ନୂଆଦିଲ୍ଲୀ: ବଜଟେ ଆଣିବାକୁ ପ୍ରସ୍ତୁତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରାଣଳୟରୁ ବଜେଟ ସମ୍ପର୍କିତ ସମସ୍ତ ଦସ୍ତାବିଜ ନେଇ ସେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ସେ କେନ୍ଦ୍ର ବ୍ୟାବିନେଟରେ ଯୋଗ ଦେବା ପାଇଁ ସଂସଦରେ ପହଞ୍ଚିବେ । ଏହା ପରେ ସଂସଦରେ ଦିନ 11ଟାରେ ଚଳିତ ଆର୍ଥିକ ବର୍ଷର ଆୟବ୍ୟୟ ଅଟକଳର ହିସାବ ରଖିବେ ।
ତେବେ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସାତାରମଣ ଇତିହାସ ରଚିଛନ୍ତି । ବର୍ଷ ବର୍ଷର ପରମ୍ପରା ଭାଙ୍ଗି ପ୍ରଥମ ଥର 4 ଫର୍ଦ୍ଦର ନାଲି କପଡା ଭିତରେ ବଜେଟ ଦସ୍ତାବିଜ ରଖିଛନ୍ତି । ପଶ୍ଚିମ ସଭ୍ୟତାରୁ ଅଲଗା ରହି ପ୍ରଥମ ଥର ବଜେଟ ପାଇଁ ବ୍ରିଫକେଶ ନୁହେଁ ବହି ଖାତା ପ୍ରସ୍ତୁତ କରାଯାଇଛି ବୋଲି ମୁଖ୍ୟ ଆର୍ଥିକ ପରାର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ କହିଛନ୍ତି ।