ETV Bharat / business

କୋଭିଡ ରିଲିଫ ସାମଗ୍ରୀରୁ ହଟିଲା IGST - Ministry of Finance

2021 ଜୁଲାଇ 31 ପର୍ଯ୍ୟନ୍ତ କୋଭିଡ-19 ରିଲିଫ ସରଞ୍ଜାମରୁ ଆଇଜିଏସଟି ଛାଡ ହେଲା । ବିଦେଶରୁ ଆମଦାନୀ ହୋଇ ଦାନରେ ମିଳୁଥିବା ସାମଗ୍ରୀ ଉପରେ ଏହା ଲାଗୁ ହେବ । ଏନେଇ ଘୋଷଣା କରିଛି ଅର୍ଥ ମନ୍ତ୍ରାଳୟ । ଅଧିକ ପଢନ୍ତୁ..

କୋଭିଡ ରିଲିଫ ସାମଗ୍ରୀରୁ ହଟିଲା ଆମଦାନୀ ଶୁଳ୍କ

author img

By

Published : May 3, 2021, 7:24 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ଲଢେଇ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । କୋଭିଡକୁ ମାତ ଦେବା ପାଇଁ ଏଥିସହ ସହ ଜଡିତ କିଛି ରିଲିଫ ସାମଗ୍ରୀ ହେବ ଟିକସ ଫ୍ରି । କେନ୍ଦ୍ରୀୟ ଦ୍ରବ୍ୟ ଓ ସେବା କରର ବାଦ ପଡିବ ଏସବୁ ଜରୁରୀ ସାମଗ୍ରୀ । 2021 ଜୁଲାଇ 31 ପର୍ଯ୍ୟନ୍ତ ଏହି ରିହାତି ପ୍ରଦାନ କରାଯିବ । ଏହି ସାମୟିକ ଛାଡ ନେଇ ସୋମବାର ଘୋଷଣା କରିଛି ଅର୍ଥମନ୍ତ୍ରାଳୟ ।

ଅର୍ଥମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ , କୋଭିଡ ମୁକାବିଲା କ୍ଷେତ୍ରରେ ସହଯୋଗର ହାତ ବଢାଉଥିବା ସଂସ୍ଥା, କର୍ପୋରେଟ ଏବଂ ଅନ୍ୟ ସଂଗଠନ / ଭାରତ ବାହାର ସଂସ୍ଥା ଆଦି ଏହି ରିହତି ପାଇବେ । ଏହି ସଂସ୍ଥା ସବୁ ମାଗଣା ବଣ୍ଟନ ପାଇଁ କୋଭିଡ-19 ରିଲିଫ ସାମଗ୍ରୀ ( ପୂର୍ବରୁ ସୀମା ଶୁଳ୍କ ହଟିଯାଇଛି ) ଆମଦାନୀ କରୁଥିବା ବେଳେ ଶୁଳ୍କ ଦେବେ ନାହିଁ ।

କେନ୍ଦ୍ର ସରକାରଙ୍କ ଅନୁସାରେ 2021 ମେ 3 ରେ ଆଡ ହୋକ ରିହାତି ଅର୍ଡର ନମ୍ବର 4/2021କୁ ମଞ୍ଜୁରୀ ମିଳିଛି । ଏହା ଅଧିନରେ କୋଭିଡ ଲଢେଇରେ ବ୍ୟବହୃତ ସାମଗ୍ରୀ ସବୁକୁ ମାଗଣା ବଣ୍ଟନ ପାଇଁ ଏହାର ଆମଦାନୀ ଉପରୁ ଆଇଜିଏସଟି ହଟାଯାଇଛି ।

ପ୍ରକାଶ ଯେ, ସରକାର ପୂର୍ବରୁ ହିଁ ରେମଡିସିଭିର ଇଞ୍ଜେକ୍ସନ ଓ ଏଥିରେ ଉପଯୋଗ ହେଉଥିବା ମୁଖ୍ୟ କେମିକାଲ , ମେଡିକାଲ ଅକ୍ସିଜେନ, ଅକ୍ସିନ କନ୍ସଣ୍ଟ୍ରେଟର, କ୍ରାୟୋଜିକ ଟ୍ରାନ୍ସପୋର୍ଟ ଟ୍ୟାଙ୍କ ତଥା କୋଭିଡ ଟିକା ଭଳି ସାମଗ୍ରୀ ଆମଦାନୀ ଉପରୁ ସୀମା ଶୁଳ୍କ ଛାଡ ନେଇ ଘୋଷଣା କରିଥିଲେ ।

ରିଲିଫ୍ ସାମଗ୍ରୀର ମାଗଣା ବଣ୍ଟନ ପାଇଁ IGST ଛାଡ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ନୋଡାଲ୍ କର୍ତ୍ତୃପକ୍ଷ, ପ୍ରାଧିକୃତ ସଂସ୍ଥା, ରିଲିଫ୍ ଏଜେନ୍ସି ଅନୁମୋଦନ ଉପରେ ନିର୍ଭର କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.