ନୂଆଦିଲ୍ଲୀ: କୋଭିଡ-19 ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏଥିଯୋଗୁଁ ରାଜ୍ୟଗୁଡିକର ରାଜସ୍ବ ସଂଗ୍ରହ ଭାରି ମାତ୍ରାରେ ହ୍ରାସ ପାଇଛି । ତେବେ ଲକଡାଉନ ପରେ ଆର୍ଥିକ ଗତିବିଧି ଆରମ୍ଭ ପାଇଁ ଜୋର ଦିଆଯାଉଛି । ଫଳରେ ରାଜ୍ୟର ରାଜସ୍ବ ବଢିବା ଆଶା ରହିଛି ।
ରାଜସ୍ବ ବୃଦ୍ଧି ଲକ୍ଷ୍ୟରେ ପ୍ରଥମ ପର୍ଯ୍ୟାୟରେ ମଦ ଓ ପାନ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ସୂତ୍ରଙ୍କ କହିବା ଅନୁଯାୟୀ ରାଜ୍ୟ ରାଜସ୍ବର ପ୍ରମୁଖ ଉତ୍ସ ଜିଏସଟି ଆଦାୟ । ହେଲେ ସମ୍ପୁର୍ଣ୍ଣ ଏପ୍ରିଲ ମାସ ଲକଡାଉନ ଯୋଗୁଁ ଜିଏସଟି ସଂଗ୍ରହ ହ୍ରାସ ପାଇବା ଆଶଙ୍କା ରହିଛି । ବହୁ ରାଜ୍ୟରେ ପ୍ରବଳ ହ୍ରାସ ନେଇ ସୂଚନା ଦିଆଯାଇଛି । କିଛି କ୍ଷେତ୍ରରେ ଏହା 80ରୁ 90 ପ୍ରତିଶତ କମିଛି ।
ଏଥିପାଇଁ ଚିନ୍ତିତ କେନ୍ଦ୍ର ସରକାର ଏପ୍ରିଲ ମାସର ଜିଏସଟି ସଂଗ୍ରହ ରିପୋର୍ଟ ପ୍ରକାଶ କରିନାହାନ୍ତି । ତେବେ ଆସନ୍ତା ମାସ ପହିଲାରେ ଏହି ତଥ୍ୟ ପ୍ରକାଶ କରାଯାଇପାରେ ।
ସୂଚନା ଅନୁଯାୟୀ 3ବି ରିଟର୍ଣ୍ଣ ଦାଖଲ କରିବା ପାଇଁ 15 ଦିନର ଅଧିକା ସମୟ ଦିଆଯାଇଛି । ଲକଡାଉନରେ କରଦାତା ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଏଭଳି ନିର୍ଣ୍ଣୟ ନିଆଯାଇଛି ।