ETV Bharat / business

କୋରୋନାରେ କ୍ଷତିଗ୍ରସ୍ଥ ହୋଟେଲ, ଦେବାଳିଆ ମୋଡରେ ଗେଷ୍ଟ ହାଉସ - Shuttered budget hotels, guest houses

ହୋଟେଲ , ଗେଷ୍ଟ ହାଉସ ସ୍ଥିତି ଦେବାଳିଆ ହେବାକୁ ବସିଛି । ଲକ୍ଷାଧିକ ଟଙ୍କାର ବିଲ ପେମେଣ୍ଟ ବାକି ପଡିଥିବା ବେଳେ କର୍ମଚାରୀଙ୍କ ଛଟେଇ ଜାରି ରହିଛି । ଏଭଳି ସ୍ଥିତିରେ ତିଷ୍ଠି ରହିବାକୁ ସଂଘର୍ଷ କରୁଛନ୍ତି ହୋଟେଲ ଓ ରେସ୍ତେରା ମାଲିକ । ଅଧିକ ପଢନ୍ତୁ..

କୋରୋନାରେ ପ୍ରଭାବିତ ବଜେଟ ହୋଟେଲ, ଦେବାଳିଆ ସ୍ଥିତିରେ ଗେଷ୍ଟ ହାଉସ

author img

By

Published : Aug 3, 2020, 7:34 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀରେ ଗଭୀର ପ୍ରଭାବିତ ରାଜଧାନୀର ପାଖାପାଖୀ 3 ହଜାର ହୋଟେଲ ଓ ଗେଷ୍ଟ ହାଉସ ସ୍ଥିତି ଗୁରୁତର । ଲକଡାଉନ ଓ ବିମାନ ସେବା ବନ୍ଦ ଯୋଗୁଁ ପର୍ଯ୍ୟଟକ ଯାତ୍ରୀ ଆସୁନଥିବା ଆୟ ଶୂନ୍ୟ । । ଖର୍ଚ୍ଚ ହ୍ରାସ କରିବାକୁ 75 ପ୍ରତିଶତରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଗଲାଣି ।

ଫଳରେ ଏସବୁ ହୋଟେଲ , ଗେଷ୍ଟ ହାଉସ ସ୍ଥିତି ଦେବାଳିଆ ହେବାକୁ ବସିଛି । କାରଣ ସେମାନଙ୍କ ଲକ୍ଷାଧିକ ଟଙ୍କାର ବିଲ ପେମେଣ୍ଟ ବାକି ପଡିଛି । ଏ ନେଇ ଦିଲ୍ଲୀ ହୋଟେଲ ଓ ରେସ୍ତୋରା ମାଲିକ ସଙ୍ଗଠନ ଦାବି କରିଛି । ସଂଘର ସଭାପତି ସନ୍ଦୀପ ଖଣ୍ଡେଲୱାଲ କହିଛନ୍ତି କି, ସ୍ଥିତି ଏତେ ସଙ୍କାପନ୍ନ ଯେ, ସେମାନେ ନିଜକର ଘର ଭଡା ଦେବାକୁ ମଧ୍ୟ ଅକ୍ଷମ । ଯଦିଓ କେନ୍ଦ୍ର ସରକାର ଜୁନ 8 ରୁ ହୋଟେଲ ଖୋଲିବା ନେଇ ଅନୁମତି ଦେଇଥିଲେ , କିନ୍ତୁ ଦିଲ୍ଲୀରେ କୋରୋନା ସଂକ୍ରମଣ ମାମଲା ବଢୁଥିବାରୁ ସରକାର ହୋଟେଲ ଖୋଲିବା ନେଇ କଟକଣା ଲଗାଇଥିଲେ ।

ତେବେ ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କୋଭିଡ-19 ସ୍ଥିତି ସୁଧୁରିଛି । ଏଥିସହ ସହ କେଜ୍ରିୱାଲ ସରକାର ଗୁରୁବାର ହୋଟେଲକୁ ସ୍ବାଭାବିକ କାମ ଆରମ୍ଭ ପାଇଁ ଅନୁମତି ଦେଇଥିଲେ । କିନ୍ତୁ ତାର ପରଦିନ ଉପରାଜ୍ୟପାଳ ଅନୀଲ ବୈଜଲ ଏହି ନିଷ୍ପତ୍ତି ଉପରେ ରୋକ ଲଗାଇଦେଇଛନ୍ତି । ଆଉ କହିଛନ୍ତି କି, ସ୍ଥିତି ଦୁର୍ବଳ ରହିଛି । ବିପଦ ଏବେ ବି ଜାରି ରହିଛି ।

ଖଣ୍ଡେଲୱାଲଙ୍କ କହିବା ଅନୁସାରେ 4 ଲକ୍ଷରୁ ଅଧିରୁ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଜ ପେଟ ପୋଷିବା ପାଇଁ ହୋଟେଲ , ଗେଷ୍ଟ ହାଉସ ଓ ରେସ୍ତୋରା ଉପରେ ନିର୍ଭରଶୀଳ । ହେଲେ ଏବେ ଲକଡାଉନ ଯୋଗୁଁ ବହୁ କର୍ମଚାରୀ , ୱାର୍କର ନିଜ ଗାଁକୁ ପେରିଯାଇଛନ୍ତି । ଆଉ ଯେଉଁମାନେ ଅଛନ୍ତି ସେମାନଙ୍କୁ ଅଧା ଦରମା ଦିଆଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.