ETV Bharat / business

କୋରୋନା ପ୍ରଭାବ: କ୍ଷତିରେ ଏୟାରଲାଇନ୍ସ

author img

By

Published : Mar 6, 2020, 12:29 PM IST

କୋରୋନା ପ୍ରକୋପ ଯୋଗୁଁ ବିଭିନ୍ନ ରୁଟର ବିମାନ ଚଳାଚଳ ବ୍ୟାହତ ହେଉଛି । ଆଉ ଏ ସବୁ ଭିତରେ କ୍ଷତି ସହୁଛି ବିଶ୍ବ ବେସାମରିକ ବିମାନ ଚଳାଚଳ ଶିଳ୍ପ ।

Coronavirus could cost airlines USD 113 bn revenue in 2020: IATA
କୋରୋନା ପ୍ରଭାବ: କ୍ଷତିରେ ଏୟାରଲାଇନ୍ସ

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି କୋରୋନା ଭାଇରସ । ଏନେଇ ସରକାରୀ ସ୍ତରରେ ଆଲର୍ଟ ଜାରି ସହ ସତର୍କ ରହିବାକୁ ସଚେତନତା ବାର୍ତ୍ତା ଦିଆଯାଉଛି । ବିଦେଶକୁ ଯିବା ବାରଣ ହେଉଛି । ବିଭିନ୍ନ ରୁଟର ବିମାନ ଚଳାଚଳ ବ୍ୟାହତ ହେଉଛି । ଆଉ ଏସବୁ ଭିତରେ କ୍ଷତି ସହୁଛି ବିଶ୍ବ ବେସାମରିକ ବିମାନ ଚଳାଚଳ ଶିଳ୍ପ ।

ଟିକେଟ କ୍ୟାନସଲ ଯୋଗୁଁ ଯାତ୍ରୀଙ୍କୁ ଭଡା ଫେରସ୍ତ ହେଉଛି । ଯଦି ଆଗକୁ ସ୍ଥିତି ଏଭଳି ଲାଗି ରୁହେ ତେବେ ଅନ୍ତର୍ଜାତୀୟ ବିମାନ କମ୍ପାନୀଗୁଡିକ 2020ରେ ପ୍ରାୟ 813,600 କୋଟି ଟଙ୍କାର କ୍ଷତି ସହିବେ । ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ(IATA) ଏ ନେଇ ଆକଳନ କରିଛି । କମ୍ପାନୀ ସବୁ ପ୍ରାୟ 19 ପ୍ରତିଶତ କ୍ଷତି ସହିପାରନ୍ତି । ତେବେ ଯଦି ସ୍ଥିତି ସ୍ବାଭାବିକ ପୁଣି ହେବ ତାହା ହେଲେ ଏ ବର୍ଷ 453,600 କୋଟି ଟଙ୍କାର କ୍ଷତି ହେବ ।

IATA ପକ୍ଷରୁ ଫେବୃଆରୀ 20ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କୋରୋନା ଯୋଗୁଁ ଚଳିତ ବର୍ଷ ବିମାନ ଶିଳ୍ପକୁ 20,960 କୋଟି କ୍ଷତି ହୋଇପାରେ । ହେଲେ ଏବେ ସଙ୍ଗୀନ ସ୍ଥିତିକୁ ନଜରରେ ରଖି କ୍ଷତି ପରିମାଣ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.