ETV Bharat / business

ବଫର ଷ୍ଟକରୁ ପିଆଜ ଉଠାଇବାକୁ ରାଜ୍ୟ ଓ ୟୁଟିକୁ କେନ୍ଦ୍ରର ଅଫର - onion price rise

କୋରୋନା ସଙ୍କଟ ମଧ୍ୟରେ ବର୍ଷା ମାଡ ଯୋଗୁଁ ମହଙ୍ଗା ପିଆଜ ଖାଉଟିକୁ ହନ୍ତସନ୍ତ କରୁଛି । ଏପେଟେ ବେଲଗାମ ପିଆଜ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ବଫର ଷ୍ଟକର ବ୍ୟବହାର ପାଇଁ ପ୍ରସ୍ତାବ ରଖିଛନ୍ତି । ଅଧିକ ପଢନ୍ତୁ..

ବଫର ଷ୍ଟକରୁ ପିଆଜ  ଉଠାଇବାକୁ ରାଜ୍ୟ ଓ ୟୁଟିର କେନ୍ଦ୍ରର ଅଫର

author img

By

Published : Oct 23, 2020, 7:47 PM IST

ନୂଆଦିଲ୍ଲୀ: ଚାହିଦା ଅଧିକ ଥିବା ବେଳେ ଯୋଗାଣ ନଥିବାରୁ ବଢିଚାଲିଛି ପିଆଜ ଦାମ । ଖୁଚୁରା ବଜାରରେ କିଲୋ ପିଛା ପିଆଜ 100 ଟଙ୍କା ଛୁଇଁଲାଣି । କୋରୋନା ସଙ୍କଟ ମଧ୍ୟରେ ବର୍ଷା ମାଡ ଯୋଗୁଁ ମହଙ୍ଗା ପିଆଜ ଖାଉଟିକୁ ହନ୍ତସନ୍ତ କରୁଛି । ଏପଟେ ବେଲଗାମ ପିଆଜ ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ତୀବ୍ର ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଏହା ଅଧିନରେ କେନ୍ଦ୍ର ସରକାର ଏବେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ରୀୟ ସୁରକ୍ଷା ଭଣ୍ଡାର ବା ବଫର ଷ୍ଟକରୁ ପିଆଜ ନେବାକୁ କହିଛି । ଉପଭୋକ୍ତା ବ୍ୟାପର ମନ୍ତ୍ରାଳୟ ତଥ୍ୟ ଅନୁସାରେ ଅକ୍ଟୋବର 22ରେ ମୁମ୍ବାଇର ଖୁଚୁରା ବଜାରରେ ପିଆଜ ଦାମ କିଲୋ ପ୍ରତି 86 ଟଙ୍କା , ଚେନ୍ନାଇରେ 83 ଟଙ୍କା , କୋଲକତାରେ 70 ଟଙ୍କା ଓ ଦିଲ୍ଲୀରେ 55 ଟଙ୍କା ଥିଲା ।

ବିଭାଗୀୟ ସଚିବ ଲୀନା ନନ୍ଦନ କହିଛନ୍ତି କି, ‘‘ ଆମେ ଦାମ ବୃଦ୍ଧିରେ ପ୍ରତିବନ୍ଧକ ଲଗାଇବା ପ୍ରୟାସକୁ ତୀବ୍ର କରିଛୁ । ଏଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଖୁଚୁରା ହସ୍ତକ୍ଷେପ ପାଇଁ ବଫର ଷ୍ଟକରୁ ପିଆଜ ନେବା ପାଇଁ ଅନୁରୋଧ କରାଯାଇଛି । ଆସାମ, ଆନ୍ଧ୍ର ପ୍ରଦେଶ, ବିହାର, ଚଣ୍ଡୀଗଡ, ହରିୟାଣା, ତେଲେଙ୍ଗାନା ଓ ତାମିଲନାଡୁ ଏହି ପ୍ରସ୍ତାବରେ ରୁଚି ଦେଖାଇଛି । ଏହି ସବୁ ରାଜ୍ୟ ବଫର ଷ୍ଟକରୁ ମୋଟ 8,000 ଟନ ପିଆଜ ନେବେ ।

ତେବେ ସେ କହିଛନ୍ତି କି , ଅନ୍ୟ ରାଜ୍ୟରୁ ପ୍ରତିକ୍ରିୟା ଅପେକ୍ଷାରେ ମନ୍ତ୍ରାଳୟ ରହିଛି । କେନ୍ଦ୍ର ନାସିକ, ମହାରାଷ୍ଟ୍ରରେ ରହିଥିବା ବଫର ଷ୍ଟକରୁ କିଲୋ ପ୍ରତି 26-28 ଟଙ୍କାରେ କିଣି ସେହି ସବୁ ରାଜ୍ୟରୁ ପିଆଜ ଦେବାକୁ ଅଫର ଦେଇଛି , ଯେଉଁମାନେ ନିଜ ନିଜର ଷ୍ଟକ ଉଠାଇବାକୁ ଚାହାନ୍ତି ।

ସେ କହିଛନ୍ତି କି ଯେଉଁ ରାଜ୍ୟକୁ ପିଆଜ ପହଁଞ୍ଚାଇବା (ଡେଲିଭରି ) କରିବା ଆବଶ୍ୟକ ରହିଛି । ସେମାନଙ୍କ ପାଇଁ ଦାମ କିଲୋ ପ୍ରତି 30 ଟଙ୍କା ରହିବ । ଏହା ବ୍ୟତିତ ସଚିବ କହିଛନ୍ତି କି କୋପରେଟିଭ ସଂସ୍ଥା ନାଫେଡ , ଯାହା ସରକାରଙ୍କ ପକ୍ଷରୁ ପିଆଜର ବଫର ଷ୍ଟକ ପାଇଁ କ୍ରୟ ଓ ତାହାର ରକ୍ଷଣାବେକ୍ଷଣା କରୁଛି , ଆଉ ସମଗ୍ର ଦେଶରେ ହୋଲସେଲ ମଣ୍ଡିରେ ପିଆଜ ଷ୍ଟକକୁ ଆଣୁଛି ।

ତେବେ ଦିଲ୍ଲୀରେ ଦାମକୁ ନିୟନ୍ତ୍ରଣ କରିବା ପାଇଁ ନାଫେଡ ରାଜଧାନୀରେ କେନ୍ଦ୍ରୀୟ ଭଣ୍ଡାର ଓ ଡାଏରୀର ସଫଲ ବିକ୍ରି କେନ୍ଦ୍ର ମାଧ୍ୟମରେ ଖୁଚୁରା ବିକ୍ରି ପାଇଁ ବଫର ଷ୍ଟକରୁ ପିଆଜ ମଧ୍ୟ ଦେଉଛି । ସରକାର ଏବେ ସୁଦ୍ଧା 2019-20 ବର୍ଷର ରବି ଫସଲକୁ କ୍ରୟକୁ 1,00,000 ଟନର ବଫର ଷ୍ଟକରୁ 30,000 ଟନ ପିଆଜ ବଜାରକୁ ଆଣିସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.