ମୁମ୍ବାଇ: ଆଗକୁ ଆପଣ ବିନା ସ୍ପର୍ଶରେ ଏଟିଏମରୁ ଉଠାଇପାରିବେ ଟଙ୍କା । ନିଜର ସ୍ମାର୍ଟଫୋନ ବ୍ୟବହାର କରି ଏଟିଏମରୁ କାଢିବେ ଟଙ୍କା । କୋଭିଡ-19 ମହାମାରୀକୁ ନଜରରେ ରଖି ଏହି ଟଚଲେସ ଏଟିଏମର ବିକଶିତ କରାଯାଇଛି ।
ନଗଦ ଏବଂ ଡିଜିଟାଲ ପେମେଣ୍ଟ ସମାଧାନ ଏବଂ ସ୍ୱୟଂଚାଳିତ ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀ AGS ଟ୍ରାନଜାକ୍ଟ ଟେକ୍ନୋଲୋଜି ସୋମବାର କହିଛି କି, ଏହି ଟଚଲେସ ଏଟିଏମର ସଲ୍ୟୁସନକୁ ସଫଳତାର ସହ ବିକଶିତ କରାଯାଇ ପରୀକ୍ଷଣ ହୋଇଛି ।
ବର୍ତ୍ତମାନ ସମୟରେ ଆଗ୍ରହୀ ବ୍ୟାଙ୍କକୁ ଏହା ‘contactless'ସଲ୍ୟୁସନର ଡେମୋ ଦେଉଛି। ଗ୍ରାହକ ମୋବାଇଲ ଆପର ବ୍ୟବହାର କରି ଏଟିଏମରୁ ଟଙ୍କା ଉଠାଇବାର ସମସ୍ତ ପ୍ରକ୍ରିୟାକୁ ପୂରା କରିବା ପାଇଁ ଏହି ନୂଆ ମଡେଲ୍ ସକ୍ଷମ ।
ଗ୍ରାହକଙ୍କୁ କେବଳ ଏଟିଏମ୍ ସ୍କ୍ରିନରେ ପ୍ରଦର୍ଶିତ QR କୋଡ୍ ସ୍କାନ୍ କରିବାକୁ ପଡିବ ଏବଂ ନିଜ ନିଜ ବ୍ୟାଙ୍କର ମୋବାଇଲ ଆପ୍ଲିକେସନର ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ହେବ ।
ଏଥିରେ ଏଟିଏମ ମେସିନରୁ ନଗଦ ଉଠାଇବା ପାଇଁ ଆବଶ୍ୟକ ରାଶି ଏବଂ MPIN ରେକର୍ଡ କରିବା ସାମିଲ ରହିଛି ।
କମ୍ପାନୀ ଅନୁଯାୟୀ, QR କୋଡ ଫିଚର ନଗଦ ଉଠାଣକୁ ଦ୍ରୁତ ଏବଂ ଅଧିକ ସୁରକ୍ଷିତ କରିଥାଏ । ଏଥିସହ ଏଟିଏମ ପିନକୁ ଟ୍ରେସ କରିବା କିମ୍ବା କାର୍ଡ ସ୍କିମିଙ୍ଗ ସମ୍ଭାବନାକୁ ଅସ୍ବୀକାର କରିଥାଏ ।
AGS ଟ୍ରାନଜାକ୍ଟ ଟେକ୍ନୋଲୋଜି ଲିମିଟେଡର ଅଧ୍ୟକ୍ଷ ରବି ବି. ଗୋଏଲ କହିଛନ୍ତି କି, "ନୂଆ ଟଚଲେସ ଏଟିଏମ ସଲ୍ୟୁସନ ଫ୍ଲାଗସିପ୍ QR ନଗଦ ସଲ୍ୟୁସନର ଏକ ବିସ୍ତାର । ଯାହା ବ୍ୟବହାରକାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରେ ଏବଂ ବର୍ଦ୍ଧିତ ସୁରକ୍ଷା ସହିତ ସହଜ ପ୍ରକ୍ରିୟାରେ ନଗଦ ଉଠାଣ ପାଇଁ ଅନୁମତି ଦେଇଥାଏ।"