ETV Bharat / business

ଚାଷୀଙ୍କ ପାଇଁ ଖୁସିଖବର, ବଢିଲା ଫର୍ଟିଲାଇଜର ସବସିଡି

ଚାଷୀଙ୍କ ପାଇଁ ସରକାରଙ୍କ ବଡ ଘୋଷଣା । 14,775 କୋଟି ଟଙ୍କାର ଫର୍ଟିଲାଇଜର ସବସିଡି ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ..

author img

By

Published : May 19, 2021, 9:00 PM IST

ଚାଷୀଙ୍କ ପାଇଁ ଖୁସିଖବର, ବଢିଲା ଫର୍ଟିଲାଇଜର ସବସିଡି
ଚାଷୀଙ୍କ ପାଇଁ ଖୁସିଖବର, ବଢିଲା ଫର୍ଟିଲାଇଜର ସବସିଡି

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । ସରକାର ଡିଏପି ଫର୍ଟିଲାଇଜର ଉପରେ ସବସିଡି 140 ପ୍ରତିଶତ ବଢାଇଲେ । ଫଳରେ ଏଣିକି ଚାଷୀଙ୍କୁ ପ୍ରତି ବ୍ୟାଗ ପିଛା 500 ଟଙ୍କା ବଦଳରେ 1200 ଟଙ୍କାର ସବସିଡି ମିଳିବ ।

ସରକାରଙ୍କ ଏହି ଐତିହାସିକତ ନିଷ୍ପତ୍ତି ଦ୍ବାରା ଚାଷୀ ପ୍ରତି ବ୍ୟାଗ ପିଛା 2400 ଟଙ୍କା ନୁହେଁ 1200 ଟଙ୍କା ଦେବେ । ଅର୍ଥାତ ସେମାନଙ୍କୁ 1200 ଟଙ୍କା ରିହାତି ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଡିଏପି ଉପରେ ସବସିଡି ବଢାଇବା ନିଷ୍ପତ୍ତି ଯୋଗୁଁ ସରକାରଙ୍କ ଉପରେ ଅତିରିକ୍ତ ପ୍ରାୟ 14,775 କୋଟି ଟଙ୍କାର ବୋଝ ପଡିବ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ବ ଦେଇଛନ୍ତି କି ଅନ୍ତରାଷ୍ଟ୍ରୀୟ ଦାମ ବୃଦ୍ଧି ପରେ ବି କୃଷକଙ୍କୁ ପୁରୁଣା ଦାମରେ ସାର ମିଳିବା ଦରକାର ।

ଗତ ବର୍ଷ ଡିଏପିର ବାସ୍ତବ ଦାମ ପ୍ରତି ବ୍ୟାଗ 1700 ଟଙ୍କା ଥିଲା । ଏହା ଉପରେ କେନ୍ଦ୍ର ସରକାର 500 ଟଙ୍କା ସବସିଡି ଦେଉଥିଲେ । ଏଭଳି ଭାବେ ଚାଷୀଙ୍କୁ ପ୍ରତି ବ୍ୟାଗ ପ୍ରତି 1200 ଟଙ୍କା ଦେବାକୁ ପଡୁଥିଲା । ନିକଟରେ ଡିଏପିରେ ବ୍ୟବହୃତ ଫସଫୋରିକ୍ ​​ଏସିଡ, ଆମୋନିଆ ଆଦିର ମୂଲ୍ୟରେ 60 ରୁ 70 ପ୍ରତିଶତ ବଢି ଯାଇଛି । ଏହି କାରଣରୁ, ଗୋଟିଏ ବ୍ୟାଗ DAP ର ମୂଲ୍ୟ 2,400 ଟଙ୍କାକୁ ବୃଦ୍ଧି କରାଯାଇଛି । ସବସିଡି ସାର କମ୍ପାନୀମାନଙ୍କୁ ବ୍ୟାଗ ପିଛା 1900 ଟଙ୍କାରେ ବିକ୍ରି ହୁଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.