ETV Bharat / business

ଟ୍ରାଭେଲ ବ୍ୟାନ: ଦେବାଳିଆ ହୋଇପାରେ ବହୁ ଏୟାରଲାଇନ୍ସ

author img

By

Published : Mar 17, 2020, 2:54 PM IST

ଟ୍ରାଭେଲ ବ୍ୟାନ ସହ ବିଦେଶ ଯାତ୍ରା ଉପରେ ଲଗାଯାଉଛି କଟକଣା । ଆଉ ଏଥିଯୋଗୁଁ କ୍ଷତିଗ୍ରସ୍ଥ ସମଗ୍ର ବିଶ୍ବର ଅଧିକାଂଶ ବିମାନ କମ୍ପାନୀ । ସ୍ଥିତି ନ ସୁଧୁରିଲେ ମେ ସୁଦ୍ଧା ଏୟାରଲାଇନ୍ସ କମ୍ପାନୀ ସବୁ ଦେବାଳିଆ ହୋଇପାରନ୍ତି ।

CAPA says most airlines will be bankrupt by May-end unless there is coordinated govt
ଟ୍ରାଭେଲ ବ୍ୟାନ: ଦେବାଳିଆ ହୋଇପାରେ ବହୁ ଏୟାରଲାଇନ୍ସ

ନୂଆଦିଲ୍ଲୀ: କୋରୋନା ଭାଇରସ ଦାଉରୁ ଦେଶକୁ ସୁରକ୍ଷିତ କରିବାରୁ ବିଭିନ୍ନ ଦେଶ ଆପଣାଉଛି ବହୁ ପଦକ୍ଷେପ । ଅନ୍ୟ ଦେଶକୁ ଟ୍ରାଭେଲ ବ୍ୟାନ ସହ ବିଦେଶ ଯାତ୍ରା ଉପରେ ଲଗାଯାଉଛି କଟକଣା । ଆଉ ଏଥିଯୋଗୁଁ କ୍ଷତିଗ୍ରସ୍ଥ ସମଗ୍ର ବିଶ୍ବର ଅଧିକାଂଶ ବିମାନ କମ୍ପାନୀ । ସ୍ଥିତି ନ ସୁଧୁରିଲେ ମେ ସୁଦ୍ଧା ଏୟାରଲାଇନ୍ସ କମ୍ପାନୀ ସବୁ ଦେବାଳିଆ ହୋଇପାରନ୍ତି ବୋଲି ଆଶଙ୍କା କରିଛି ବିଶ୍ବ ସଂଗଠନ ସିଏପିଏ ।

କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏବେ ସୁଦ୍ଧା ବହୁ ଦେଶ ସମସ୍ତ ଅନ୍ତର୍ଜାତୀକ ବିମାଣ ଉଡାଣ ଉପରେ ରୋକ ଲଗାଇଛନ୍ତି । ଆଉ ଯେଉଁମାନେ ଟିକେଟ କରିଛନ୍ତି ସେ ସବୁ ରଦ୍ଦ ହେଉଛି । ପୁଣି ବିନା କୌଣସି ଶୁଳ୍କ କାଟ ବିନା ଯାତ୍ରୀଙ୍କୁ ସେମାନଙ୍କ ଟିକେଟ ଟଙ୍କା ପୈଠ କରିବାକୁ ବିମାନ କମ୍ପାନୀ ବାଧ୍ୟ ହେଉଛନ୍ତି । ଏପଟେ ପର୍ଯ୍ୟଟନ ସ୍ଥଳ ଗୁଡିକ ସବୁ ବନ୍ଦ ରହିଛି ।

ମାର୍ଚ୍ଚ 6 ସୁଦ୍ଧା ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡିକ 585 ଅନ୍ତର୍ଜାତୀୟ ଉଡାଣ ବାତିଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ସରକାର ମାର୍ଚ୍ଚ 12ରେ ମାସକ ପାଇଁ ସମସ୍ତ ଭିସାକୁ ନିଲମ୍ବିତ କରିଛନ୍ତି । ସେପଟେ ଆମେରିକା ମଧ୍ୟ ବ୍ରିଟେନ ଓ ଆୟରଲ୍ୟାଣ୍ଡ ସମେତ ପୂରା ୟୁରୋପ ପାଇଁ ବର୍ତ୍ତମାନ ପର୍ଯ୍ୟଟକ ଭିସା ନିଲମ୍ବିତ କରାଯାଇଛି । ଫଳରେ ବିମାନ ସେବା ସମ୍ପୂର୍ଣ୍ଣ ଠପ ହେବାରେ ଲାଗିଛି । ଆଗକୁ କ୍ଷତି ବଢିବ ବୋଲି ଆଶଙ୍କା କରାଯାଇଛି ।

ସିଏପିଏ କହିଛି ଯେ, ଏହି ସମସ୍ୟା ଯୋଗୁଁ କେବଳ ସେତେବେଳେ ବଞ୍ଚାଯାଇପାରିବ , ଯେବେ ସରକାର ଉଦ୍ୟୋଗ ଜଗତ ସଂଗଠିତ ପଦକ୍ଷେପ ଉଠାଇବେ । କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଯାତ୍ରା ବାଧାପ୍ରାପ୍ତ ହେଉଛି । ଯେଉଁଥିପାଇଁ ବିଶ୍ବର ବହୁ ବିମାନ କମ୍ପାନୀ ଦେବାଳିଆ ଅବସ୍ଥାରେ । ଆୟ ନଥିବାରୁ ଆଣିଥିବା ଋଣ ପରିଶୋଧ କରିପାରୁନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.