ETV Bharat / business

CII ସଭାପତି ହେଲେ ଟି ଭି ନରେନ୍ଦ୍ରମ

author img

By

Published : May 31, 2021, 10:05 PM IST

ଟି ଭି ନରେନ୍ଦ୍ରମ ହେଲେ ଭାରତୀୟ ଶିଳ୍ପ ମହାସଂଘ (CII) ଅଧ୍ୟକ୍ଷ । 2020-22 ଆର୍ଥିକ ବର୍ଷ ପାଇଁ ସିଆଇଆଇ ନରେନ୍ଦ୍ରମଙ୍କୁ ସଭାପତି ଭାବେ ନିଯୁକ୍ତି ଦେଇଛି । ଅଧିକ ପଢନ୍ତୁ..

CII  ସଭାପତି ହେଲେ ଟି ଭି ନରେନ୍ଦ୍ରମ
CII ସଭାପତି ହେଲେ ଟି ଭି ନରେନ୍ଦ୍ରମ

ନୂଆଦିଲ୍ଲୀ: ଟାଟା ଷ୍ଟିଲର ସିଇଓ ତଥା ଏମଡି ଟି ଭି ନରେନ୍ଦ୍ରମ ହେଲେ ଭାରତୀୟ ଶିଳ୍ପ ମହାସଂଘ (CII) ଅଧ୍ୟକ୍ଷ । 2020-22 ଆର୍ଥିକ ବର୍ଷ ପାଇଁ ସିଆଇଆଇ ନରେନ୍ଦ୍ରମଙ୍କୁ ସଭାପତି ଭାବେ ନିଯୁକ୍ତି ଦେଇଛି ।

ସେ କୋଟାକ ମହିନ୍ଦ୍ରି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଉଦୟ କୋଟାକ ଙ୍କ ଠାରୁ ଦାୟିତ୍ବ ଭାର ନେଇଛନ୍ତି ।

ନରେନ୍ଦ୍ରମ ଅନେକ ବର୍ଷ ଧରି ରାଜ୍ୟ , ଆଞ୍ଚଳିକ, ଜାତୀୟ ସ୍ତରରେ ସିଆଇଆଇ ସହ ଯୋଡି ହୋଇ ରହିଛନ୍ତି । ସେ 2016-17 ମଧ୍ୟରେ ସିଆଇଆଇ ପୂର୍ବ ରିଜନର ସଭାପତି ଥିଲେ । ସିଆଇଆଇ ଝାଡଖଣ୍ଡ ସଭାପତିର ଭାର ସମ୍ଭାଳିଥିଲେ । ସେ 2020-21 ପାଇଁ ସିଆଇଆଇର ନୋମିନେଟେଡ ସଭାପତି ଥିଲେ । ସେ ଆଇଆଇଏମ କୋଲକତାର ଓ ଏନଆଇଟି ତ୍ରିଚିର ପୂର୍ବତନ ଛାତ୍ର ।

ବଜାଜ ଫିନସର୍ଭ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ବଜାଜ ଅବେ 2021-22 ପାଇଁ ସିଆଇଆଇ ସଭାପତି ପାଇଁ ନୋମିନେଟ ଥିଲେ । ସେ ଅନେକ ବର୍ଷରୁ ରିଜନ ଓ ନ୍ୟାସନାଲ ସ୍ତରରେ ସିଆଇଆଇ ସହ ଜଡିତ ।

ବଜାଜ 2019-20 ମଧ୍ୟରେ ସିଆଇଆଇ ପଶ୍ଚିମ ରିଜନ ବା ଆଞ୍ଚଳର ସଭାପତି ଥିଲେ । ଏଥିସହ ବୀମା ଏବଂ ପେନସନ ଉପରେ ସିଆଇଆଇ ଜାତୀୟ କମିଟି ଏବଂ ଫିନଟେକ ଉପରେ CII ଟାସ୍କଫୋର୍ସର ନେତୃତ୍ବ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.