ETV Bharat / business

ନଭେମ୍ବର ଯାଏଁ ମିଳିବ ମାଗଣା ରାସନ, କ୍ୟାବିନେଟ ଦେଲା ମଞ୍ଜୁରୀ - ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ

କୋରୋନା ସଙ୍କଟ ସମୟରେ ଯେମିତି କୌଣସି ଗରିବ ଭୋକରେ ନ ରହିବ ସେଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧିକୁ ନଭେମ୍ବର ଯାଏଁ ବଢାଇଦିଆଯାଇଛି । ଏହାକୁ ଆଜି କ୍ୟାବିନେଟ ମଞ୍ଜୁରୀ ଦେଇଛି । ଅଧିକ ପଢନ୍ତୁ..

ନଭେମ୍ବର ଯାଏଁ ମିଳିବ ମାଗଣା ରାସନ
ନଭେମ୍ବର ଯାଏଁ ମିଳିବ ମାଗଣା ରାସନ
author img

By

Published : Jul 8, 2020, 3:09 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି ବୃଦ୍ଧିକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ଏହା ଅଧିନରେ ଆସନ୍ତା 5 ମାସ ପର୍ଯ୍ୟନ୍ତ 80 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ମାଗଣା ରାସନ ପ୍ରଦାନ କରାଯିବ ।

ବୁଧବାର କ୍ୟାବିନେଟ ବୈଠକରେ ସମସ୍ତଙ୍କ ସହମତି କ୍ରମେ ନଭେମ୍ବର ଯାଏଁ ଏହି ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବୃଦ୍ଧି କରାଯିବ ।

କୋରୋନା ସଙ୍କଟର ସ୍ଥିତି ଓ ଲୋକଙ୍କ ପରିସ୍ଥିତିକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ 30ରେ ଦେଶବାସୀଙ୍କୁ ସମ୍ବୋଧନ କରି ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନଭେମ୍ବର ଶେଷ ଯାଏଁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ।

ଏହି ସ୍କିମରେ ଗରିବ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତି ମାସ 5 କେଜି ଚାଉଳ କିମ୍ବା ଅଟା ଓ 1 କେଜି ଡାଲି ଯୋଗାଇ ଦିଆଯିବ । ଲଗାତାର 8 ମାସ ଯାଏଁ ସେମାନଙ୍କୁ ମାଗଣା ରାସନ ଦିଆଯିବ । ଅର୍ଥମନ୍ତ୍ରୀ ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.