ETV Bharat / business

ସ୍ବାଧୀନତାରୁ ଏଯାଏଁ ବଜେଟର ପୂରା କାହାଣୀ, ଜାଣନ୍ତୁ...

ବ୍ୟକ୍ତିବିଶେଷଙ୍କ ଠାରୁ ବ୍ୟବସାୟ, ସମସ୍ତେ ବଜେଟ ବିନା ଲକ୍ଷ୍ୟ ଶୂନ୍ୟ । ତେବେ ଏହି ବଜେଟ କଣ ? କେବେ ଠାରୁ ଆଉ କିଏ ଉପସ୍ଥାପନ କରୁଛନ୍ତି ଏହି ବଜେଟ ? ଜାଣନ୍ତୁ ବଜେଟ ପଛର ରୋଚକ ତଥ୍ୟ ।

author img

By

Published : Jul 4, 2019, 10:32 AM IST

Updated : Jul 4, 2019, 12:02 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସମସ୍ତଙ୍କ ଜୀବନରେ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ ବଜେଟ । ବ୍ୟକ୍ତିବିଶେଷ ଠୁ ବ୍ୟବସାୟ, ସମସ୍ତେ ବଜେଟ ବିନା ଲକ୍ଷ୍ୟ ଶୂନ୍ୟ । ତେବେ ଏହି ବଜେଟ କଣ ? କାହିଁକି ତିଆରି ହୁଏ ବଜେଟ ? କେବେ ଠାରୁ ଆଉ କିଏ ଉପସ୍ଥାପନ କରୁଛନ୍ତି ଏହି ବଜେଟ ? ଜାଣନ୍ତୁ..

ଫ୍ରାନ୍ସ ଶବ୍ଦ ‘ବୁଗେଟ’ରୁ ଆସିଛି ବଜେଟ। ଯାହାର ଅର୍ଥ ଚମଡାର ଥଳି ବା ପେଡି । ଏକ ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ପୂର୍ବ ଅନୁମାନିକ ଆୟବ୍ୟୟ ଅଟକଳକୁ ବଜେଟ କୁହାଯାଏ । ପ୍ରତିବର୍ଷ କ୍ଷମତାରେ ଥିବା ସରକାରଙ୍କ ଅଧିନରେ ଅର୍ଥମନ୍ତ୍ରୀ ଉକ୍ତ ଆର୍ଥିକ ବର୍ଷର ବଜେଟକୁ ସଂସଦରେ ଉପସ୍ଥାପନ କରିଥାନ୍ତି । ଏ ନେଇ ଲିଖିତ ଥିବା ଦସ୍ତାବିଜକୁ ସେ ଏକ ପେଡିରେ ଭର୍ତ୍ତି କରି ଆଣିଥାନ୍ତି । ତେବେ ଏହାକୁ ତିଆରି କରିବା ପଛରେ ମଧ୍ୟ ରହିଛି କିଛି ଖାସ କଥା । ଏହାକୁ ଯେଉଁ ଅଧିକାରୀମାନେ ତିଆରି କରନ୍ତି ସେମାନେ ନର୍ଥ ବ୍ଲକରେ ଥିବା ଅର୍ଥମନ୍ତ୍ରାଳୟରେ ସମ୍ପୂର୍ଣ୍ଣ ନଜରବନ୍ଦୀ ହୋଇ ରହିଥାନ୍ତି । ବାହ୍ୟ ପରିବେଶ ଠାରୁ ସମ୍ପୂର୍ଣ୍ଣ ଅଲଗା ରହି ସେମାନେ ବଜେଟ ବହି ଛାପିଥାନ୍ତି ।

ବଜେଟ କେବଳ ଗୋଟିଏ ବର୍ଷର ଆୟବ୍ୟୟ ଅଟକଳର ହିସାବ ନୁହେଁ । ବରଂ ଏହା ମାଧ୍ୟମରେ ଅର୍ଥମନ୍ତ୍ରୀ ପ୍ରସ୍ତାବିତ ସରକାରୀ ଯୋଜନାର ମୁଳଦୁଆ ପକାଇଥାନ୍ତି । ଏହା ପରେ ଆରମ୍ଭ ହୁଏ ସରକାରଙ୍କ ପ୍ରତିଶ୍ରୁତି ପୂରଣର ପ୍ରୟାସ ।

ତେବେ ଜାଣନ୍ତୁ ବଜେଟ ସମ୍ବନ୍ଧୀୟ କିଛି ରୋଚକ ତଥ୍ୟ -

ଭାରତୀୟ ସମ୍ବିଧାନରେ ନାହିଁ ବଜେଟ ଶବ୍ଦ
ଏକ ସ୍ବାଧୀନ ରାଷ୍ଟ୍ରର ଶାସନ ପରିଚାଳନା ପାଇଁ ଅନୁସୃତ ନିୟମାବଳୀର ସମଷ୍ଟିକୁ ସମ୍ବିଧାନ କୁହାଯାଏ । ହେଲେ ଆଶ୍ଚର୍ଯ୍ୟ ଯେ ଦେଶର ମେରୁଦଣ୍ଡ ବଜେଟ ପାଇଁ ନାହିଁ କିଛି ଖାସ ଆକ୍ଷରିକ ତଥ୍ୟ । ହେଲେ ସମ୍ବିଧାନ ଅନୁଚ୍ଛେଦ 112ରେ ଏହାକୁ ବାର୍ଷିକ ଆର୍ଥିକ ବିବରଣୀର ନାମ ଦିଆଯାଇଛି । ଏଥିରେ ସରକାର ପୂରା ବର୍ଷର ଆନୁମାନିକ ଖର୍ଚ୍ଚ ଓ ହେବାକୁ ଥିବା ଆୟର ଗୋଲାପୀ ଚିତ୍ର ଆଙ୍କିଥାନ୍ତି ।

budget 2019
ଫାଇଲ ଫଟୋ

ଭାରତର ପ୍ରଥମ ବଜେଟ
ଦେଶର ପ୍ରଥମ ବଜେଟ ବ୍ରିଟସ ଭାଇସରାୟର କାଉନସିଲର ସଦସ୍ୟ ଜେମ୍ସ ୱିଲସନ 1860 ଫେବୃଆରୀ 18ରେ ଉପସ୍ଥାପନ କରିଥିଲେ ।

budget 2019
ଫାଇଲ ଫଟୋ

ସ୍ବାଧୀନତା ପୂର୍ବ ବର୍ଷର ବଜେଟ
ଭାରତକୁ ସ୍ବାଧୀନତା ମିଳିବା ପୂର୍ବ ବର୍ଷ ଅଲୀ ଖାନ 1946 ଅକ୍ଟୋବର 9ରେ ବଜେଟ ଉପସ୍ଥାପନ କରିଥିଲେ । ଯାହାକି 1947 ଅଗଷ୍ଟ 14 ପର୍ଯ୍ୟନ୍ତ ରହିଥିଲା ।

budget 2019
ଫାଇଲ ଫଟୋ

ସ୍ବତନ୍ତ୍ର ଭାରତର ପ୍ରଥମ ବଜେଟ
ଦେଶ ସ୍ବାଧିନତାର 3 ମାସ ପରେ ଅର୍ଥାତ 1947 ନଭେମ୍ବର 26ରେ ଆଗତ ହୋଇଥିଲା ପ୍ରଥମ ବଜେଟ । ଆର.କେ ସନମୁଖନ ଚେଟ୍ଟୀ ପ୍ରଥମ ଅର୍ଥମନ୍ତ୍ରୀ ଭାବେ ବଜେଟ ବ୍ରିଫକେସ୍ ଖୋଲିଥିଲେ । ଯଦିଓ ଏହା ପୂର୍ଣ୍ଣ ବଜେଟ ନଥିଲା କିନ୍ତୁ ଏହା ଆର୍ଥିକ ସମୀକ୍ଷା ଭାବେ ରହିଥିଲା ।

budget 2019
ଫାଇଲ ଫଟୋ

ରିପବ୍ଲିକ ଭାରତର ପ୍ରଥମ ବଜେଟ
ଅର୍ଥମନ୍ତ୍ରୀ ଜନ ମଥାଇ ରିପବ୍ଲିକ ଅଫ ଇଣ୍ଡିଆର ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ । ଏହା 1949-50 ପର୍ଯ୍ୟନ୍ତ ରହିଥିଲା । ଏହି ବଜେଟର ରୋଡମ୍ୟାପ ଯୋଜନା ଆୟୋଗ ପ୍ରସ୍ତୁତିର ରାସ୍ତା ଦେଖାଇଥିଲା ।

ନିର୍ବାଚିତ ସରକାରଙ୍କ ପ୍ରଥମ ବଜେଟ
ଜନତାଙ୍କ ଦ୍ବାରା ନିର୍ବାଚିତ ହୋଇଥିବା ସରକାରଙ୍କ ଅଧିନରେ ପ୍ରଥମ ଥର ସିଡି ଦେଶମୁଖ ମୋଟ 7 ଥର ବଜେଟ ଉପସ୍ଥାପନ କରିଥିଲେ ।

budget 2019
ଫାଇଲ ଫଟୋ

ବଜେଟ ଆଗତ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ

ଅର୍ଥମନ୍ତ୍ରୀ ଟି ଟି କୃଷ୍ଣମଚାରୀଙ୍କ ଇସ୍ତଫା ପରେ 1985ରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁର ବଜେଟ ଉପସ୍ଥାପନ କରିଥିଲେ । ଏଥିରେ ସେ ଜନତାଙ୍କୁ ପରୋକ୍ଷ କରର ଗିଫ୍ଟ ଦେଇଥିଲେ ।

budget 2019
ଫାଇଲ ଫଟୋ

ହିନ୍ଦୀରେ ବଜେଟ ଛାପା ଆରମ୍ଭ
ପ୍ରଥମ ଥର 1955-56 ଆର୍ଥିକ ବର୍ଷରେ ଇଂରାଜୀ ସହ ହିନ୍ଦୀରେ ବଜେଟ ଛାପା ଯାଇଥିଲା । ସେବେଠାରୁ ଏହି ପରମ୍ପରା ଚାଲିଛି ।

budget 2019
ଫାଇଲ ଫଟୋ

ଜନ୍ମ ଦିନରେ ବଜେଟ ଉପସ୍ଥାପନ

ମୋରାଜୀ ଦେଶାଇ 1964 ଓ 1968ରେ ନିଜ ଜନ୍ମଦିନରେ ବଜେଟ ଆଗତ କରିଥିଲେ ।
ସେ ପ୍ରଥମ ଅର୍ଥମନ୍ତ୍ରୀ , ଯେ କି 10 ଥର ବଜେଟ ଉପସ୍ଥାପନ କରିଥିଲେ ।

budget 2019
ଫାଇଲ ଫଟୋ

ବଜେଟ ପେଡି ଖୋଲିଥିବା ପ୍ରଥମ ମହିଳା
1970ରେ ମୋରାଜୀ ଦେଶାଇଙ୍କ ଇସ୍ତଫା ପରେ ଅସ୍ଥାୟୀ ଭାବେ ଇନ୍ଦିରା ଗାନ୍ଧୀ ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ । ସେ 1970-71 ପାଇଁ ବଜେଟ ଉପସ୍ଥାପନ କରିଥିଲେ ।

budget 2019
ଫାଇଲ ଫଟୋ

ସନ୍ଧ୍ୟା ବଦଳରେ ଦିନ 11ରେ ବଜେଟ ଆଗତ
2000 ମସିହା ପର୍ଯ୍ୟନ୍ତ ବଜେଟ ଫେବୃଆରୀ ମାସର ଅନ୍ତିମ କାର୍ଯ୍ୟଦିବସର ସନ୍ଧ୍ୟା 5ଟାରେ ବଜେଟ ଆଗତ ହେଉଥିଲା । ଏହା ପରେ ଅଟଳ ବିହାରୀଙ୍କ ସମୟରେ ତତ୍କାଳୀନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ପ୍ରଥମେ 2001ରେ ଦିନ 11ଟାରେ ବଜେଟ ଆଗତ କରିଥିଲେ ।

budget 2019
ଫାଇଲ ଫଟୋ

ବଦଳିଲା ବଜେଟ ଉପସ୍ଥାପନ ତାରିଖ

ମୋଦି ସରକାର ପ୍ରଥମେ ବଜେଟ ଉପସ୍ଥାପନ ତାରିଖକୁ ବଦଳାଇ ଦେଇଥିଲେ । 2016ରେ ବଜେଟରେ ଏକ ବଡ ପରିବର୍ତ୍ତନ କରାଯାଇଥିଲା । ଏପ୍ରିଲ ପହିଲାରୁ ଅର୍ଥବର୍ଷ ଆରମ୍ଭ ହେବାକୁ ଥିବା ବେଳେ ଫେବୃଆରୀ ପହିଲାରୁ 28 ଭିତରେ ସଂସଦରେ ବଜେଟ ଆଣିଥିଲେ ।

budget 2019
ଫାଇଲ ଫଟୋ

ସାଧାରଣରେ ମିଶିଲା ରେଳ ବଜେଟ

ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବର୍ଷ ବର୍ଷର ପରମ୍ପରାରେ ପୂର୍ଣ୍ଣଚ୍ଛେଦ ଲଗାଇ ସାଧାରଣ ସହ ରେଳ ବଜେଟକୁ ମିଶାଇଥିଲେ ।

budget 2019
ଫାଇଲ ଫଟୋ

ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ

ପ୍ରଥମ ମହିଳା ରକ୍ଷାମନ୍ତ୍ରୀ ରହିଥିବା ନିର୍ମଳା ସୀତାରମଣ ଏବେ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ । ଯେ କି ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ଆଗାମୀ 5ରେ ବଜେଟ ଉପସ୍ଥାପନ କରିବେ ।

Intro:Body:

BLANK 

Conclusion:
Last Updated : Jul 4, 2019, 12:02 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.