ETV Bharat / business

ଏପ୍ରିଲ ସୁଦ୍ଧା ମିଶିବ 10 ବ୍ୟାଙ୍କ, ଜାଣନ୍ତୁ କଣ ହେବ ପରିବର୍ତ୍ତନ - Cabinet approves 10 public sector bank merger

ଦେଶରେ 10 ବଡ ସରକାରୀ ବ୍ୟାଙ୍କ ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଏହି ମିଶ୍ରଣ ପରେ ଦେଶରେ 4 ବୃହତ୍ତ ବ୍ୟାଙ୍କ ଗଢିଉଠିବ । ଜାଣନ୍ତୁ , କେଉଁ ସବୁ ବ୍ୟାଙ୍କର ହେବ ମିଶ୍ରଣ ଆଉ କଣ ହେବ ପରିବର୍ତ୍ତନ ?

Cabinet approves merger of 10 public sector banks into 4 entities
ଏପ୍ରିଲ ସୁଦ୍ଧା ମିଶିବ 10 ବ୍ୟାଙ୍କ, ଜାଣନ୍ତୁ କଣ ହେବ ପରିବର୍ତ୍ତନ
author img

By

Published : Mar 4, 2020, 7:18 PM IST

ନୂଆଦିଲ୍ଲୀ: ଦେଶରେ 10 ବଡ ସରକାରୀ ବ୍ୟାଙ୍କ ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଏହି ମିଶ୍ରଣ ପରେ ଦେଶରେ 4 ବୃହତ୍ତ ବ୍ୟାଙ୍କ ଗଢିଉଠିବ । ଆସନ୍ତା ଏପ୍ରିଲ ପହିଲାରୁ ନୂଆ ବ୍ୟାଙ୍କ କାର୍ଯ୍ୟକାରୀ ହେବ । ଏହି ନୂଆ ବ୍ୟାଙ୍କଗୁଡିକର 10 ହଜାରରୁ ଅଧିକ ବ୍ରାଞ୍ଚ ଖୋଲିବା ନେଇ ପ୍ରସ୍ତାବ ରହିଛି ।

2019 ଅଗଷ୍ଟ 30ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 10 ବ୍ୟାଙ୍କ ମିଶ୍ରଣ କରି 4 ବ୍ୟାଙ୍କରେ ପରିଣତ କରିବାକୁ ଘୋଷଣା କରିଥିଲେ । ଏ ନେଇ ଚଳିତ ସପ୍ତାହରେ ସରକାର ବିଜ୍ଞପ୍ତି ପ୍ରକାଶ କରିପାରନ୍ତି । ତେବେ ଏହି ମିଶ୍ରଣ ପରେ ଦେଶରେ ମୋଟ 12ଟି ରାଷ୍ଟ୍ରାୟତ ବ୍ୟାଙ୍କ ରହିବ । ଯାହାକି 2017ରେ 27 ରହିଥିଲା । ବ୍ୟାଙ୍କ ବ୍ୟବସ୍ଥାକୁ ସୁଦୃଢ ପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ତଥ୍ୟ ଅନୁଯାୟୀ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ଯୋଡି ହେବ । ଫଳରେ ଏହା ଦେଶର ଦ୍ବିତୀୟ ସର୍ବବୃହତ୍ତ ବ୍ୟାଙ୍କ ହେବ । ମିଶ୍ରଣ ପରେ ଏହାର ଆକାର 17.94 ଲକ୍ଷ କୋଟି ଟଙ୍କା ହେବ । ସେହିଭଳି ସିଣ୍ଡିକେଟ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହ ଓ ୟୁନିଅନ ବ୍ୟାଙ୍କକୁ ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ ସହ ବିଲୟ କରାଯିବ । ଏହି ମିଶ୍ରଣ ପରେ ଯଥାକ୍ରମେ 15.2 ଲକ୍ଷ କୋଟି ଓ 14.59 ଲକ୍ଷ କୋଟି ଟଙ୍କାର ଆକାର ସହ କ୍ରମଶଃ ଚତୁର୍ଥ ଓ ପଞ୍ଚମ ବୃହତ୍ତ ବ୍ୟାଙ୍କ ଭାବେ ପରିଣତ ହେବ । ଏପରି ଭାବେ ଆହ୍ଲାବାଦ ବ୍ୟାଙ୍କକୁ ଇଣ୍ଡିଆନ ବ୍ୟାଙ୍କ ସହ ମିଶ୍ରଣ ପରେ ଏହାର ଆକାର 8,7,859 ଲକ୍ଷ କୋଟି ହେବ ।

ବର୍ତ୍ତମାନ ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଆକାର 52.05 ଲକ୍ଷ କୋଟି ଟଙ୍କା ସହ ଦେଶର ପ୍ରଥମ ବୃହତ୍ତ ବ୍ୟାଙ୍କ । ସେହିଭଳି ବିଜୟା ଓ ଦେନା ବ୍ୟାଙ୍କ ମିଶ୍ରଣ ପରେ ବ୍ୟାଙ୍କ ଅଫ ବରୋଦା ଦେଶର ତୃତୀୟ ବଡ ବ୍ୟାଙ୍କ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.