ETV Bharat / business

କୋଭିଡ କଟକଣା, ଦୈନିକ ହଜାରେ କୋଟି କ୍ଷତି ସହୁଛନ୍ତି ଟ୍ରାନ୍ସପୋର୍ଟର - restriction impact on Transporter

ଯାତାୟତ ପ୍ରଭାବିତ ଯୋଗୁଁ ପରିବହନକାରୀମାନେ ଦିନକୁ ପ୍ରାୟ 1000 କୋଟି ଟଙ୍କା କ୍ଷତି ସହୁଛନ୍ତି । ଅଧିକ ପଢନ୍ତୁ..

କୋଭିଡ କଟକଣା, ଦୈନିକ ହଜାରେ କୋଟି କ୍ଷତି ସହୁଛନ୍ତି ଟ୍ରାନ୍ସପୋର୍ଟର

author img

By

Published : Apr 21, 2021, 10:25 PM IST

ନୂଆଦିଲ୍ଲୀ: କୋଭିଡ ପ୍ରତିହିତ ପାଇଁ ଅନେକ ରାଜ୍ୟ କଠୋର କଲେଣି କଟକଣା । ଜାରି ହୋଇଛି ସାପ୍ତାହିକ ଲକଡାଉନ । ଫଳରେ ଯାତାୟତ ପ୍ରଭାବିତ ଯୋଗୁଁ ପରିବହନକାରୀମାନେ ଦିନକୁ ପ୍ରାୟ 1000 କୋଟି ଟଙ୍କା କ୍ଷତି ସହୁଛନ୍ତି । ଟ୍ରକ ଚାଳକଙ୍କ ୟୁନିଟ ସର୍ବଭାରତୀୟ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (AIMTC) ବୁଧବାର ଏ ନେଇ ସୂଚନା ଦେଇଛି ।

ତେବେ ଯଦି ସରକାର ପରିସ୍ଥିତିର ମୁକାବିଲା ପାଇଁ କିଛି ରିଲିଫ ପଦକ୍ଷେପ ନେବେ ନାହିଁ , କ୍ଷତି ପରିମାଣ ଆହୁରି ବଢିପାରେ ବୋଲି ଆଶଙ୍କା କରିଛି AIMTC । ଏକ ବିବୃତ୍ତିରେ AIMTC କହିଛି କି , ମହାରାଷ୍ଟ୍ରରରେ ଏପ୍ରିଲ 12 ରେ ସାର୍ବଜନୀକ ପ୍ରତିବନ୍ଧକ ଲାଗୁ ପରେ ପ୍ରତ୍ୟେକ ଦିନ 315 କୋଟି ଟଙ୍କା କ୍ଷତିର ଅନୁମାନ ଲଗାଯାଇଛି ।

ସତ୍ୟ ଆକଳନ ଅନୁସାରେ କଟକଣା, କର୍ଫ୍ୟୁ ଆଦି କାରଣରୁ ପରିବହନ ଉଦ୍ୟୋଗକୁ ପ୍ରାୟ 1000 କୋଟି ଟଙ୍କା କ୍ଷତି ହେଉଛି । ଯାହାକି ମହାମାରୀ କାରଣ ଲାଗୁ ଲକଡାଉନ ଓ ପ୍ରତିବନ୍ଧକର ତୀବ୍ରତା ଓ ଅବଧି ସହ ବଢିଚାଲିଛି । ଏଣୁ ସରକାର ଅନୁକୂଳ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି । ଶିଳ୍ପ ଉପରେ ଆସୁଥିବା ଆର୍ଥିକ ସଙ୍କଟକୁ ଏଡାଇବା ପାଇଁ ଯାନବାହନ ପାଇଁ ନିଆଯାଇଥିବା ଋଣର ସମାନ ମାସିକ କିସ୍ତି (EMI) ଆଦାୟ ସ୍ଥଗିତ , ଟିକସ ଏବଂ ବୀମା ଛାଡ ଉପରେ ଦାବି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.