ETV Bharat / business

ଜୋରଦାର ହେଲାଣି ଟ୍ରେଡ ଫାଇଟ, WTOରେ ଅଭିଯୋଗ କରିବ ଚୀନ - ଆମେରିକା -ଚୀନ ବ୍ୟାପର ଯୁଦ୍ଧ

ପୁଣି ଟ୍ରମ୍ପ ସରକାର ଚୀନର 125ଅରବ ଡଲାର ସାମଗ୍ରୀ ଆମଦାନୀ ଉପରେ 15 ପ୍ରତିଶତ ଶୁଳ୍କ ଲଗାଇଛି । ସେପଟେ ଚୀନ ମଧ୍ୟ ଚୁପ ନ ବସି ଆମେରିକାକୁ ପଠାଯାଉଥିବା ଅଶୋଧିତ ତୈଳ ଉପରେ 5 ପ୍ରତିଶତ ଶୁଳ୍କ ଲଗାଇଛି । ତେବେ ଏଥିରେ ଅସନ୍ତୁଷ୍ଟ ହୋଇ ଚୀନ WTOରେ ଅଭିଯୋଗ କରିବ ବୋଲି କହିଛି ।

ଡିଜାଇନ ଫଟୋ
author img

By

Published : Sep 3, 2019, 2:06 PM IST

ନୂଆଦିଲ୍ଲୀ: ଜଟିଳ ହେବାକୁ ଲାଗିଛି ଆମେରିକା -ଚୀନ ବ୍ୟାପାର ଯୁଦ୍ଧ । 2 ମହାଶକ୍ତି ମଧ୍ୟରେ ବୁଝାମଣା ବଦଳରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି । ରବିବାର ପୁଣି ଟ୍ରମ୍ପ ସରକାର ଚୀନର 125ଅରବ ଡଲାର ସାମଗ୍ରୀ ଆମଦାନୀ ଉପରେ 15 ପ୍ରତିଶତ ଶୁଳ୍କ ଲଗାଇଛି । ଏପଟେ ଚୀନ ବି ଟ୍ରମ୍ପଙ୍କୁ କଡା ଜବାବ ଦେଇ ଆମେରିକା ଅଶୋଧିତ ତୈଳ ଉପରେ 5 ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇଛି । ପ୍ରଥମ ଥର ଏଭଳି ହୋଇଛି କି ଅଶୋଧିତ ତେଲ ଉପରେ ମଧ୍ୟ ଅତିରକ୍ତ ଶୁଳ୍କ ଲାଗୁ ହୋଇଛି ।

ଏଣିକି ଟ୍ରମ୍ପଙ୍କ ନିଷ୍ପତ୍ତିରେ ପ୍ରଭାବିତ ହେବ ଆମେରିକା ଅର୍ଥନୀତି । ଅତିରିକ୍ତ ଶୁଳ୍କ ଲାଗୁ ପରେ ଆମେରିକା ଚୀନରୁ ଆମଦାନୀ କରୁଥିବା କପଡା 87 ପ୍ରତିଶତ ଜୋତା 52 ପ୍ରତିଶତ ଶୁଳ୍କ ଲାଗିବ । ଏଥିସହ ଆମେରିକାରେ ଚୀନରୁ ଆମଦାନୀ ହେଉଥିବା ପାଖାପାଖୀ ଦୁଇତୃତୀୟାଂଶ ଉପଭୋକ୍ତା ସାମାନ ଏବେ ମହଙ୍ଗା ହୋଇଯିବ । ଏହା ଫଳରେ ଆମେରିକା ବଜାର ଅଧିକ ପ୍ରଭାବିତ ହେବ ।

ଏପଟେ ଆମେରିକାର ମନମାନୀ ଶୁଳ୍କ ଲାଗୁରେ ଅସନ୍ତୁଷ୍ଟ ହୋଇ ଚୀନ ବିଶ୍ବ ବାଣିଜ୍ୟିକ ସଙ୍ଗଠନ (WTO)ରେ ଅଭିଯୋଗ କରିବ । ଏ ନେଇ ଚୀନ ବାଣିଜ୍ୟିକ ମନ୍ତ୍ରଣାଳୟ ନିଜ ୱେବସାଇଟରେ ପ୍ରକାଶ କରିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.