୍ୟ କାରଣ କୋଭିଡ-19 ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ।

ତେବେ ଦ୍ବିତୀୟ ତ୍ରୟମାସରେ ଦ୍ବିତୀୟ ଲହର ଦୁର୍ବଳ ପଡିବା ପରେ ଅଣ କୋଭିଡ ଚିକିତ୍ସା ପାଇଁ ଚାହିଁରହିଥିବା ରୋଗୀଙ୍କ ସଂଖ୍ୟା ବଢିବ । ଚଳିତ ଆର୍ଥିକ ବର୍ଷରେ ହସ୍ପିଟାଲରେ 65ରୁ 70 ପ୍ରତିଶତ ଯାଏଁ ଭର୍ତ୍ତି ରହିବ । ଏହାଦ୍ବାରା ଘରୋଇ ହସ୍ପିଟାଲର ଆୟ ବଢିବ । ଗତ ବର୍ଷ ହାରାହାରୀ 58 ପ୍ରତିଶତ ରୁମ ପୂର୍ଣ୍ଣ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.