ନୂଆଦିଲ୍ଲୀ: ଆଶା-ଆଶଙ୍କାରେ ସୁନା ବ୍ୟବସାୟୀ। ଧନତେରସ ଓ ଦୀପାବଳିରେ ଅବସରରେ ବେପାର କମିବା ଡର । ଅଧିକ ଦାମ ଯୋଗୁଁ ଲୋକେ ଏତେଟା ଅଳଙ୍କାର କିଣି ନ ପାରନ୍ତି। ଫଳରେ ଗତ ବର୍ଷ ତୁଳନାରେ ଏଥର ଗହଣା ଚାହିଦା 20ରୁ 40 ପ୍ରତିଶତ ହ୍ରାସ ପାଇବ ବୋଲି ଅନୁମାନ କରୁଛନ୍ତି ସରଫା କାରବାରୀ।
ଦିଲ୍ଲୀ ବୁଲିୟନ ଆଣ୍ଡ ଜୁଏଲର୍ସ ୱେଲଫେୟର ଆସୋସିଏସନ ଅଧ୍ୟକ୍ଷ ବିମଳ ଗୋଏଲ କହିଛନ୍ତି ଯେ, ଗତ ବର୍ଷ ତୁଳନାରେ ଯଦିଓ ଏଥର ଦୀପାବଳିରେ ସୁନା ଚାହିଦା 20ରୁ 20 ପ୍ରତିଶତ ହ୍ରାସ ପାଏ ତେବେ ବି ଆମେ ନିରାଶ ହେବୁନାହିଁ । କାରଣ ଚଳିତଥର ଦାମ ବହୁତ ଅଧିକା ରହିଛି । ତେବେ ଯଦି ଅଧିକ ପରିମାଣରେ ଏହା କମେ ତାହାଲେ କାରବାର ଉପରେ ପ୍ରଭାବ ପକାଇବ। ’
ଗତ 3-4 ମାସରେ ସୁନା ଦାମ 30 ପ୍ରତିଶତ ବୃଦ୍ଧିପାଇଛି। ଏପରି ସମୟରେ ଗ୍ରାହକ ଅଧିକ ସୁନା କିଣିବା ଦରକାର ବୋଲି ଆସୋସିଏସନ ପରାମର୍ଶ ଦେଇଛନ୍ତି । କାରଣ ଆଗାମୀ ଦିନରେ ସୁନା ଦାମ ଆହୁରି ବୃଦ୍ଧି ପାଇବ।
ଏପରି ସମୟରେ ସୁନା ଉପରେ ନିବେଶ କଲେ 21 ପ୍ରତିଶତ ଫାଇଦା ମିଳିଥାଏ । ଯେତେବେଳେ କି ସେୟାର ମାର୍କେଟରେ ଟଙ୍କା ଖଟାଇଲେ ମାତ୍ର 10 ପ୍ରତିଶତ ମିଳେ । ତେବେ ଏବେ ସୁନା ଚାହିଦା ଥଣ୍ଡା ପଡିଛି । ଦଶହରାରେ ବିକ୍ରି ମଧ୍ୟ ଗତ ଥର ଅପେକ୍ଷା 20 ପ୍ରତିଶତ କମିଛି । ସେହିପରି ଉଚ୍ଚାଦାମ ଓ ଆମଦାନୀ ଶୁଳ୍କ ଯୋଗୁଁ 2.5 ପ୍ରତିଶତ ବୃଦ୍ଧିରେ ଚଳିତଥର ସୁନା ଆମଦାନୀ 12 ପ୍ରତିଶତ ଖସିଛି।