ETV Bharat / business

18ଟି ବୃହତ୍ତ ଶିଳ୍ପର ଶୁଭାରମ୍ଭ , ସାଢେ 3 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରୁ ଭିଡିଓ କନଫ୍ରେନ୍ସି ଜରିଆରେ 18ଟି ବୃହତ ଶିଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଯାହାର ବ୍ୟୟ ଅଟକଳ 2196 କୋଟି 30 ଲକ୍ଷ ଟଙ୍କା ରହିଛି । ଏହା ଜରିଆରେ ମୋଟ 3,465 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

author img

By

Published : Feb 21, 2019, 12:44 PM IST

ଫଟୋ ସୌଜନ୍ୟ-ବ୍ୟୁରୋ ଚିଫ୍

ଭୁବନେଶ୍ବର: ଉଦ୍ୟୋଗୀକରଣ ହେବ ରାଜ୍ୟ । ନୂଆ ରୂପରେ ପରିଚିତ ପାଇବ ଇଣ୍ଡଷ୍ଟ୍ରିଆଲ ହବ୍ । ରାଜ୍ୟର କୋଣ ଅନୁକୋଣରେ ଗଢିଉଠିବ ଶିଳ୍ପାୟନ । ରୋଜଗାରକ୍ଷମ ହେବେ ରାଜ୍ୟର ହଜାର ହଜାର ଶିକ୍ଷିତ ବେକାରୀ । ଏହି ଉଦ୍ଦେଶ୍ୟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରୁ ଭିଡିଓ କନଫ୍ରେନ୍ସି ଜରିଆରେ 18ଟି ବୃହତ ଶିଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଯାହାର ବ୍ୟୟ ଅଟକଳ 2196 କୋଟି 30 ଲକ୍ଷ ଟଙ୍କା ରହିଛି । ଏହା ଜରିଆରେ ମୋଟ 3,465 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବ ଭାରତରେ ଓଡିଶାକୁ ଉତ୍ପାଦନର ହବ ଭାବେ ପରିଚିତ କରିବାକୁ ରାଜ୍ୟ ସରକାର ଭିଜନ ରଖିଛନ୍ତି । ଭିଜନ 2025 ରେ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧି ସାଙ୍ଗକୁ ଓଡିଶାକୁ ଅଧିକରୁ ଅଧିକ ଉତ୍ପାଦନ ଭିତ୍ତିକ ଶିଳ୍ପ ପାଇଁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ବାରା ରାଜ୍ୟର ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ରୋଜଗାରର ବାଟ ଫିଟିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ 14 ମାସ ମଧ୍ୟରେ ଅନଲାଇନ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଗୋ-ସ୍ବିଫ୍ଟ ଜରିଆରେ 600ଟି ଆବେଦନ ଆସିଛି । ଅର୍ଥାତ ପ୍ରତି ୱାର୍କିଂ ଡେରେ ଦୁଇଟି ଆବେଦନ ହସ୍ତଗତ ହେଉଛି । ଯାହାକି ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ସଫଳତା ଆଣିଛି । ଏଥିପାଇଁ ସେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

undefined

ସେହିପରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ ଯେ, ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ପରବର୍ତ୍ତୀ ସହଯୋଗ ଯୋଗାଇ ଦେବାକୁ 'ଇଣ୍ଡଷ୍ଟ୍ରି କେୟାର' ନାମକ ଏକ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ବୃହତ ଶିଳ୍ପ ସହ ମଧ୍ୟମ-କ୍ଷୁଦ୍ର ଓ ଅଣୁ ଶିଳ୍ପକୁ ମଧ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଇ-ସୁବିଧା ଜରିଆରେ ଶିଳ୍ପାନୁଷ୍ଠାନରୁ ସେମାନଙ୍କ ଆବଶ୍ୟକତା ଓ ସମସ୍ୟା ସଂପର୍କରେ ସୂଚନା ପାଇଁ ତାର ସମାଧାନ କରାଯାଉଛି । ତେଣୁ ସଂପୃକ୍ତ ବିଭାଗୀୟ ଅଧିକାରୀ ତ୍ବନାନ୍ବିତ ଭାବେ ବୃହତ ଏବଂ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପର ଅଭିଯୋଗର ଶୁଶାଣୀ କରି ଫଇସଲା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି 14ଟି ପ୍ରକଳ୍ପ ପାଇଁ ଭୂମିପୂଜା ହୋଇଥିବା ବେଳେ 4ଟି ନୂଆ ଶିଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି 18ଟି ଶିଳ୍ପ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନୂଆ ଉଦ୍ୟୋଗ ନିର୍ମାଣ ପାଇଁ ଯୋଜନା ରହିଛି । ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସାମୁଦ୍ରିକ ମାଛ ସଂପର୍କିତ ଶିଳ୍ପ ବିଶେଷ ଆଗ୍ରହ ପ୍ରଦର୍ଶନ କରିଛନ୍ତି । ଏବେ ସୁଦ୍ଧା 6ଟି ଏହି ଧରଣର ଶିଳ୍ପର ଭୂମିପୂଜନ ଏବଂ ଉଦଘାଟନ କାର୍ଯ୍ୟ ଶେଷ ହୋଇଛି । ଏହିସବୁ ଶିଳ୍ପରେ ମୋଟ 672 କୋଟି 39 ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ହୋଇଛି । ଏଥିସହିତ 2ଟି ଆଲୁମିନିୟମ ଡାଉନଷ୍ଟ୍ରିମ ଶିଳ୍ପର ମଧ୍ୟ ଭୂମିପୂଜନ କରାଯାଇଛି । ରାଜ୍ୟ ସରକାରଙ୍କ ଭିଜନ 2025ରେ ନୂଆ 2.5 ଲକ୍ଷ କୋଟିର ନିବେଶ ସହ 30 ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

undefined

ସେହିପରି 401 କୋଟି ଟଙ୍କାର ନିର୍ମିତ ଇମାମି ସିମେଣ୍ଟ, 150 କୋଟି ଟଙ୍କାରେ ନିର୍ମିତ ଜୟ ଭାରତ ସ୍ପେସିଜ୍, 487 କୋଟି ଟଙ୍କାର ବ୍ରାହ୍ମଣୀ ରିଭର ପେଲେଟ ଲିମିଟେଡ ଏବଂ 32 କୋଟି ଟଙ୍କାରେ ପ୍ରସ୍ତୁତ ନିର୍ମିତ ଉତ୍କଳ ବ୍ରିକ୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି 500 କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ହିନ୍ଦୁସ୍ତାନ କୋକୋ କୋଲାର ସଂପ୍ରସାରଣ, 625 କୋଟି ଟଙ୍କା ପୁଂଜି ନିବେଶରେ ନର୍ଭେରମ ପାୱାର ଲିମିଟେଡର ପ୍ରସ୍ତାବିତ 4 ନିୟୁତ ଟନ କ୍ଷମତା ସଂପନ୍ନ ଲୁହାପଥର ପେଲେଟ ପ୍ଲାଣ୍ଟ, 150 କୋଟି ଟଙ୍କା ଖର୍ଚ୍ଚରେ ହିଣ୍ଡାଲକୋ ସୋଲାରର ପ୍ରସ୍ତାବିତ ସୌର ବିଦ୍ୟୁତ ପ୍ରକଳ୍ପ ଭଳି 14ଟି ପ୍ରକଳ୍ପର ଭୂମିପୂଜନ ହୋଇଛି ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ୍ ଅଜିତ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.