ETV Bharat / business

କୋରୋନା ପ୍ରଭାବ: ଟିକେଟ ବାତିଲ ହେଲେ ଚାର୍ଜ ନେବେନି ଇଣ୍ଡିଗୋ ଓ ଗୋ-ଏୟାର

କୋରୋନା ମାମଲା ବୃଦ୍ଧି ଯୋଗୁଁ ବହୁ ବିମାନ ବାତିଲ ହୋଇଛି । ଏଥିସହ ବିଭିନ୍ନ ଦେଶ ଯାତ୍ରା ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏପରି ସ୍ଥିତିରେ ଯାତ୍ରୀ ଯଦି ଟିକେଟ ବାତିଲ କରେ ତେବେ ତାକୁ ଚାର୍ଜ ଫ୍ରି କରିବାକୁ ଘୋଷଣା କରିଛି ଇଣ୍ଡିଗୋ ଓ ଗୋ-ଏୟାର ।

coronavirus goair and indigo to not charge cancellation fee on tickets booked till april 30
କୋରୋନା ପ୍ରଭାବ: ଚାର୍ଜ ଫ୍ରି ହେଲା ଟିକେଟ ବାତିଲ
author img

By

Published : Mar 9, 2020, 10:55 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ପ୍ରକୋପ ବୃଦ୍ଧି ଯୋଗୁଁ ଯାତ୍ରୀଙ୍କୁ ଆଶ୍ବସ୍ତି ଦେଲା ଗୋ ଏୟାର । ଏପ୍ରିଲ 30 ପର୍ଯ୍ୟନ୍ତ ବୁକ ହୋଇଥିବା ଟିକେଟ ବାତିଲ କିମ୍ବା ପୁନଃନିର୍ଦ୍ଧାରଣ ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ ବୋଲି ରବିବାର ଘୋଷଣା କରିଛି ଗୋ ଏୟାର ।

ଏୟାର ଲାଇନର ଏକ ବୟାନରେ କୁହାଯାଇଛି ଯେ, ମାର୍ଚ୍ଚ 8ରୁ ଏପ୍ରିଲ 30 ମଧ୍ୟରେ ଓ ମାର୍ଚ୍ଚ 8ରୁ ସେପ୍ଟେମ୍ବର 30 ମଧ୍ୟରେ ହୋଇଥିବା ସମସ୍ତ ବୁକିଙ୍ଗ ଟିକେଟକୁ ରଦ୍ଦ କିମ୍ବା ରିସେଡ୍ୟୁଲ କରାଯିବ । କୋରୋନା ଭାଇରସର ପ୍ରକୋପକୁ ନଜରରେ ରଖି କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ସେହିପରି ବିମାନ ଚଳାଚଳ କମ୍ପାନୀ ଇଣ୍ଡିଗୋ କହିଛି ଯେ ମାର୍ଚ୍ଚ 12 ରୁ 31 ମାର୍ଚ୍ଚ ମଧ୍ୟରେ ଯାତ୍ରା ପାଇଁ ବୁକ ହୋଇଥିବା ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ ତାରିଖ ବଦଳାଇବାକୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ ।

ଉଭୟ ବିମାନ ଚଳାଚଳ କମ୍ପାନୀ କହିଛି ଯେ, ତାରିଖ ପରିବର୍ତ୍ତନ ଏବଂ ଟିକେଟ୍ ବାତିଲ ପାଇଁ ଫି ଛାଡ ହେବ । ଏହି ରିହାତି ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନରେ ଲାଗୁ ହେବ |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.