ETV Bharat / business

ଲକଡାଉନ ପ୍ରଭାବ, ଏପ୍ରିଲରେ ଖସିଲା ଖୁଚୁରା ମୁଦ୍ରାସ୍ପୀତି - ଖୁରୁରା ମୁଦ୍ରାସ୍ପୀତି ସିପିଆଇ

ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ ମୁଦ୍ରାସ୍ଫୀତି 2021 ଏପ୍ରିଲରେ 4.29 ପ୍ରତିଶତକୁ ଖସିଛି । ଏହା 3 ମାସର ସର୍ବନିମ୍ନ ସ୍ତର । ଅଧିକ ପଢନ୍ତୁ..

ଲକଡାଉନ ପ୍ରଭାବ, ଏପ୍ରିଲ ଖସିଲା ଖୁଚୁରା ମୁଦ୍ରାସ୍ପୀତି

author img

By

Published : May 12, 2021, 8:01 PM IST

ନୂଆଦିଲ୍ଲୀ: ଖାଦ୍ୟସାମଗ୍ରୀ ଦାମ ହ୍ରାସ ଯୋଗୁଁ ଏପ୍ରିଲ ମାସରେ ହ୍ରାସ ହୋଇଛି ଖୁଚୁରା ମୁଦ୍ରାସ୍ପୀତି । ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ ମୁଦ୍ରାସ୍ଫୀତି 2021 ଏପ୍ରିଲରେ 4.29 ପ୍ରତିଶତକୁ ଖସିଛି । ଯାହାକି 3 ମାସର ସର୍ବନିମ୍ନ ସ୍ତର । ସେପଟେ ମାର୍ଚ୍ଚ ମାସରେ ସିପିଆଇ 5.52 ପ୍ରତିଶତ ରହିଥିଲା । ବୁଧବାର ଏ ନେଇ ସରକାର ସୂଚନା ଦେଇଛନ୍ତି ।

କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଖାଦ୍ୟ ମୁଦ୍ରାସ୍ଫୀତି ଏପ୍ରିଲରେ 2.02 ପ୍ରତିଶତ ରହିଛି । ଯାହା ପୂର୍ବ ମାସରେ 4.87 ପ୍ରତିଶତ ଥିଲା ।

ସରକାର କେନ୍ଦ୍ରୀୟ ବ୍ୟାଙ୍କକୁ ମୁଦ୍ରାସ୍ପୀତିକୁ 2 ପ୍ରତିଶତ ହ୍ରାସ-ବୃଦ୍ଧି କରିବା ସହ 4 ପ୍ରତିଶତ ସ୍ତରରେ ରଖିବା ନେଇ ଦାୟିତ୍ବ ଦେଇଛନ୍ତି । ଆରବିଆଇର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷାରେ ମୁଖ୍ୟତଃ ଖୁଚୁରା ମୁଦ୍ରାସ୍ପୀତି ଉପରେ ଫୋକସ ରଖିଥାଏ ।

ଇକ୍ରାର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତି ନାୟର କହିଛନ୍ତି ଯେ, ଏପ୍ରିଲ 2020ରେ ଦେଶବ୍ୟାପୀ ଲକଡାଉନ ସମୟରେ ଦେଖାଯାଇଥିବା ଯୋଗାଣ ବ୍ୟାଘାତ ସହ ଜଡିତ ଉଚ୍ଚ ଆଧାରକୁ ଦୃଷ୍ଟିରେ ରଖି ଏପ୍ରିଲ 2021 ରେ ସିପିଆଇ ମୁଦ୍ରାସ୍ଫୀତି ତିନିମାସ ତଳକୁ ଖସି ଆସିଥିଲା ।

ଏପ୍ରିଲ୍ 2021ରେ ଲାଗୁ ସ୍ଥାନୀୟ ପ୍ରତିବନ୍ଧକ ଦାମ ଉପରେ ସୀମିତ ପ୍ରଭାବ ପକାଇଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.